ବାହନ ଚାଳକଙ୍କ ପାଇଁ ମୋଦୀ ସରକାରଙ୍କ ବଡ ଘୋଷଣା, ମିଳିବ ଏହି ରିହାତି

ଗତ କିଛି ଦିନ ହେଲାଣି ସାରା ଦେଶରେ କରୋନା ଭାଇରସ ବ୍ୟାପିବାରେ ଲାଗିଛି । ଏହି ମହାମାରୀ ଲୋକମାନଙ୍କୁ ବହୁତ ଭୟଭୀତ କରିଦେଇଛି । ଏହା ଦ୍ଵାରା ବହୁତ ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି । ଏହି ମହାମାରୀ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମହାମାରୀରୁ ରକ୍ଷା ପାଇବ ପାଇଁ ସରକାର ଲକଡାଉନ ବ୍ୟବସ୍ଥା କରିଥିଲେ । ଲକଡାଉନର ତିନୋଟି ପର୍ଯ୍ୟାୟ ସରିଗଲା ଏବଂ ବର୍ତ୍ତମାନ ଏହାର ଚତୁର୍ଥ ପର୍ଯ୍ୟାୟ ଚାଲିଛି । ଲକଡାଉନ ଦ୍ଵାରା ସାମାଜିକ ଦୂରତା ରହିବ ବୋଲି ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ସରକାର କହିଥିଲେ କି ଲୋକମାନେ ନିଜ ନିଜ ଭିତରେ ସାମାଜିକ ଦୂରତା ରଖିବା ବହୁତ ଆବଶ୍ୟକ ଅଟେ ଏବଂ ସାନିଟାଇଜର ମଧ୍ୟ ବ୍ୟବହାର କରିବା ଦରକାର ।

ଲକଡାଉନର ଏହି ଚତୁର୍ଥ ପର୍ଯ୍ୟାୟରେ ସରକାର କେତେକ ନିୟମକୁ କୋହଳ କରି ଦେଇଛନ୍ତି । ଏହି ନିୟମ କୋହଳ କରାଯିବାରୁ ଅନେକ ଗୁଡିଏ ଦୋକାନ ଖୋଲିବା ସହିତ ଯାନବାହାନ ମଧ୍ୟ ଚାଲିବା ଆରମ୍ଭ ହୋଇଛି । କିନ୍ତୁ ଏହା ମଧ୍ୟରେ ସାମାଜିକ ଦୂରତା ରଖିବା ନିହାତି ଆବଶ୍ୟକ ବୋଲି ସରକାର କହିଛନ୍ତି । କେନ୍ଦ୍ର ସରକାର ନରେନ୍ଦ୍ର ମୋଦୀ ବର୍ତ୍ତମାନ ଲକଡାଉନରେ ଛାଡ ପରିସରକୁ କ୍ରମାଗତ ଭାବରେ ବଢାଇ ଚାଲିଛନ୍ତି । ଏହା ଅଧୀନରେ ବର୍ତ୍ତମାନ କେନ୍ଦ୍ର ସରକାର ଦେଶର ସବୁ ଡ୍ରାଇଭର ମାନଙ୍କୁ ପୁଣିଥରେ ବଡ ଛାଡ ଦେଇଛନ୍ତି ।

ଏହା ଅଧୀନରେ ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ବର୍ତ୍ତମାନ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଯାନ ପଞ୍ଜୀକରଣ ସମ୍ବନ୍ଧିତ କାଗଜପତ୍ରର ବୈଧତାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏହି ସମ୍ବନ୍ଧରେ କହିଛନ୍ତି କି ଗାଡିର ଯେଉଁ କାଗଜପତ୍ରର ନବୀକରଣର ଅବଧି ୧ ଫେବୃୟାରି ୨୦୨୦ ଠାରୁ ବିଚାରାଧୀନ ଅଛି ତାର ବୈଧତାର ଅବଧିକୁ ୩୧ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଏହି ଅବଧି ପର୍ଯ୍ୟନ୍ତ ଆପଣଙ୍କର ଡକ୍ୟୁମେଣ୍ଟ ଗୁଡିକର ନବୀକରଣ ପାଇଁ କୌଣସି ବି ପ୍ରକାରର ବିଳମ୍ବ ଶୁଳ୍କ ନିଆଯିବ ନାହିଁ । ଦେଶରେ କରୋନା ସଂକ୍ରମଣ ଲୋକମାନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କେନ୍ଦ୍ର ସରକାର ଲକଡାଉନକୁ ଆଗକୁ ବଢାଇବା ସମ୍ବନ୍ଧରେ କୌଣସି ବି ପ୍ରକାରର ନିଷ୍ପତିଇ ନେଇ ନାହାଁନ୍ତି । ଏହିପରି ଦେଶର ଅପଡେଟ ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *