ଘର ବାହାରେ ନଳ ପାଖରେ ବସିଥିଲା କିଙ୍ଗ କୋବ୍ରା, ଲୋକଟି ବାଲ୍ଟିରେ ପାଣି ଢାଳିଲା ପରେ କିଛି ଏମିତି ହେଲା କି, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ସବୁବେଳେ ପଶୁ ପକ୍ଷୀ ଓ ସାପ ମାନଙ୍କ ଭିଡିଓ ଭାଇରାଲ ହୋଇଥାଏ । ଏହା ମଧ୍ୟରୁ ଅନେକ ଭିଡିଓ ଆଶ୍ଚର୍ଯ୍ୟ କରିଦେବା ଭଳି ହୋଇଥାଏ । ବର୍ତ୍ତମାନ ଟ୍ଵିଟରରେ ଗୋଟିଏ କିଙ୍ଗ କୋବ୍ରାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗିଛି । ଏହି ଭିଡିଓକୁ ଦେଖି ଲୋକ ଆଶ୍ଚର୍ଯ୍ୟ ଚକିତ ହେଇ ଯାଉଛନ୍ତି । ଏହି ଭିଡିଓରେ ଗୋଟିଏ ବ୍ୟକ୍ତି ବାଲ୍ଟିରେ ପାଣି ଭରି ସାପକୁ ଗାଧୋଇ ଦେଉଥିବାର ଦେଖା ଯାଉଛି । ଏହି ଲୋକଟି ସାପ ଧରିବା ପାଇଁ ଟ୍ରେନିଂ ପାଇଛି ଓ ଫରେଷ୍ଟ ବିଭାଗରେ କାମ କରିଥାଏ ।

କଣ ଅଛି ଏହି ଭାଇରାଲ ଭିଡିଓରେ

ଭାଇରାଲ ଭିଡିଓ ରେ ଦେଖା ଯାଉଛି କି ଏକ କଲୋନୀରେ ଘର ବାହାରେ ଲାଗିଥିବା ଏକ ନଳ ପାଖରେ ଏକ କିଙ୍ଗ କୋବ୍ରା ବସିଛି । ପାଖରେ ଠିଆ ହୋଇଥିବା ଏକ ବ୍ୟକ୍ତି କୋବ୍ରାର ମୁହଁରେ ପାଣି ଢାଳୁଛି । ସେହି ବ୍ୟକ୍ତି ଜଣକ ଦୁଇ ଥର ଏମିତି କରୁଛି ଓ କୋବ୍ରା ପୁରା ଶାନ୍ତ ହୋଇ ସେହିଠାରେ ବସି ରହିଛି । ଏହି ଭିଡିଓକୁ ବହୁତ ପସନ୍ଦ କରାଯାଉଛି ।

https://twitter.com/susantananda3/status/1264562592833507328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1264562592833507328&ref_url=https%3A%2F%2Fwww.lokmatnews.in%2Fweird%2Fking-cobra-enjoys-cold-water-shower-video-goes-viral%2F

ଏହି ଭିଡିଓ କୁ ସୁଶାନ୍ତ ନନ୍ଦ ଟ୍ବିଟରରେ ଶେୟାର କରିଛନ୍ତି । ସେ ଏହି ଭିଡିଓ କୁ ଶେୟାର କରି ଲେଖିଛନ୍ତି – ‘ଗରମ ଦିନ ଅଟେ, ଏମିତିରେ ଗାଧୋଇବା କାହାକୁ ବା ପସନ୍ଦ ନୁହେଁ । ଏହା ଭୟାନକ ହୋଇପାରେ । ଏହାକୁ ଘରେ ବିଲକୁଲ ବି ଟ୍ରାଏ କରନ୍ତୁ ନାହିଁ ।’ ୫୧ ସେକେଣ୍ଡ ର ଏହି ଭିଡିଓ କୁ ରବିବାର ୨୪ ମେ ରେ ଶେୟାର କରା ଯାଇଥିଲା । ଯେଉଁଥିରେ ୧ ଲକ୍ଷ ରୁ ଅଧିକ ଭ୍ଯୁଜ ହୋଇ ସାରିଲାଣି ଏହା ସହିତ ୭ ହଜାରରୁ ଅଧିକ ଲାଇକ୍ସ ବି ହୋଇଛି ।

ସୁଶାନ୍ତ ନନ୍ଦା ଜଣେ ଫରେଷ୍ଟ ଅଧିକାରୀ ଅଟନ୍ତି ଓ ସେ ଆମ ଓଡିଶାରେ କାର୍ଯ୍ୟରତ ଅଟନ୍ତି । ଟ୍ଵିଟର ରେ ତାଙ୍କ ପ୍ରୋଫାଇଲରେ ୪୬ ହଜାର ରୁ ଅଧିକ ଫଲୋଅର୍ସ ଅଛନ୍ତି ଯେତେବେଳେ କି ସେ ଏହା କହି ନାହାଁନ୍ତି କି ଏହି ଭିଡିଓ ଭାରତର କେଉଁ ଅଞ୍ଚଳର ଅଟେ ।

https://twitter.com/susantananda3/status/1264785340935610369

ସୋସିଆଲ ମିଡିଆରେ ଲୋକ ଏହି ଭିଡିଓ କୁ ଦେଖି ସେହି ଲୋକର ପ୍ରଶଂସା କରୁଛନ୍ତି ଯିଏ କୋବ୍ରା କୁ ପାଣିରେ ଗାଧୋଇ ଦେଉଛି । ସୋସିଆଲ ମିଡିଆରେ ସାଧାରଣତଃ ଏହି ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିଛି ଦିନ ପୂର୍ବରୁ ଲକଡାଉନ କାରଣରୁ ଜଙ୍ଗଲରୁ ଅନେକ ମୟୁର ସଡକ ଉପରକୁ ଚାଲି ଆସିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ବହୁତ ପସନ୍ଦ କରା ଯାଇଥିଲା । ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ନୂଆ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *