ଘନ ଅନ୍ଧାର ରାତିରେ କେମିତି ହୁଏ କିନ୍ନରଙ୍କ ଶେଷ କୃତ୍ୟ ! କେମିତି ହେଲା ଶ୍ରୀମନ୍ଦିର ଗୁମୁଟରୁ ଡେଇଁ ଜୀବନ ହାରିଥିବା କିନ୍ନର ବଳରାମଙ୍କ ଶେଷକୃତ୍ୟ ? ଦେଖନ୍ତୁ…

ବନ୍ଧୁଗଣ ଆପଣ ଜାଣିଛନ୍ତି କି ଗୋଟେ କିନ୍ନରକୁ ଘନ ଅନ୍ଧକାରର ରାତ୍ରି ମଧ୍ୟରେ କାହିଁକି ଶବ ଘାଟକୁ ନିଆଯାଇଥାଏ । କାହିଁକି ଗୋଟେ କିନ୍ନରର ଶବକୁ ମାଟିରେ ପୋତି ଦିଆଯାଏ । କାହିଁକି ଗୋଟେ କିନ୍ନରର ମୃତ୍ୟୁ ପରେ ତାର ଶବକୁ ଜୋତାରେ ମାଡ କରାଯାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ଆଉ ଏହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୋଟେ କିନ୍ନରର ଜନ୍ମକୁ ସାଧାରଣତଃ ନର୍କର ଜନ୍ମ ବୋଲି ମଧ୍ୟ ଅନେକ କିନ୍ନର କହିଛନ୍ତି । ଗୋଟେ କିନ୍ନରକୁ ପରିବାର ଠାରୁ ଦୂରରେ ରଖାଯାଏ । ଗୋଟେ କିନ୍ନର ସମାଜରେ ଅନ୍ୟ ମାନଙ୍କ ଦୟାର ପାତ୍ର ହୋଇ ବଞ୍ଚେ । ଅନେକ ତାହାକୁ ଶାରୀରିକ ଶୋଷଣ କରୁଥିବା ବେଳେ ଅନେକ ତାକୁ ଘୃଣା ଓ ଦୟା ଦ୍ରୁଷ୍ଟିରେ ଦେଖନ୍ତି । ତେବେ ଗୋଟେ କିନ୍ନରର ମୃତ୍ୟୁ ପରେ ତାର ସାଥି ମାନେ ନାଚ ଗୀତ କରି ତାକୁ ବିଦାୟ ଦେଇଥାନ୍ତି ।

କିନ୍ନର ମାନେ ଯେଉଁ ଟଙ୍କା ଅନ୍ୟଙ୍କ ଠାରୁ ମାଗିଥାନ୍ତି ସେହି ଟଙ୍କାରେ କିନ୍ନରର ଅନ୍ତିମ ସଂସ୍କାର କରି ନଥାନ୍ତି । କାରଣ ସେମାନେ ଭାବନ୍ତି ସେହି ଟଙ୍କାରେ ଅନ୍ୟ ମାନଙ୍କର ଦୟା ରହିଛି । ଯଦି ସେହି ଟଙ୍କା ଶବ ସଂସ୍କାରରେ ବ୍ୟବହାର ହୁଏ ତା ହେଲେ କିନ୍ନରଟି କେବେ ମୁକ୍ତି ପାଇବ ନାହିଁ । କିନ୍ନରର ମୃତ୍ୟୁ ପରେ ତାର ଶବକୁ ତାର ସାଥି କିନ୍ନର ମାନେ ମାଡ ମାରନ୍ତି ।

ଏହାର କାରଣ ଗୋଟେ କିନ୍ନରକୁ ଜୋତାରେ ମାଡ ମାରିବା ଦ୍ଵାରା ସେ ଏହି ଜନ୍ମରେ ଯେଉଁ ସବୁ ପାପ କରିଥିବ ସେଥିରୁ ମୁକ୍ତି ପାଇଯିବ । ଗୋଟେ କିନ୍ନରକୁ କେବେ ବି ଚିତା ଉପରେ ଶୁଆଇ ଅନ୍ତିମ ସଂସ୍କାର କରାଯାଏ ନାହିଁ । ଯଦିଓ କିନ୍ନର ମାନେ ହିନ୍ଦୁ ଧର୍ମକୁ ମାନନ୍ତି ହେଲେ ତାଙ୍କ ଶବକୁ ପୋତି ଦିଆଯାଏ । କଥା ଅଛି ଯେ କିନ୍ନର ମାନଙ୍କ ଜନନ ଇନ୍ଦ୍ରିୟକୁ କାଟି ଦିଆଯାଏ ଯାହାଫଳରେ କି ସେ ପର ଜନ୍ମରେ ଗୋଟେ ପୁରୁଷ ବା ଗୋଟେ ପୂର୍ଣ୍ଣ ମହିଳା ରୂପେ ଜନ୍ମ ଗ୍ରହଣ କରିବେ ।

ମାନ୍ୟତା ଅଛି ଗୋଟେ କିନ୍ନରର ମୃତ୍ୟୁ ପରେ ଯଦି କେହି ତାର ଶବକୁ ଖାଲି ଆଖିରେ ଦେଖେ ତା ହେଲେ ପରବର୍ତ୍ତୀ ସମୟରେ ସେ କିନ୍ନର ହୋଇ ଜନ୍ମ ନିଏ । ତେଣୁ କିନ୍ନରର ଶବକୁ ଧଳା କପଡାରେ ଘୋଡାଇ ଦିଆଯାଏ । ଗୋଟେ କିନ୍ନରର ମୃତ୍ୟୁ ପରେ ଏମିତି ଅନେକ କିଛି ରହସ୍ୟ ରହିଛି ଯାହା କିନ୍ନର ସମାଜରେ ସମିତି ହୋଇ ରହିଛି ।

Leave a Reply

Your email address will not be published. Required fields are marked *