ଏମିତି କିଛି ଖତରନାକ କାମ ଯାହା ଆପଣ ପ୍ରତିଦିନ କରନ୍ତି ! ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଏହି ଦୁନିଆରେ ଥିବା ପ୍ରତ୍ୟକ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି । ଏହି ଦୁନିଆରେ ଥିବା ସମସ୍ତ ମଣିଷ କିଛି ନା କିଛି ଭୁଲ ନିଶ୍ଚୟ କରିଥାନ୍ତି କଥାରେ ଅଛି ମଣିଷ ମାତ୍ରେ ଭୁଲ ହୁଏ । ହେଲେ ବନ୍ଧୁଗଣ କିଛି ଭୁଲ ମଣିଷ ଅଜଣାତରେ କରିଥାଏ ଓ ସେ ଜାଣି ନଥାଏ ମାତ୍ର ତାର ଏହି ଛୋଟ ଭୁଲ ପାଇଁ ତାର ପ୍ରାଣ ବି ଯାଇପାରେ । ଆଜି ଆମେ ଆପଣ ମାନଙ୍କୁ ସେହି ସମସ୍ତ ଭୁଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ମାନେ ଭୁଲ ସେ ମଧ୍ୟ କରିବେ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତି ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଭାରତରେ ୬୦ ପ୍ରତିଶତ ଲୋକଙ୍କ ଘରେ ଲୁସ ଫ୍ୟାନ ଅଛି । ଏହି ଫ୍ୟାନ ଗୁଡିକ ଲୁସ ଥାଏ ଓ କେତେବେଳେ ବି ଏହା ତଳେ ପଡିପାରେ ଯାହାଫଳରେ ଆପଣଙ୍କର କିମ୍ବା ଆପଣଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ରହିଥାଏ । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସବୁଦିନ ୧୦୦୦ରୁ ଅଧିକ ଲୋକଙ୍କ ଉପରେ ପଙ୍ଖା ପଡିବାରୁ ସେମାନଙ୍କର ଆଘାତ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନଙ୍କୁ ପ୍ରତି ମାସରେ ପଙ୍ଖାକୁ ଚେକ କରିବା ଉଚିତ ଓ ଯଦି ପଙ୍ଖା ଲୁସ ଅଛି ତା ହେଲେ ତାର ମରାମତ କରିବା ଉଚିତ ।

୨. ବନ୍ଧୁଗଣ ସାଧାରଣତଃ ସ୍କୁଟି ଚଳାଇବା ବେଳେ ଯଦି ଜାଗା ନାହିଁ ତା ହେଲେ ଆମେ ଛୋଟ ପିଲାଙ୍କୁ ଆଗରେ ଛିଡା କରାଇ ଥାଉ । ହେଲେ ସେହି ଆଗର ଖାଲି ସ୍ଥାନଟି ବ୍ୟାଗ ରଖିବା ପାଇଁ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଯଦି ଦୁର୍ଘଟଣା ହୁଏ ତା ହେଲେ ସବୁଠାରୁ ଅଧିକ ଆଗରେ ଛିଡା ହୋଇଥିବା ଛୁଆର କ୍ଷତି ହେବ ।

୩. ଯେତେବେଳେ ନିଆଁ ଲାଗେ ଅଧିକାଂଶ ଲୋକ ନିଆଁକୁ ପାଣିରେ ବୁଝାଇବା ପାଇଁ ଚେଷ୍ଟା କରିଥାନ୍ତି ହେଲେ ଏହା ବହୁତ ବଡ ଭୁଲ ଅଟେ । ଯଦି ଆପଣଙ୍କ ପାଖରେ ଅଧିକ ପାଣି ନାହିଁ ତା ହେଲେ ନିଆଁରେ ପାଣି ପଡିଲେ ତାହା ଅଧିକ ବଢିବାରେ ଲାଗିବ । ଏହା ଛଡା ଯଦି ନିଆଁ ସର୍ଟ ସର୍କିଟ ହେବା କାରଣରୁ ଲାଗିଥାଏ ତା ହେଲେ ପାଣି ପକାଇବା ଦ୍ଵାରା ମାମଲା ଆହୁରି ଅଧିକ ବିଗିଡିପାରେ ।

୪. ବନ୍ଧୁଗଣ ଯେତେବେଳେ ଛିଙ୍କ ଆସେ ସେତେବେଳେ ଅନେକ ଲୋକ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିଥାନ୍ତି ହେଲେ ଏହା ଭୁଲ ଅଟେ ଆପଣଙ୍କ ଏହି ଭୁଲ ପାଇଁ ଆପଣଙ୍କ ଶରୀରରେ ଅନେକ ରୋଗ ହୋଇପାରେ । ଯେତେବେଳେ ଆମ ନାକରେ ଧୁଳି ଜମା ହୋଇଥାଏ ତାହା ଛିଙ୍କ ଦ୍ଵାରା ବାହାରିଥାଏ ଯଦି ଆପଣ ଠିକ ଭାବରେ ଛିଙ୍କିବେ ନାହିଁ ତା ହେଲେ ସେହି ଧୁଳି ଆପଣଙ୍କ ଶରୀର ଭିତରକୁ ଯାଇ ସମସ୍ଯା ସୃଷ୍ଟି କରିପାରେ ।

୫. ଅନେକ ଲୋକ ଲେଖିବା ପାଇଁ ପସନ୍ଦ କରନ୍ତି ହେଲେ କେତେକ ଲୋକ ଅତ୍ୟଧିକ ମାତ୍ରାରେ ପେନ ଧରି ଲେଖିଥାନ୍ତି । ବନ୍ଧୁଗଣ ଯଦି ଆପଣ ମୋଟା ପେନରେ ଅଧିକ ସମୟ ଧରି ଲେଖୁଛନ୍ତି ତା ହେଲେ ଆପଣଙ୍କ ହାତରେ ଏକ ପ୍ରକାରର ଯନ୍ତ୍ରଣା ହୋଇପାରେ ଓ ତାହା ଆଜୀବନ ରହିପାରେ । ତେଣୁ ଆବଶ୍ୟକତା କ୍ରମେ ଲେଖନ୍ତୁ ।

Leave a Reply

Your email address will not be published. Required fields are marked *