Vastu Tips- ଘରର ଏହି ଦିଗରେ ଭୁଲରେ ମଧ୍ୟ ଲଗାନ୍ତୁ ନାହିଁ ଘଣ୍ଟା, ପୁରା ପରିବାର କୁ କରିଦିଏ ବର୍ବାଦ

ନମସ୍କାର ବନ୍ଧୁଗଣ।ବନ୍ଧୁଗଣ ଏହା କୁହାଯାଏ କି ସମୟ ବହୁତ ମୂଲ୍ୟବାନ ହୋଇଥାଏ।ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ ବସ୍ତୁର ପ୍ରଭାବ ଆମ ଜୀବନରେ ଗଭୀର ଭାବରେ ପଡିଥାଏ ଏବଂ ଏହା ମଧ୍ୟରୁ ଗୋଟିଏ ବସ୍ତୁ ହେଉଛି ଘଣ୍ଟା। ବାସ୍ତୁ ଶାସ୍ତ୍ରରେ ଘଣ୍ଟାକୁ ଏକ ମହତ୍ୱ ପୂର୍ଣ୍ଣ ବସ୍ତୁ ଭାବେ ମାନାଯାଇଥାଏ।ଏହା ଆମ ଜୀବନକୁ ସିଧା ସଳଖ ଭାବେ ପ୍ରଭାବ ପକାଇଥାଏ।

ବନ୍ଧୁଗଣ ଘଣ୍ଟା ଆମ ପାଇଁ ଉଭୟ ଭଲ ଏବଂ ଖରାପ୍ ସମୟ ନେଇ ଆସିଥାଏ। ଆପଣମାନେ ଏହା ଶୁଣିଥିବେ ଯେ ଲୋକମାନେ କୁହନ୍ତି, ଯେ ମୋର ଏବେ ଖରାପ୍ ସମୟ ଚାଲିଛି। ତେବେ ବନ୍ଧୁଗଣ ବାସ୍ତୁ ଶାସ୍ତ୍ରର ସାହାଯ୍ୟରେ ଆପଣମାନେ ନିଜର ଖରାପ୍ ସମୟକୁ ଭଲ ସମୟରେ ବଦଳାଇ ପାରିବେ।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଘଣ୍ଟା ଜଡ଼ିତ କିଛି ବାସ୍ତୁ ଟିପ୍ସ ଏବଂ ଘଣ୍ଟା କେଉଁ ଦିଗରେ ଲଗାଇବେ ଏବଂ କେଉଁ ଦିଗରେ ଲଗାଇବେ ନାହିଁ।

୧. ବନ୍ଧୁଗଣ କାନ୍ଥରେ ଲାଗିଥିବା ଘଣ୍ଟା ଆମକୁ ସମୟ ତ କହିଥାଏ, ତା ସହ ପରିବାରର ସମସ୍ତ ସଦସ୍ୟ ମାନଙ୍କୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ । ଘଣ୍ଟା ଆମକୁ ନିରନ୍ତର ଚାଲିବାର ସଂଦେଶ ଦେଇଥାଏ ,ସେଥିପାଇଁ ବାସ୍ତୁ ଶାସ୍ତ୍ରରେ ବନ୍ଦ ଥିବା ଘଣ୍ଟାକୁ ଘରେ ଲଗାଇ ରଖିବାକୁ ଅଶୁଭ ବୋଲି ମନାଯାଇଥାଏ । ଯଦି ଆପଣଙ୍କ ଘରେ ବନ୍ଦ ଘଣ୍ଟା ଅଛି , ତେବେ ଆପଣ ଏହାକୁ ଅତି ଶୀଘ୍ର ବାହାର କରିଦିଅନ୍ତୁ ଏବଂ ସେହି ସ୍ଥାନରେ ଚାଲୁଥିବା ଘଣ୍ଟାକୁ ଲଗାନ୍ତୁ । ବନ୍ଦ୍ ଘଣ୍ଟା ଘରେ ନକାରାତ୍ମକ ଉର୍ଜା କୁ ବଢାଇଥାଏ , ସେଥିପାଇଁ ସବୁବେଳେ ଚାଲୁଥିବା ଘଣ୍ଟାକୁ ହିଁ ଘରେ ଲଗାନ୍ତୁ ।

୨. ବନ୍ଧୁଗଣ ଘଡି ବା ଘଣ୍ଟା କୁ ସବୁବେଳେ ଘରର ଉତ୍ତର ଦିଗରେ ଲଗାନ୍ତୁ , ଏବଂ ଭୁଲରେ ମଧ୍ୟ କେବେ ହେଲେ ମଧ୍ୟ ଘଣ୍ଟାକୁ ଘରର ଦକ୍ଷିଣ ଦିଗରେ ଲଗାନ୍ତୁ ନାହିଁ । ବନ୍ଧୁଗଣ ଦକ୍ଷିଣ ଦିଗକୁ ଜମ ରାଜା ଙ୍କ ଦିଗ ବୋଲି କୁହାଯାଇଥାଏ , ତେଣୁ ବାସ୍ତୁ ଶାସ୍ତ୍ର ମତରେ ଗୃହରେ କେବେ ହେଲେ ମଧ୍ୟ ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଭଲ ହୋଇନଥାଏ । ଦକ୍ଷିଣ ଦିଗରେ ଲଗାଯାଇଥିବା ଘଣ୍ଟା ପରିବାରର ସଦସ୍ୟ ମାନଙ୍କର ଆୟୁ ଏବଂ ସ୍ୱାସ୍ଥ୍ୟ ପାଇଁ ଅଶୁଭ ହୋଇଥାଏ।

୩. ବନ୍ଧୁଗଣ କେବେ ହେଲେ ମଧ୍ୟ ଆପଣମାନେ ଆପଣଙ୍କର ଗୃହର ମୁଖ୍ୟ ଦ୍ଵାରରେ କିମ୍ବା ମୁଖ୍ୟ ଦ୍ଵାର କବାଟରେ ଘଣ୍ଟା ଲଗାନ୍ତୁ ନାହିଁ , ଏହା ହେବ ଦ୍ଵାରା ଘରେ ଅଶାନ୍ତି ଏବଂ ଅଭାବ ଦେଖାଯାଇଥାଏ ଏବଂ କଥା କଥାରେ ଝଗଡ଼ା ହୋଇଥାଏ । ବନ୍ଧୁଗଣ ଯଦି ଆପଣଙ୍କ ଘରେ ଅଶାନ୍ତି ବା ଝଗଡ଼ା ଲାଗି ରହିଛି ତେବେ ଆପଣମାନେ ଥରେ ଦେଖିନିଅନ୍ତୁ କି ଆପଣମାନେ ଆପଣଙ୍କ ଘରେ ଥିବା କବାଟ ଉପରେ ବା କବାଟରେ ଘଣ୍ଟା ଲଗାଇ ନାହାନ୍ତି ତ! ।

୪. ବନ୍ଧୁଗଣ ଘଣ୍ଟା କୁ ସର୍ବଦା ସଫା ରଖିବାକୁ ଚେଷ୍ଟା କରନ୍ତୁ, ଧ୍ୟାନ ରଖନ୍ତୁ ଯେପରି ଘଣ୍ଟାରେ ଧୂଳି ନ ଯମୁଥାଉ । ଭାଙ୍ଗିଥିବା କିମ୍ବା କାମ କରୁନଥିବା ଘଣ୍ଟାର ବ୍ୟବହାର କରନ୍ତୁ ନାହିଁ ।
ବନ୍ଧୁଗଣ ଯଦି ଆପଣଙ୍କ ଘରେ ଥିବା ଘଣ୍ଟା ଠିକ୍ ସମୟରୁ ବିଳମ୍ବ ସମୟରେ ଚାଲୁଥାଏ ତେବେ ଏହା ଆପଣଙ୍କ ପ୍ରଗତିରେ ବାଧକ ସୃଷ୍ଟି କରିଥାଏ। ତେଣୁ ଧ୍ୟାନ ରଖିବେ ଯେପରି ଘଣ୍ଟା ଠିକ୍ ସମୟରେ ଚାଲୁଥିବା ଏବଂ ଆପଣ ଯଦି ଚାହିଁବେ ଘଣ୍ଟାକୁ କିଛି ମିନିଟ୍ ଆଗୁଆ ରଖିପାରିବେ। ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଘଣ୍ଟାରୁ ସକାରାତ୍ମକ ପ୍ରଭାବ ବୃଦ୍ଧି କରିବା ପାଇଁ ଆପଣ ମଧୁର ସଙ୍ଗୀତ ବାଜୁଥିବା ଘଣ୍ଟାକୁ ଘରେ ଲଗାଇ ପାରିବେ। ଏହା ସକାରାତ୍ମକ ଉର୍ଜାର ସଞ୍ଚାର କରିଥାଏ। ଏହା ଆପଣଙ୍କୁ ପ୍ରତି ମୁହୂର୍ତ୍ତ ରେ ଆକର୍ଷିତ କରିଥାଏ ଏବଂ ଜୀବନରେ ନୂଆ ଅବସର ପାଇବାରେ ସାହାଯ୍ୟ କରିଥାଏ ।

୫. ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ହଲ ରେ ପେଣ୍ଡୁଲମ୍ ଥିବା ଘଣ୍ଟା ଲଗାଇଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ, ଏହା ସକାରାତ୍ମକ ଉର୍ଜା ର ସଞ୍ଚାର କରିଥାଏ । ବନ୍ଧୁଗଣ ପେଣ୍ଡୁଲମ୍ ଘଣ୍ଟା ମନୁଷ୍ୟର ଖରାପ ସମୟକୁ ଦୁର କରିଥାଏ ଏବଂ ସଫଳତା ଆଣିଥାଏ , ଆପଣମାନେ ଏହାକୁ ଡ୍ରଇଂ ରୁମରେ ମଧ୍ୟ ଲଗାଇ ପାରିବେ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *