Varsha ନେବେ ନୂଆ ଘର…ଘର ଖୋଜିବାକୁ ବାହାରିଲେ ବର୍ଷା, ଖରାରେ ତରାରେ ବୁଲି ଖୋଜୁଛନ୍ତି ଘର…

ବନ୍ଧୁଗଣ, ସୂଚନା ଅନୁଯାୟୀ ଘର ଖୋଜିବା ପାଇଁ ବାହାରିଲେ ବର୍ଷା । କୋର୍ଟ ରେ ଆବେଦନ କରିଥିଲେ ଅନୁଭବ । ଏହାର ବିଚାର କରି କୋର୍ଟ ବର୍ଷା ଙ୍କୁ କହିଛନ୍ତି ଯେ ସେ ଅନୁଭବ ଙ୍କ ଘର ଛାଡିବେ । ଏବେ ସବୁଠାରୁ ବଡ କଥା ଘର ଛାଡିବେ ତ ବର୍ଷା କିନ୍ତୁ ଯିବେ କୁଆଡେ ? ଏବେ ନୂଆ ଘର ଖୋଜିବେ ବର୍ଷା । ଯେଉଁଠାରେ ସୁରକ୍ଷିତ ଭାବରେ ସେ ରହି ପାରିବେ । ଏହା ସହିତ ଅନୁଭବ ରହିବା ବାବଦକୁ ବର୍ଷା ଙ୍କୁ ମାସିକ ୩୦ ହଜାର ଟଙ୍କା ଦେବେ ବୋଲି କହିଛନ୍ତି ।

ଏହା ଅନୁଭବ ଙ୍କ ଓକିଲ କହିଛନ୍ତି ଆକମେଡ଼େସନ ପିଟିସନ କୁ କୋର୍ଟ ଗ୍ରହଣ କରି କହିଛନ୍ତି ଯେ ମାସକୁ ୧ ରୁ ୧୦ ତାରିଖ ଭିତରେ ୩୦ ହଜାର ଟଙ୍କା ବର୍ଷା ଙ୍କ ଆକାଉଣ୍ଟ ରେ ଡିପୋଜିଟ ଦିଆହେବ ଏବଂ ଡିପୋଜିଟ ଦେବାର ଦୁଇମାସ ଭିତରେ ବର୍ଷା ତାଙ୍କର ନିଜର ସୁବିଧା ଏବଂ ସିକୁରିଟି ଏବଂ ସେଫଟି ଦେଖି ସେ ଅନ୍ୟତ୍ର ସ୍ଥାନାନ୍ତରିତ କରିବେ ।

ତେବେ ଦୀର୍ଘ ଦିନ ଧରି ଅନୁଭବ ଙ୍କ ଘରେ ରହିଆସିଥିଲେ ବର୍ଷା । ବର୍ତ୍ତମାନ ମାନ୍ୟବର କୋର୍ଟ ଙ୍କ ତରଫରୁ ବର୍ଷା ଙ୍କୁ କିଛି ବିଶେଷ ନିର୍ଦ୍ଧେଶ ରହିଅଛି ଯେ ବର୍ଷା ଙ୍କୁ ଘର ଛାଡିବାକୁ ହେବ । ତେବେ ଅନୁଭବ ଙ୍କ ପିଟିସନ ଙ୍କୁ ଯେତେବେଳେ ଗ୍ରହଣ କରିଛନ୍ତି କୋର୍ଟ, ଅନୁଭବ ଙ୍କ ପୈତୃକ ଘର ଏବେ ଛାଡିବେ ବର୍ଷା । ସେହିଭଳି ବର୍ଷା ଏବେ ଘର ଛାଡିବା ପରେ ସେ ଗୋଟିଏ ନୂଆ ଘର ଛାଡିବାର ସମ୍ଭାବନା ରହିଅଛି ।

ନିଜ ସୁରକ୍ଷା କୁ ଦୃଷ୍ଟିରେ ରଖି ସେ ଘର ନେବେ । ତେବେ ବର୍ଷା ଙ୍କ ରହଣି ବ୍ୟବସ୍ଥା କୁ ନେଇ ମାସକୁ ୩୦ ହଜାର ଟଙ୍କା ଦେବେ ଅନୁଭବ । ପ୍ରତି ମାସର ୧୦ ତାରିଖ କିମ୍ବା ତାହା ପୁର୍ବ ରୁ ଏହି ଟଙ୍କା ବର୍ଷା ଙ୍କୁ ଦେବାକୁ କୋର୍ଟ ନିର୍ଦ୍ଧେଶ ଦେଇଅଛି । ଓଡିଆ ଇଣ୍ଡଷ୍ଟ୍ରୀର ଏହି ତରକା ଦୁଇଜଣ ପରସ୍ପର କୁ ପ୍ରେମ ବିବାହ କରିଥିଲେ ।

ମାତ୍ର କେଉଁଠି ନା କେଉଁଠି କିଛି ତୃଟି ରହିଥିଲା ବୋଧ ହୁଏ ସମ୍ପର୍କ ରେ ଏଣୁ ଉଭୟଙ୍କୁ ଅଲଗା ହେବାକୁ ଅଧିକ ସମୟ ଲାଗିଲା ନାହିଁ । ନିଜ ମଧ୍ୟରେ ପ୍ରେମ ତଥା ବୁଝାମଣା ସଠିକ ଭାବରେ ନ ରହିଲେ ସମ୍ପର୍କ ବେସୀ ଦିନ ତିଷ୍ଠି ନଥାଏ ଏହା ସୁନିଶ୍ଚିତ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *