ଉପର ଘର ବୁଲି ଦେଖିଲେ Tapaswini, ଦେଖନ୍ତୁ Video 

ବନ୍ଧୁଗଣ ଦୀର୍ଘ ଦେଢ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି । ଗତ ପହଡଦିନ ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲେ । ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲା ଦୀର୍ଘ ଦିନ ଧରି ଚାଲି ଆସୁଛି ଏହି ମାମଲାଟି ବର୍ତ୍ତମାନ ବ୍ୟକ୍ତିଗତ ହୋଇଯାଇଛି । ତେବେ ତପସ୍ଵିନୀଙ୍କୁ ବର୍ତ୍ତମାନ ଜନସାଧାରଣଙ୍କ ସମର୍ଥନ ମିଳୁଥିବା ବେଳେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି ।

ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ବନ୍ଧୁଗଣ ଓଡିଶାରେ ଏପରି ଏକ ଘଟଣା ବୋଧେ ପ୍ରଥମ ଥର ଦେଖିବାକୁ ମିଳିଛି ଯେଉଁଠି ଜଣେ ନାରୀ ନିଜ ଅଧିକାର ପାଇଁ ଦୀର୍ଘ ଦୁଇ ମାସ କାଳ ନିଜ ଶାଶୁ ଘର ସାମ୍ନାରେ ଶିତ କାକରରେ ଧାରଣା ଦେଇଛି । ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି ।

ହେଲେ ତପସ୍ଵିନୀ ଶଶୁରଙ୍କ ପାଇଁ ଖୁସି ନାହାନ୍ତି । କାରଣ ତପସ୍ଵିନୀଙ୍କର ଗୋଟିଏ ଜିଦି ଯେ ସେ ତାଙ୍କ ସ୍ଵାମୀ ସୁମିତଙ୍କ ସହ ବେଡରୁମରେ ରହିବେ ହେଲେ ଡିମ୍ପଲଙ୍କ ଶଶୁର କହୁଛନ୍ତି ଉପର ରୁମରେ ରହିବା ପାଇଁ । ବନ୍ଧୁଗଣ ଉପର ଘରଟି ହଷ୍ଟେଲ ବୋଲି ଡିମ୍ପଲ କହୁଛନ୍ତି ଓ ବର୍ତ୍ତମାନ ସେହି ଘରଟି ଅସଜଡା ହୋଇ ରହିଛି । ସେହି ଉପର ଘରେ ଗୋଟେ ମଣିଷ ରହିବା ପାଇଁ ଉପଯୋଗୀ ନାହିଁ ।

ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ତେବେ ବର୍ତ୍ତମାନ ତପସ୍ଵିନୀ ପୁଣି କୋର୍ଟ ଦ୍ଵାରସ୍ତ ହୋଇଛନ୍ତି ।ବନ୍ଧୁଗଣ ଗତ କାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ସେହି ଭିଡିଓରେ କିଛି ଲୋକ ସେହି ଉପର ଘରକୁ ବହୁତ ଭଲ ଭାବରେ ସଫା ସୁତୁରା କରୁଥିବାର ନଜର ଆସିଥିଲେ ।

ପ୍ରମୋଦ ସାହୁ ସେହି ଘରଟି ସଫା କରାଇ ଥିଲେ ଓ ସେ ମଧ୍ୟ ଭିଡିଓରେ ନଜର ଆସିଥିଲେ । ବନ୍ଧୁଗଣ ଆଜି ତପସ୍ଵିନୀ ସେହି ଘରକୁ ଯାଇ ଦେଖିଛନ୍ତି । ସେହି ଘରଟି ସଫା କରିବା ପରେ ମଧ୍ୟ ତପସ୍ଵିନୀ ଘର ପ୍ରତି ଥିବା ନିଜର ତ୍ରୁଟି ଦର୍ଶାଇ ଛନ୍ତି । ବର୍ତ୍ତମାନ ସେହି ଘରଟି ସଂପୂର୍ଣ୍ଣ ରୂପେ ସଫା ହୋଇନାହିଁ କାରଣ ସେହି ଘର ଭିତରେ କିଛି ଅତ୍ୟାବସକୀୟ ଜିନିଷ ରହିଛି ଯାହାଦ୍ୱାରା ଘରଟି ଅସଜଡା ଦେଖା ଯାଉଛି ।

ତପସ୍ଵିନୀ ଘର ବୁଲିବା ପରେ କହିଛନ୍ତି ଯେ, ସେହି ଘରଟି ସଂପୂର୍ଣ୍ଣ ଠିକ ହେବା ପରେ ସେ ନିଶ୍ଚୟ ଆସିବେ । କୋର୍ଟ ରାୟ ଦେବା ପରେ ମଧ୍ୟ ତପସ୍ଵିନୀ ଦୁଇ ଦିନ କାଳ ବାହାରେ ରହିଛନ୍ତି ହେଲେ ଯାହା ଆଶା କରାଯାଉଛି ଆଜି ତପସ୍ଵିନୀ ଘରକୁ ଫେରିବେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *