‘ମୋ ଧନ ପ୍ରେଗନାଣ୍ଟ ଅଛି, ସେ ମତେ…’ ସ୍ତ୍ରୀକୁ ଝୁରି ଭୋ-ଭୋ ହେଇ କାନ୍ଦୁଛି ସ୍ଵାମୀ, ଆଉ ଯାହା କହୁଛି ଶୁଣିଲେ ଆପଣଙ୍କ ହୃଦୟ ବି କାନ୍ଦିବ, ଦେଖନ୍ତୁ Video

ପାଠ ପଢିବାକୁ ଯାଇ ଫେରାର ହେଇଗଲା ସ୍ତ୍ରୀ । ଆଉ ସ୍ତ୍ରୀକୁ ଅପେକ୍ଷା କରି ଏମିତି ଭୋ ଭୋ ହୋଇ କାନ୍ଦୁଛି ସ୍ଵାମୀ । କିନ୍ତୁ ସ୍ତ୍ରୀର ଦେଖା ମିଳୁନି । 6 ମାସ ହେଲା ବାହାଘର ହୋଇଥିଲା ପୁଣି ସ୍ତ୍ରୀ ଗର୍ଭବତୀ ବି ଥିଲା । କିନ୍ତୁ କଲେଜକୁ ଯାଇ କୁଆଡେ ପଳାଇଛି ଯେ କିଛି ଖୋଜ ଖବର ନାହିଁ । ବନ୍ଧୁଗଣ ଏହି ଘଟଣାଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 


ଭିଡିଓରେ ସ୍ଵାମୀ ରାହୁଲ ନିଜ ସ୍ତ୍ରୀର ଫଟୋକୁ ଧରି ଭୋ ଭୋ ହୋଇ କାନ୍ଦୁ ଥିବାର ନଜର ଆସୁଛନ୍ତି । ରାହୁଲ ପାଗଳଙ୍କ ପରି କାନ୍ଦି କାନ୍ଦି କହୁଛି ଧନ କେଉଁଠି ଅଛୁ ଫେରି ଆସେ ତୋ ବିନା ମୁଁ ବଞ୍ଚି ପାରିବି ନାହିଁ । କେବଳ ଏତିକି ନୁହେଁ ବରଂ ସ୍ତ୍ରୀ ତାଙ୍କ ପାଖକୁ ଫେରି ଆସିବ ବୋଲି ରାହୁଲ ଭରସା ମଧ୍ୟ ରଖିଛନ୍ତି । ରାହୁଲ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି, ଆମେ ଦୁହେଁ ପରସ୍ପର ସହ ଦୁଇ ବର୍ଷ ହେବ ପ୍ରେମ କରୁଥିଲୁ ।

ଦୁହେଁ ପରସ୍ପରକୁ ବହୁତ ଭଲ ପାଉଥିଲୁ ସେ ମୋ ବିନା ରହିପାରିବନି କି ମୁଁ ତା ବିନା ରହିପାରିବିନି । ରାହୁଲଙ୍କ ସ୍ତ୍ରୀ ହରପ୍ରିୟା ପୁଣି ଦେଢ ମାସର ଗର୍ଭବତୀ ଅଛନ୍ତି । ତେଣୁ ବୋହୁକୁ ନ ପାଇ ଶାଶୁ ଘର ଲୋକ ବି ବେସ ଚିନ୍ତାରେ । ନୂଆ ଅତିଥିକୁ ଅପେକ୍ଷା କରି ଖୁସି ହେବେ କଣ ବରଂ ନୂଆ ବୋହୁ ପଳେଇ ଥିବାରୁ ହରପ୍ରିୟାଙ୍କ ଅପେକ୍ଷାରେ ଏବେ ପରିବାର । ପରୀକ୍ଷା ଦେବା କଥା କହି ହରପ୍ରିୟା ଫେରାର ହୋଇଥିଲେ ।

ଏବେ ସ୍ଵାମୀ ନିଜ ସ୍ତ୍ରୀର ଅପେକ୍ଷାରେ ଅଛନ୍ତି । ଏଭଳି ଘଟଣା ଏବେ ଭଦ୍ରକ ଧୂସୁରି ଅଞ୍ଚଳରେ ଦେଖିବାକୁ ମିଳିଛି । ବନ୍ଧୁଗଣ ହରପ୍ରୟା ପରୀକ୍ଷା ଦେବା କଥା କହି କଲେଜ ଯାଇଥିଲେ ତାଙ୍କୁ ସ୍ଵାମୀ କଲେଜରେ ନେଇ ଛାଡି ଥିଲେ । ହେଲେ କଲେଜରୁ ତାଙ୍କୁ ଆଣିବାକୁ ଯାଇଥିବା ବେଳେ ଗୋଟେ କାର ଭିତରେ ବସି ହରପ୍ରିୟା ଫେରାର ହୋଇଯାଇଥିଲେ ।

ସ୍ଵାମୀଙ୍କ ଆଖି ସାମ୍ନାରେ ହରପ୍ରିୟା ଏକ କାରରେ ବସି ଫେରାର ହୋଇଥିଲେ । ତେବେ କାର ଭିତରେ କିଏ ଥିଲା ତାକୁ ସ୍ଵାମୀ ଦେଖିପାରିଲେ ନାହିଁ । ତା ହେଲେ ବନ୍ଧୁଗଣ ହରପ୍ରିୟା ଯିବା ପରେ ରାହୁଲ ନିଜ ସ୍ତ୍ରୀକୁ ଝୁରି ଝୁରି ପାଗଳ ହେଇଗଲେଣି ହେଲେ ସ୍ତ୍ରୀର ଖୋଜ ଖବର ନାହିଁ । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *