ନିର୍ବନ୍ଧ କରି ମଧ୍ୟ ବିବାହ କରି ପାରିଲେ ନାହିଁ Bollywood ର ଏହି 5 ଟି ଷ୍ଟାର ଯୋଡି, ନମ୍ବର 3 ତ ବିବାହ କାର୍ଡ ବି ଛାପି ସାରିଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡର ଏମିତି ବହୁତ କଳାକାର ଅଛନ୍ତି ଯେଉଁମାନେ ପରସ୍ପର ସହ ପ୍ରେମ କରି ବିବାହ କରିଛନ୍ତି । ହେଲେ ଅନ୍ୟ ପାଖରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁମାନେ ପରସ୍ପର ସହ ବହୁତ ପ୍ରେମ କରି ନିର୍ବନ୍ଧ କରିଛନ୍ତି, ହେଲେ ସେମାନେ ପରସ୍ପର ସହ ବିବାହ କରିପାରି ନାହାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅଭିଷେକ ବଚନ ଓ କରିସ୍ମା କପୁର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅଭିନେତା ଅଭିଷେକ ବଚନ ଓ ଅଭିନେତ୍ରୀ କରିସ୍ମା କପୁର । ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେତେବେଳେ ବଲିଉଡ ଅଭିନେତା ଅଭିଷେକ ବଚନ ଓ ଅଭିନେତ୍ରୀ କରିସ୍ମା କପୁର ପରସ୍ପର ସହ ପ୍ରେମ କରୁଥିଲେ ।

ଏହି ଦୁଇଜଣଙ୍କ ଯୋଡିକୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏହି ବର୍ଷ ଏମାନେ ପରସ୍ପରକୁ ଡେଟ କରିବା ପରେ ଏମାନଙ୍କ ନିର୍ବନ୍ଧ ହୋଇଯାଇଥିଲା । ହେଲେ ବନ୍ଧୁଗଣ ହଠାତ ଖବର ମିଳିଥିଲା ଯେ, ଏହି ଦୁଇଜଣଙ୍କ ବିବାହ ଭାଙ୍ଗି ଯାଇଛି । ଯାହାଫଳରେ ଏହି ଦୁଇଜଣ ପରସ୍ପର ସହ ନିର୍ବନ୍ଧ କରି ମଧ୍ୟ ଅଲଗା ହୋଇଯାଇଥିଲେ ।

ଅକ୍ଷୟ କୁମାର ଓ ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ରବିନା ଟଣ୍ଡନ । ଗୋଟେ ସମୟରେ ଏହି ଦୁଇଜଣ ପରସ୍ପରକୁ ବହୁତ ଅଧିକ ପ୍ରେମ କରୁଥିଲେ । ସେତେବେଳେ ଏହି ଦୁଇଜଣଙ୍କ ଯୋଡି ଉପରେ ବହୁତ ଚର୍ଚା ହେଉଥିଲା । ଏମାନେ ପରସ୍ପର ସହ କିଛି ସମୟ ରିଲେସନରେ ରହିବା ପରେ ମନ୍ଦିରରେ ନିର୍ବନ୍ଧ କରିସାରିଥିଲେ । ବନ୍ଧୁଗଣ ଏହାର ଖବର ବହୁତ କମ ଲୋକ ଜାଣିଛନ୍ତି । ହେଲେ ଅକ୍ଷୟ ରବିନାଙ୍କ ସହ ରହିବା ସହିତ ଅନ୍ୟ ଝିଅ ମାନଙ୍କ ସହ ଅଫେୟାର ରଖିଥିଲେ, ଯାହାଫଳରେ ଏମାନେ ନିର୍ବନ୍ଧ କରି ମଧ୍ୟ ପରସ୍ପର ସହ ବିବାହ କରିପାରିଲେ ନାହିଁ ।

ସଲମାନ ଖାନ ଓ ସଙ୍ଗୀତା ବିଜଲାନି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତା ସଲମାନ ଖାନ ଓ ଅଭିନେତ୍ରୀ ସଙ୍ଗୀତା ବିଜଲାନି । ବନ୍ଧୁଗଣ ଗୋଟେ ସମୟରେ ସଲମାନ ଖାନ ଓ ସଙ୍ଗୀତା ବିଜଲାନି ପରସ୍ପର ସହ ବହୁତ ପ୍ରେମ କରୁଥିଲେ । ଏହି ଦୁଇଜଣ ସେହି ସମୟରେ ବହୁତ ଚର୍ଚାରେ ଥିଲେ । ଏହି ଦୁଇଜଣ ପରସ୍ପରକୁ ୧୦ ବର୍ଷ ପର୍ଯ୍ୟନ୍ତ ଡେଟ କରିଥିଲେ । ଖବର ମିଳିଥିଲା ଯେ ଏହି ଦୁଇଜଣ ନିର୍ବନ୍ଧ କରିସାରିଥିଲେ ଓ ଏମାନଙ୍କ ବିବାହ କାର୍ଡ ମଧ୍ୟ ଛପା ସରିଥିଲା । ହେଲେ ବନ୍ଧୁଗଣ ହଠାତ ଏକ ଖବର ମିଳିଥିଲା ଯେ, ଏହି ଦୁଇଜଣଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା । ଯାହାଫଳରେ ଏମାନେ ଅଲଗା ହୋଇଯାଇଥିଲେ ।

ବିବେକ ଓବରଏ ଏବଂ ଗୁରପ୍ରୀତ ଗିଲ

ଆପଣଙ୍କୁ କହି ଦେଉଛୁ କି ଯେତେବେଳେ ଅଭିନେତା ବିବେକ ଓବରଏ  ଅଭିନୟ ଦୁନିଆକୁ ଆସି ନଥିଲେ, ସେତେବେଳେ ଗୁରପ୍ରୀତ ଗିଲଙ୍କୁ ଡେଟ କରୁଥିଲେ । ଖବର ଅନୁଯାୟୀ, ଉଭୟଙ୍କର ନିର୍ବନ୍ଧ ମଧ୍ୟ ହୋଇ ସାରିଥିଲା କିନ୍ତୁ ବଲିଉଡରେ ପ୍ରବେଶ କରିବା ପରେ ବିବେକ ଓବରୋଇ ଏବଂ ଗୁରୁପ୍ରୀତଙ୍କ ବ୍ରେକଅପ୍ ହୋଇଥିଲା ।

ସାଜିଦ ଖାନ ଏବଂ ଗୌହର ଖାନ

ଆପଣ ସମସ୍ତେ ଜାଣନ୍ତି ଚଳଚ୍ଚିତ୍ର ନିର୍ମାତା ସାଜିଦ ଖାନ, ଯିଏ 2003 ରେ ଅଭିନେତ୍ରୀ ଗୌହର ଖାନଙ୍କ ସହ ନିର୍ବନ୍ଧ କରିଥିଲେ, କିନ୍ତୁ ସେମାନଙ୍କ ସମ୍ପର୍କ ବିବାହରେ ରୂପାନ୍ତରିତ ହୋଇନଥିଲା । ସେମାନେ ପରସ୍ପରଠାରୁ ଅଲଗା ହୋଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *