ଘର ଭିତରକୁ ଯିବାକୁ ସଜବାଜ ହେଲେ Tapaswini, ଦେଖନ୍ତୁ Live ଭିଡିଓ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଜଣେ ମହିଳା ବଧୂ ବେଶ ରେ ସଜ ହୋଇ ନିଜ ର ଶଶୁର ଘର ସାମ୍ନା ରେ ନିଜର ନ୍ୟାୟ ପାଇଁ ଲଢେଇ କରୁଥିଲେ । ସେହି ମହିଳା ଜଣକ ହେଲେ ତପସ୍ୱିନୀ ଦାସ । ଯିଏ ବୋହୁ ବେଶରେ ଆସି ଶଶୁର ଘର ଆଗରେ ପ୍ରତିବାଦ କରିଥିଲେ । ଅଭିଯୋଗ ଏହା ଥିଲା ଯେ, ଗତ ୨୦୨୦ ମସିହାରେ ସୁମିତ ସାହୁ ନାମକ ଜଣେ ଡାକ୍ତର, ତପସ୍ୱିନୀଙ୍କୁ କୋର୍ଟରେ ବିବାହ କରିଥିଲେ ।

ଦୀର୍ଘ ୬ ମାସ ଏକାଠି ରହିବା ପରେ ତପସ୍ୱିନୀଙ୍କୁ ତାଙ୍କ ବାପ ଘରେ ଛାଡ଼ି ଦେଇଥିଲେ । ଏବଂ ରୀତିନୀତି ଅନୁଯାୟୀ ବିବାହ କରି ଘରକୁ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରେ ଆସି ନଥିଲେ ଏବଂ ତପସ୍ୱିନୀ ଙ୍କୁ ମିଳିଥିଲା ପ୍ରତାରଣା । ଯେଉଁ କାରଣରୁ ସେ ନ୍ୟାୟ ନିମନ୍ତେ ଲଢେ଼ଇ କରିଥିଲେ ଏବଂ ଆଜି ଶେଷରେ ତାଙ୍କୁ କୋର୍ଟ ର ଶୁଣାଣି ରେ ନ୍ୟାୟ ପ୍ରାପ୍ତ ହୋଇଛି ।

ତେବେ ବର୍ତ୍ତମାନ କଣ ରହିଛି ସ୍ଥିତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଆଜି ବ୍ରହ୍ମପୁର ର ଚର୍ଚ୍ଚିତ ଯୋଡ଼ି ସୁମିତ ଓ ତପସ୍ୱିନୀ ଙ୍କ କେସ ର ଫାଇନାଲ୍ ଶୁଣାଣି ଥିଲା । ଯେଉଁଥିରେ ତପସ୍ୱିନୀ ଙ୍କ ବିଜୟ ହୋଇଛି । କୋର୍ଟ ର ଶୁଣାଣି ତପସ୍ୱିନୀ ଙ୍କ ସପକ୍ଷରେ ରହିଛି । ତେବେ ବର୍ତ୍ତମାନ ପୁଣିଥରେ ସମ୍ମାନ ର ସହିତ ନିଜ ଶାଶୂଘର କୁ ଫେରିବେ ତପସ୍ୱିନୀ ।

ଘରକୁ ଯିବା ନିମନ୍ତେ ସ୍ୱୟଂ ତାଙ୍କ ଶ୍ବଶୁର ଆସି ଗେଟ ଖୋଲିଥିଲେ । ବର୍ତ୍ତମାନ ତପସ୍ୱିନୀ ଙ୍କୁ ଘର ଭିତରକୁ ଯିବାର ସମସ୍ତ ବ୍ୟବସ୍ଥା ଜାରି ରହିଛି । ଆଉ ମାତ୍ର ଅଳ୍ପ ସମୟ ଭିତରେ ହିଁ ସେ ନିଜ ଶାଶୂଘରେ ପ୍ରବେଶ କରିବେ । ନିଜ ଶାଶୂଘର କୁ ଯିବେ ବୋଲି ପୁଣିଥରେ ସଜବାଜ ହୋଇ ବଧୁ ପରି ବେଶ ସାଜିଛନ୍ତି ତପସ୍ୱିନୀ ।

ତେବେ ତାଙ୍କର ବିଜୟ ସମ୍ପୂର୍ଣ୍ଣ ନାରୀ ଜାତି ଙ୍କ ପାଇଁ ପ୍ରେରଣାଦାୟକ ଅଟେ । ନ୍ୟାୟ ର ଲଢେ଼ଇ ଲଢ଼ି ଶେଷ ରେ ନ୍ୟାୟ ହାସଲ କରିଛନ୍ତି ତପସ୍ୱିନୀ ଓରଫ ଡିମ୍ପଲ । ତେବେ ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *