ଟିଭିର ଏହି ଅଭିନେତ୍ରୀ ଲଗାଇଲେ ଫାସି, ଏହା ଥିଲା ତାଙ୍କର ଶେଷ ହ୍ଵାଟ୍ସ ଆପ ଷ୍ଟାଟସ

ଫେମସ ସିରିୟଲ କ୍ରାଇମ ପେଟ୍ରୋଲ ର ଅଭିନେତ୍ରୀ ଫାସି ଲଗାଇ ଆତ୍ମହତ୍ୟା କରି ନେଇଛନ୍ତି । ସେ ସୋନି ଟିଭି ଓ କଲର୍ସ ଭଳି ଚ୍ୟାନେଲ ରେ ବହୁତ ସିରିୟଲ କରି ସାରିଛନ୍ତି । ମରିବା ପୂର୍ବରୁ ତାଙ୍କର ଶେଷ ହ୍ଵାଟ୍ସଆପ ଷ୍ଟାଟସ ଥିଲା ‘ସବସେ ବୁରା ହୋତା ହେ ସପନୋ କା ମର ଜାନା’ । ଇନ୍ଦୋର ର ବଜରଙ୍ଗ ନଗରରେ ବିଳମ୍ବିତ ରାତିରେ ଟିଭି ଆକ୍ଟ୍ରେସ ପ୍ରେକ୍ଷା ମେହତା ଫାସି ଲାଗାଇ ଆତ୍ମହତ୍ୟା କରିଛନ୍ତି । ସେ ମୁମ୍ବାଇରେ ଟିଭି ସିରିୟଲ ରେ କାମ କରୁଥିଲେ । କ୍ରାଇମ ପେଟ୍ରୋଲ ର ବି ଅନେକ ପ୍ରୋଗ୍ରାମରେ ସେ ଅଭିନୟ କରିଥିଲେ ।

ତାଙ୍କ ପିତାଙ୍କ କହିବା ଅନୁସାରେ ଲକଡାଉନ ହେବା ପରେ ସେ ଘରକୁ ଆସିଥିଲେ । ମୁମ୍ବାଇରେ ଯେମିତି କରୋନା ସଙ୍କଟରୁ ଲକଡାଉନ ବଢୁଛି ତାକୁ ଲାଗୁଥିଲା କି ବହୁତ ଦିନ ପର୍ଯ୍ୟନ୍ତ କାମ ମିଳିବ ନାହିଁ । ଯେଉଁ କାରଣରୁ ଡିପ୍ରେସନ ରେ ଆସି ସେ ଏହି ନିସ୍ପତି ନେଇଛି । ବର୍ତ୍ତମାନ ପୋଲିସ ପୁରା ମାମଲାର ଯାଞ୍ଚ କରୁଛି ।

ଇନ୍ଦୋର ପୋଲିସ ବର୍ତ୍ତମାନ ଯାଞ୍ଚ କରି ଜାଣିବାକୁ ଚାହୁଁଛି କି ଆତ୍ମହତ୍ୟାର କାରଣ କଣ କେବଳ ଗୋଟିଏ କଳାକାର ର ସ୍ଵପ୍ନ ଭାଙ୍ଗିବା ଥିଲା ନା ପରଦା ପଛରେ ଆଉ କିଛି ରାଜ ଥିଲା । ଯାଞ୍ଚ ପରେ ହିଁ ଏହା ଜଣା ପଡିବ ।

ଲକଡାଉନ କାରଣରୁ ଅଭିନେତ୍ରୀ ପ୍ରେକ୍ଷା ମେହତା ଭଳି ଅନେକ ଝିଅ ଅଛନ୍ତି ଯାହାଙ୍କୁ କାମର ଚିନ୍ତା ଅଛି । ଏହି କାରଣରୁ ପ୍ରେକ୍ଷା ହ୍ଵାଟ୍ସଆପରେ ନିଜର ଲାଷ୍ଟ ଷ୍ଟାଟସ ଦେଇଥିଲେ, ଯେଉଁଥିରେ ସେ କଳା ବ୍ୟାକ ଗ୍ରାଉଣ୍ଡରେ କେବଳ ଗୋଟିଏ ଲାଇନ ଲେଖିଥିଲେ ଯାହା ତାଙ୍କର ମନୋଦଶାକୁ ଦର୍ଶାଉଥିଲା କି ‘ସବସେ ବୁରା ହୋତା ହେ ସପନୋ କା ମର ଜାନା’ ।  ଦେଶରେ ଘଟୁଥିବା ସମସ୍ତ ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *