Vastu Shastra- ଏହି 5 ଟି ଗଛ ଘର ପାଇଁ ହୋଇଥାଏ ବହୁତ ଶୁଭ, ଘରେ ସର୍ବଦା ଲାଗି ରହିଥାଏ ମା’ ଲକ୍ଷ୍ମୀ ଙ୍କ କୃପା, କେବେ ବି ଆସେ ନାହିଁ କୌଣସି ସମସ୍ୟା

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସେଥିପାଇଁ ମଣିଷ ରାତି ଦିନ କଷ୍ଟ କରିଥାନ୍ତି । ହେଲେ ସେମାନଙ୍କୁ ସଫଳତା ହାସଲ ହୋଇନଥାଏ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ଏପରି କିଛି ଗଛ ରହିଛି ଯାହା ବ୍ୟକ୍ତି ଓ ଘର ପାଇଁ ବହୁତ ଶୁଭ ହୋଇଥାଏ ।

ଏହି ଗଛ ଘରେ ରହିଲେ ଘର ମଧ୍ୟରେ ସବୁବେଳେ ସକରାତ୍ମକ ଶକ୍ତିର ପ୍ରଭାବ ହୋଇଥାଏ ଓ ଆପଣଙ୍କୁ କେବେହେଲେ କୌଣସି ଜିନିଷର ଅଭାବ ହୋଇନଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଗଛ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପବିତ୍ର ଗଛ ଗୁଡିକ ବିଷୟରେ ।


ତୁଳସୀ ଗଛ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ତୁଳସୀ ଗଛ । ବନ୍ଧୁଗଣ ହିନ୍ଦୁଶାସ୍ତ୍ରରେ ତୁଳସୀ ଗଛକୁ ବହୁତ ପବିତ୍ର ମାନା ଯାଇଥାଏ ଓ ସବୁଘରେ ତୁଳସୀ ଗଛ ରହିବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ତୁଳସୀ ଗଛ ଏକ ଔଷଧୀୟ ଗଛ ମଧ୍ୟ ଅଟେ, ଏହାକୁ ଆୟୁର୍ବେଦରେ ମଧ୍ୟ ବହୁତ ବ୍ୟବହାର କରାଯାଇଥାଏ । ଆପଣ ଏହି ଗଛକୁ ନିଜ ଘରେ ନିଶ୍ଚୟ ଲଗାନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ରହିଛି ତେବେ ଏହି ଗଛର ଶୁଭ ପ୍ରଭାବ ହେତୁ ଆପଣଙ୍କ ସମସ୍ତ ସମସ୍ଯା ନିଶ୍ଚୟ ଦୁର ହୋଇଯିବ ।

ଅପରାଜିତା ଗଛ- ଏହାର ଫୁଲ ନୀଳ ଏବଂ ଧଳା ରଙ୍ଗର ହୋଇଥାଏ । ବୀଜରୁ ଏହା ଭଲ ବଢ଼ିଥାଏ ଏବଂ ମଝିରୁ ଖଣ୍ଡେ କାଟିଲେ ମଧ୍ୟ । ହେଲେ ବୀଜରୁ ଏହା ଅଧିକ ଭଲ ବଢ଼ିଥାଏ । ଶୀତ ଋତୁରେ ଫୁଲ ଫୁଟେ ନାହିଁ ଅନ୍ୟ ଋତୁରେ ଫୁଲ ଫୁଟେ । ମଟର ଭଳି ଏହାର ବୀଜ ହୋଇ ଥାଏ । ସୂର୍ଯ୍ୟ ଆଲୋକରେ ଭଲ ଫୁଲ ହୋଇ ଥାଏ । ପୂଜା ପାଠରେ ବ୍ୟବହୃତ ହୁଏ ଏବଂ ବହୁତ ଶୁଭ ବୋଲି ମାନନ୍ତି । ତେବେ ଆପଣ ଏହାକୁ ନିଶ୍ଚୟ ଲଗାନ୍ତୁ ।


ମନି ପ୍ଳାଣ୍ଟ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ମନି ପ୍ଳାଣ୍ଟ । ଆପଣ ମାନେ ନିଶ୍ଚୟ ଏହି ଗଛ ବିଷୟରେ ଶୁଣିଥିବେ । ବନ୍ଧୁଗଣ ଯଦି ଆପଣଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ଅଛି ବା ଆପଣଙ୍କ ପାଖରେ ଧନର ଅଭାବ ଅଛି ତା ହେଲେ ଆପଣ ନିଶ୍ଚୟ ନିଜ ଘରର ଝରକା ପାଖରେ ମନି ପ୍ଳାଣ୍ଟ ଲଗାଇ ଦିଅନ୍ତୁ । ବନ୍ଧୁଗଣ ଏହି ଗଛଟି ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହା ଆପଣଙ୍କ ଆର୍ଥିକ ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଦେବ ଓ ଆପଣ ନିଜ ଜୀବନରେ ପ୍ରଚୁର ମାତ୍ରାରେ ଧନଲାଭ କରିବେ ।

କଦଳୀ ଗଛ – କଦଳୀ ଗଛ ଯାହା ବହୁତ ଶୁଭ ମାନନ୍ତି ଜଦି ଘରେ ଆପଣ ଏହାକୁ ଲଗାନ୍ତି ଏବଂ ଗେଟ୍ ରେ ଲଗାନ୍ତି । ଏହାକୁ ଶୁଭ କାର୍ଯ୍ୟରେ ଏବଂ ପୂଜାର୍ଚ୍ଚନା ରେ ମଧ୍ୟ ବ୍ୟବହାର କରାଯାଇଥାଏ । କଦଳୀ ଗଛ ଯେକୌଣସି ମାଟିରେ ହୋଇଥାଏ । ଏହି ଗଛକୁ ଅଧିକ ସୂର୍ଯ୍ୟ ଆଲୋକ ମିଳିଲେ ଏହା ବହୁତ ଜଲ୍ଦୀ ବଢ଼ିଥାଏ ।

ପାନ ଗଛ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ପାନ ଗଛ । ବନ୍ଧୁଗଣ ସାଧାରଣତଃ ପାନକୁ ପୂଜାରେ ବ୍ୟବହାର କରାଯାଇଥାଏ ଓ ପାନକୁ ଲୋକମାନେ ଖାଇ ମଧ୍ୟ ଥାନ୍ତି । ହେଲେ ବନ୍ଧୁଗଣ ଏହି ଗଛଟି ଘର ପାଇଁ ବହୁତ ଶୁଭ ହୋଇଥାଏ । ଏହି ଗଛକୁ ଘରେ ରଖିଲେ ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୁର ହୋଇଯାଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ ଅଧିକ ବିଶୃଙ୍ଖଳା ବା କଳହ ଲାଗୁଛି ତା ହେଲେ ଆପଣ ନିଶ୍ଚୟ ପାନ ଗଛକୁ ନିଜ ଘରେ ଲଗାଇ ଦିଅନ୍ତୁ । ଏହି ଗଛ ଆପଣଙ୍କ ଘର ସମସ୍ତ ସମସ୍ଯାକୁ ବହୁତ ଶୀଘ୍ର ଦୁର କରିଦେବ । ତା ହେଲେ ବନ୍ଧୁଗଣ ଏହି ସମସ୍ତ ଗଛକୁ ଆପଣ ନିଜ ଘରେ ଲଗାନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *