Tapaswini ଙ୍କ ଗୃହ ପ୍ରବେଶ ପରେ ଜୀବନ ପ୍ରତି ବିପଦ ଆଶଙ୍କା କହି ଘର ଛାଡ଼ି ରାତିରେ ରାସ୍ତାରେ ବୁଲିଲେ ତପସ୍ଵିନୀଙ୍କ ଶ୍ଵଶୁର, ଭିଡିଓ ବନେଇ କହିଲେ ଏମିତି…ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ଗତ କାଲି ଏକ ବଡ ଟ୍ଵିଷ୍ଟ ଦେଖିବାକୁ ମିଳିଥିଲା । ଜିଲ୍ଲା କୋର୍ଟ ତପସ୍ଵିନୀଙ୍କୁ ଘରକୁ ରଖିବାର ରାୟ ଦେବା ପରେ ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଉପର ଘରେ ରଖିବା ପାଇଁ କହିଥିଲେ । ହେଲେ ତପସ୍ଵିନୀଙ୍କର ଇଛା ଥିଲା ତାଙ୍କ ସ୍ଵାମୀଙ୍କ ସହ ବେଡରୁମରେ ରହିବା ପାଇଁ କାରଣ ଉପର ଘରଟି ଆଗରୁ ହଷ୍ଟେଲ ଥିଲା  ଓ ସେହି ଘରଟି ଅସଜଡା ହୋଇ ରହିଥିଲା ।

କୋର୍ଟ ରାୟ ପରେ ତପସ୍ଵିନୀ ଦୁଇ ଦିନ ଘର ବାହାରେ ରହିଥିଲେ ଓ ଏହି ପ୍ରସଙ୍ଗକୁ ନେଇ କୋର୍ଟ ଦ୍ଵାରସ୍ତ ହେବା କଥା କହିଥିଲେ । କୋର୍ଟ କଥା ଶୁଣିବା ପରେ ପ୍ରମୋଦ ସାହୁ ତୁରନ୍ତ ସେହି ଉପର ଘର ସଫା କରାଇ ଥିଲେ । ବନ୍ଧୁଗଣ ଗତ କାଲି ସବୁ କିଛି ଠିକ ଥିଲା ତପସ୍ଵିନୀ ଉପର ଘରକୁ ଯାଇ ଦେଖିଥିଲେ ତାଙ୍କର ସବୁ ତ୍ରୁଟି ବିଷୟରେ କହିଥିଲେ । ପ୍ରମୋଦ ସାହୁ ମଧ୍ୟ ତପସ୍ଵିନୀଙ୍କ ତ୍ରୁଟିକୁ ଆଖି ଆଗରେ ରଖି ସେ ସବୁ କାମ କରେଇଥିଲେ ।

ହେଲେ ବନ୍ଧୁଗଣ ଗତ କାଲି ରାତିରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଘରକୁ ନଯିବା ପାଇଁ କହିଥିଲେ । ଏହା ପରେ ସେହି ସ୍ଥାନରେ ଭିଡ ଜମି ଥିଲା ଓ ଓକିଲ ମାନଙ୍କ ମଧ୍ୟରେ ଅନେକ ଯୁକ୍ତି ତରକ ହେବା ପରେ ତପସ୍ଵିନୀ ନିଜ ଅଧିକାର ସହ ଘରକୁ ଯାଇଥିଲେ । ବନ୍ଧୁଗଣ ତପସ୍ଵିନୀ ଘରକୁ ଯିବା ପରେ ପ୍ରମୋଦ ସାହୁ ବାହାରକୁ ଆସିଯାଇଥିଲେ ଓ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ପ୍ରମୋଦ ସାହୁଙ୍କ ମତରେ-‘ପ୍ରଶାସନ ଅଧିକାରୀ ମାନେ ମୋର ଇଛା ନଥିବା ସତ୍ବେ ତପସ୍ଵିନୀଙ୍କୁ ମୋ ଘରେ ପୁରାଇ ରଖିଦେଲେ । କୋର୍ଟର ରାୟରେ କିଛି କନଫ୍ୟୁସନ ଥିଲା ତ ସେଥିରେ କିଛି କ୍ଲାରିଫିକେସନ ନେବାର ଥିଲା ଯୋଉଟାକି ମୁ ବୁଝେଇବା ପାଇଁ ଚେଷ୍ଟା କରିଥିଲି ତଥାପି ସେମାନେ ସେଇଟାକୁ ଗ୍ରହଣ କଲେ ନାହିଁ । ଆଉ କିଛି ଚାପର ବସବୃତି ହୋଇ ମୋର ସଂପୂର୍ଣ୍ଣ ଇଛା ବିରୋଧରେ ସେମାନେ ମୋର ବୋହୁକୁ ମୋ ଘରେ ରଖିଦେଲେ ।

ଆଗକୁ ପ୍ରମୋଦ କହିଛନ୍ତି-‘ଯେଉଁଥି ପାଇଁ ମୋ ନିଜକୁ ସୁରକ୍ଷା ମନେ କଲି ନାହିଁ ଯାହାଫଳରେ ମୁ ଆଇଆଇସିଙ୍କୁ ଅନୁରୋଧ କଲି କାରଣ ଅତୀତରେ ମୋ ବୋହୁ ମୋ ନାଁରେ ଆଉ ମୋ ପରିବାର ନାଁରେ ୪୯୮ କେସ କରିଥିଲେ । ତେଣୁ ମୁ ଭୟବିତ ହୋଇ ଆଉ ଘରେ ରହିବାକୁ ସୁରକ୍ଷିତ ମନେ କଲି ନାହିଁ ଆଉ ମୁ ଘର ଛାଡି ଚାଲିଆସିଲି ଏବେ ମୁ ଯେକୌଣସି ସ୍ଥାନରେ ରହିବି ଓ ପରବର୍ତ୍ତୀ ସମୟରେ ଘରକୁ ଫେରିବି’ । ତା ହେଲେ ବନ୍ଧୁଗଣ ତପସ୍ଵିନୀ ଘରକୁ ଯିବା ପରେ ଏବେ ପ୍ରମୋଦ ସାହୁ ଘର ଛାଡି ଦେଇଛନ୍ତି । ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *