ରାମାୟଣର ରାବଣ ସୀତା ଅପହରଣ ଦେଖି ହେଲେ ଇମୋସନାଲ

ଦୂରଦର୍ଶନ ପୁଣିଥରେ ତାହାର ଲୋକପ୍ରିୟ ଶୋ ରାମାୟଣର ପ୍ରସାରଣ ଆରମ୍ଭ କରି ଦେଇଛି ଯେଉଁ ଶୋ ଦେଖିବା ପାଇଁ ଦିନେ ଲୋକେ ପାଗଳ ଥିଲେ । ଦୁଇ ଦଶକ ପରେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଶୋ ର ସେହି ଜାଦୁ ଦେଖିବାକୁ ମିଳିଛି । ଏହା କେବଳ ଦର୍ଶକମାନଙ୍କ ପାଇଁ ନୁହେଁ ବରଂ ଏହା ସେହି ଅଭିନେତାଙ୍କ ପାଇଁ ମଧ୍ୟ ନୂଆ ଅନୁଭୂତି ଆଣି ଆସିଛି ଯେଉଁ କଳାକାରମାନେ ଏଥିରେ ଚମତ୍କାର ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ ।

ରାମାୟଣର ପୁନଃ ପ୍ରସାରଣ ସେମାନଙ୍କ ପାଇଁ ଏକ ମିଠା ଅନୁଭୂତି ନେଇ ଆସିଛି ଯେହେତୁ ବହୁ ବର୍ଷ ପରେ ସେମାନେ ନିଜ ଅଭିନୀତ ଶୋ କୁ ଦେଖୁଛନ୍ତି । ବର୍ତ୍ତମାନ ରାମାୟଣରେ ରାବଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅରବିନ୍ଦ ତ୍ରିବେଦୀଙ୍କର ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ ସେ ନିଜର ଏହି ସୋ ରାମାୟଣ ଦେଖୁ ଥିବାର ନଜର ଆସୁଛନ୍ତି । ଏହି ଭିଡିଓରେ ସେ ନିଜକୁ ରାବଣ ଭୂମିକାରେ ଦେଖୁଛନ୍ତି ଯିଏ ସିତାଙ୍କୁ ଅପହରଣ କରି ନେଉଛନ୍ତି । ଏହି ଦୃଶ୍ୟଟି କାହାଣୀର ଏକ ମୁଖ୍ୟ ଅଂଶ ଅଟେ । ରାବଣ ସୀତାଙ୍କୁ ଅପହରଣ କରୁଥିବା ସମୟରେ ସୀତା ସାହାର୍ଯ୍ୟ ପାଇଁ ଲକ୍ଷ୍ମଣଙ୍କୁ ଚିତ୍କାର କରି ଡାକୁଛନ୍ତି ।

ଏହି ଦୃଶ୍ୟଟି ଶେଷ ହେବା ବେଳକୁ ଅରବିନ୍ଦ ଅତ୍ୟଧିକ ଭାବପ୍ରବଣ ହୋଇ ହାତ ଯୋଡୁ ଥିବାର ନଜର ଆସୁଛନ୍ତି । ଅରବିନ୍ଦଙ୍କ ଫ୍ୟାନମାନେ ଏହି ଭିଡିଓ ଦେଖିବା ପରେ ପ୍ରଶଂସା କରି ବିଭିନ୍ନ ପ୍ରକାରର କମେଣ୍ଟ ଦେଇଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟଟି ଭଲ ଲାଗିଥିଲେ ଏହାକୁ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *