ଆଜିର ମହିଳା କୌଣସି ଗୁଣରେ କମ ନୁହଁନ୍ତି, ଯାହାର ପ୍ରମାଣ ହେଉଛନ୍ତି ଏହି ମହିଳା, ଯାହାଙ୍କ ଦୁଃଖଭରା କାହାଣୀ ଆପଣଙ୍କ ଆଖିରେ ବି ଲୁହ ଆଣିଦେବ !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ‘ମୋ ବସ୍’ ର ମହିଳା କଣ୍ଡକ୍ଟର ଛବି ପ୍ରଧାନ । ଘର ହେଉଛି ଓଡ଼ିଶା ର ଗଞ୍ଜାମ ଜିଲ୍ଲା ରେ । ବର୍ତ୍ତମାନ ରହୁଛନ୍ତି ଭୁବନେଶ୍ୱର ର ଓୟୁଏଟି ଫାର୍ମ ଗେଟ୍ ବସ୍ତି ରେ । ମୋ ବସ୍ ରେ ଯାତ୍ରୀ ଙ୍କ ଠାରୁ ଟିକେଟ କାଟନ୍ତି । ଯାତ୍ରୀ କର୍ତ୍ତବ୍ୟ ସ୍ଥଳ ସମ୍ପର୍କ ରେ ସହାୟତା କରନ୍ତି । ତେବେ ସେ କଣ ପାଇଁ ବସ୍ କଣ୍ଡକ୍ଟର କାମକୁ ବାଛିଲେ? ବାଧ୍ୟବାଧକତା ଅଥବା କିଛି ନୂଆ କରିବାର ଥିଲା ଇଚ୍ଛା ? ସତ କଥାଟି ହେଉଛି ଏହି ବୃତ୍ତି କୁ ଛବି ବାଧ୍ୟ ହୋଇ ଆପଣାଇଛନ୍ତି ।

ତେବେ କଣ ରହିଛି ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ତେବେ ବନ୍ଧୁଗଣ ଛବି ପ୍ରଧାନ ନିଜର ବୃତ୍ତି ରୂପରେ ବସ୍ କଣ୍ଡକ୍ଟର କାମକୁ ବାଛିବାର କାରଣ ହେଉଛି ଦେଢ଼ ବର୍ଷ ତଳେ ସ୍ୱାମୀ ସୁମନ୍ତ ଏକ ସଡ଼କ ଦୁର୍ଘଟଣା ରେ ନିଜର ହାତ ହରାଇ ବସିଲେ । ଶରୀରର ଗୋଟିଏ ଅଂଶ ପ୍ରାୟ ଅକାମି ହୋଇଗଲା । ଧାର ଉଦ୍ଧାର କରି ନିଜ ସ୍ୱାମୀ ଙ୍କୁ ବଞ୍ଚାଇ ଦେଲେ ।

ଆଉ ବର୍ତ୍ତମାନ ହେଉଛି ଟଙ୍କା ସୁଝିବାର ସମୟ । ସେପଟେ ଘରେ ଦୁଇ ଛୁଆ ସହିତ ବୁଢ଼ୀ ମାଆ ମଧ୍ୟ ଅଛନ୍ତି । ଯେତେବେଳେ ଛବି ଙ୍କୁ ଏହି ସମ୍ବନ୍ଧରେ ପଚରା ଯାଇଥିଲା ସେ କହିଥିଲେ ଯେ, ନିଜ ଦୁଇ ଛୁଆ ଙ୍କ ଜୀବନ ପାଇଁ ସେ ଏହି ବୃତ୍ତି କୁ ଆପଣାଇଛନ୍ତି । ନିଜ ସ୍ୱାମୀ ଛୁଆ ଓ ପରିବାର ପାଇଁ ସେ ଘର ବାହାରକୁ ଗୋଡ଼ କାଢ଼ିଛନ୍ତି ଏବଂ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ଯେହେତୁ ତାଙ୍କ ସ୍ବାମୀ ଦୁର୍ଘଟଣା ରେ ନିଜର ହାତ ହରାଇଛନ୍ତି ତେଣୁ ଘରର ସମସ୍ତ ଦାୟିତ୍ୱ ବର୍ତ୍ତମାନ ତାଙ୍କ ଉପରେ ରହିଛି ।

ନିଜ ସ୍ୱାମୀ ଙ୍କ ଟେଣ୍ଟ ହାଉସ ପ୍ରାୟ ବନ୍ଦ ହୋଇ ପଡ଼ିଛି । ବୁଝିବାକୁ ନିଜର ବୋଲି କେହିବି ନାହାନ୍ତି । ସେଥିପାଇଁ ଛବି ସୁମନ୍ତ ଙ୍କ ବ୍ୟବସାୟ କୁ ଛାଡି କଣ୍ଡକ୍ଟର କାମ କରୁଛନ୍ତି । ଇଚ୍ଛା ନଥିଲେ ବି କୁନିକୁନି ଛୁଆ ଙ୍କୁ ଘରେ ଛାଡ଼ି ଯାଉଛନ୍ତି । ଏହି ସମ୍ବନ୍ଧରେ ସୁମନ୍ତ ଙ୍କୁ ପଚରା ଯାଇଥିଲା ଏବଂ ସେ ଉତ୍ତର ରେ କହିଥିଲେ ଯେ, ତାଙ୍କର ଏଭଳି ଅନସ୍ଥ ପାଇଁ ସେ ନିଜ ଛୁଆ ମାନଙ୍କ ପାଇଁ କିଛି କରିପାରୁ ନାହାନ୍ତି ଏବଂ ସେମାନଙ୍କ ଭବିଷ୍ୟତ ପାଇଁ ତାଙ୍କର ଗଭୀର ଚିନ୍ତା ରହିଛି ।

ଛବି ସରକାର ଙ୍କୁ ଆବଦେନ କରି କହିଛନ୍ତି ଯେ, ତାଙ୍କ ପାଇଁ ଆଉ ଏହି କାମ ସମ୍ଭବପର ନୁହେଁ । ଯଦି ସରକାର କିଛି ସାହାଯ୍ୟ କରିବେ ତେବେ ତାଙ୍କ ଦୁଇ କୁନିକୁନି ଛୁଆ ଆଗକୁ ବଢ଼ିବେ ଏବଂ ସେମାନଙ୍କ ଭବିଷ୍ୟତ ସୁଧୁରି ଯିବ । ଏହି ଛବି ହେଉଛନ୍ତି ସ୍ୱାମୀ ଙ୍କୁ ଇହକାଳ ଏବଂ ପରକାଳ ର ଦେବତା ମାନୁଥିବା ଭିନ୍ନ ଜଣେ ମହିଳା । ସ୍ୱାମୀ ଙ୍କ ସହାୟତା ଲାଗି ପର ହାତକୁ ନ ଅନାଇ ଏରୁଣ୍ଡି ବନ୍ଧ ବାହାରକୁ ଗୋଡ଼ କାଢ଼ିଛନ୍ତି ।

ଯଦି ତାଙ୍କୁ ସରକାର ଙ୍କ ତରଫ ରୁ କିଛି ଆର୍ଥିକ ସହାୟତା ପ୍ରାପ୍ତ ହୁଅନ୍ତା ତେବେ ହୁଏତ ସେମାନଙ୍କ ଜୀବନ ରେ ଅଳ୍ପ ସମସ୍ୟା ଦୂର ହୋଇଯିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *