ଗ୍ରହକଙ୍କ ପାଇଁ ଆସିଲା ବଡ ଖୁସି ଖବର, ପୁଣି ଏତିକି ଟଙ୍କା ଶସ୍ତା ହେବ Petrol ଓ Diesel ଦର, ଜଲ୍ଦି ଦେଖନ୍ତୁ… 

ବନ୍ଧୁଗଣ ଗତ କିଛି ମାସ ହେବ ପେଟ୍ରୋଲ ଆଉ ଡିଜେଲ ଦର 100 ଟଙ୍କାରୁ କମିବାର ନାଁ ଧରୁନି । କରୋନା ମହାମାରୀ ସମୟରେ ପେଟ୍ରୋଲ ଦର ବଢିଥିଲା ଆଉ ଏହି ଦର ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଏବେ ମଧ୍ୟ ଲୋକ ମାନେ ପେଟ୍ରୋଲ ଦର ପାଇଁ ବହୁତ ଚିନ୍ତାରେ ଅଛନ୍ତି ଆଉ ଏହାରି ମଧ୍ୟରେ ଗ୍ରାହକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସୁଛି । ଏହି ଖବରଟି ଆମ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ଏବେ ପେଟ୍ରୋଲ ଆଉ ଡିଜେଲ ଦର ଆହୁରି ଶସ୍ତା ହେବ ବୋଲି ଆଶା କରାଯାଉଛି । ତୈଳ ରପ୍ତାନି କରୁଥିବା ଦେଶ ଗୁଡିକ ସଂଗଠନ ଏହା ସହିତ ଅନ୍ୟ ସହଯୋଗୀ ଦେଶ ଗୁଡିକ ଜୁଲାଇ, ଅଗଷ୍ଟରୁ ଅଶୌଧିତ ତୈଳ ଉତ୍ପାଦନ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଉତ୍ପାଦନ ବଢିଲେ ତୈଳ ଦର ହ୍ରାସ ଘଟିବ ବୋଲି ଆଶା କରାଯାଉଛି । ଅଶୌଧିତ ତୈଳ ଉତ୍ପାଦନ ବୃଦ୍ଧି କରିବା ସହ ପ୍ରତିଦିନ 6.48 ଲକ୍ଷ ବ୍ୟାରେଲ ଉତ୍ପାଦନ କରିବା ପାଇଁ ଓପିଇସି ଋଷ ଅନ୍ୟ ସହଯୋଗୀ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଥିବା ଜଣା ପଡିଛି । ଏହି ନିଷ୍ପତ୍ତି ଯୋଗୁଁ ସାରା ଦୁନିଆରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ହେବ ବୋଲି କୁହାଯାଉଛି । କରୋନା ଯୋଗୁଁ ଲକଡାଉନ ସମୟରେ ଅଶୌଧିତ ତୈଳର ବ୍ୟବହାର ହ୍ରାସ ପାଇଥିଲା ଫଳରେ ଦର ମଧ୍ୟ କମି ଥିଲା ।

ଏହା ପରେ ତୈଳ ଉତ୍ପାଦନକାରୀ ଦେଶ ଗୁଡିକ ତୈଳ ଦର ସ୍ତିର କରିବା ଲାଗି ଅଶୌଧିତ ତୈଳ ଉତ୍ପାଦନ ହ୍ରାସ କରିଥିଲେ ହେଲେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବାରୁ ତୈଳ ଉତ୍ପାଦନ ଆହୁରି ବୃଦ୍ଧି ଲାଗି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଦିନକୁ 4.32 ଲକ୍ଷ ବ୍ୟାରେଲ ଅଶୌଧିତ ତୈଳ ଉତ୍ପାଦନ କରାଯାଉଛି । ଚଳିତ ବର୍ଷ ଫେବୃୟାରି ଶେଷରେ ଋଷ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆନ୍ତର୍ଜାତୀୟ ବଜାରରେ ଅଶୌଧିତ ତୈଳ ଦର ବୃଦ୍ଧି ପାଇଥିଲା ।

ଋଷ ଉପରେ ଆର୍ଥିକ ପ୍ରତିବନ୍ଧକ ଲାଗିବା କାରଣରୁ ଅଶୌଧିତ ତୈଳ ସପ୍ଲାଏ ବେହାତ ହୋଇଥିଲା । ହେଲେ ବନ୍ଧୁଗଣ ଯୁଦ୍ଧ ଶେଷ ହେବା ପରେ ବର୍ତ୍ତମାନ ସ୍ଥିତି ସୁଧୁରିବାରେ ଲାଗିଛି । ଆଶା କରାଯାଉଛି ବହୁତ ଶୀଘ୍ର ତୈଳ ଦର କମିବ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *