ବାପାଙ୍କ ପାଇଁ ମେଡ଼ିସିନ ଆଣିବାକୁ ଯାଇଥିଲା ପୁଅ ,ହେଲେ ମେଡ଼ିସିନ ନେଇ ଆସୁଥିବା ବେଳେ ଘଟିଲା ଅଘଟଣ

ନମସ୍କାର ବନ୍ଧୁଗଣ ।  ସୂଚନା ମୁତାବକ ପ୍ରବଳ ବର୍ଷା ଯୋଗୁଁ ଫୁଲିବାକୁ ଲାଗିଛି ବୈତରଣୀ । ଯେଉଁ ଆଡେ ଦେଖିଲେ ଖାଲି ପାଣି ହିଁ ପାଣି । ବନ୍ୟା ଜଳ ବୈତରଣୀଙ୍କୁ ବୃଦ୍ଧି କରୁଛି ଯାହା ଫଳରେ ତାହା  ଅଶାନ୍ତ  ହୋଇପଡିଛି । ଏହା ଲୋକମାନଙ୍କୁ ଭୟଭୀତ କରିବା ସହ ତାଙ୍କ ଧନ,ଜୀବନ ନେବାକୁ ମଧ୍ୟ ପଛ ଘୁଞ୍ଚା ହେଉନି । ଏହି ବୈତରଣୀ ର ଶୀକାର ହୋଇଛି ଜଣେ ଯୁବକ ।

ହଁ ଦର୍ଶକବନ୍ଧୁ ପ୍ରବଳ ବର୍ଷା ହେତୁ ବୈତରଣୀ ନଦୀର ପାଣି ବୃଦ୍ଧି ହୋଇଛି ଏବଂ ମା ‘ ଠାରୁ ତା ଏକମାତ୍ର ସନ୍ତାନକୁ ଛଡାଇନେଇଛି । ଆପଣମାନେ ଦେଖିପାରୁଥିବେ ମା ‘ କିଭଳି କାନ୍ଦୁଛନ୍ତି ଆଜି ତା ଜୀବନରୁ ମୂଲ୍ୟବନ ଅଂଶଋ  ବିଚ୍ଛେଦ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ଅରୁଣ କୁମାର ରାଉତଙ୍କର ଏମ ମାତ୍ର ପୁଅ ନିରଞ୍ଜନ ରାଉତ ଘରୁ  ବାହାରି ବାପାଙ୍କର ଦରକାରୀ ଔଷଧ ଆଣିବା ପାଇଁ ଯାଇଥିଲେ ।

ମାଲଦା ମାର୍କେଟ୍ କୁ ଔଷଧ ଆଣିବାକୁ ଆସିଥିବା ନିରଞ୍ଜନ ରାଉତ ବୈତରଣୀ ନଦୀର ପ୍ରଖର ସୁଅରେ ଭାସିଯାଇଥିଲେ । ତେବେ ସୂଚନା ପାଇଥିବା ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଯାଇ ଖୋଜାଖୋଜି କରିଥିଲେ ଦୀର୍ଘ ଏକ ଘଣ୍ଟା ଖୋଜିଲା ପରେ ନିରଞ୍ଜନକ୍କୁ ଉଦ୍ଧାର କରିଥିଲେ । ନିରଞ୍ଜନକୁ ଉଦ୍ଧାର କରି ଯାଜପୁରର ମୁଖ୍ୟ ଚିକିତ୍ସାଲୟକୁ  ନେଇକିଯାଇଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।

ଏହା ପରେ ଯାଜପୁର ମେଡିକାଲରେ ଘେରିଛି ଶୋକାକୁଳ ପରିବେଶ ଘରୁ ମା ‘ କହି ବାହାରକୁ ଯାଇଥିବା ପୁଅ ଘରକୁ ନ ଫେରିବାରୁ ମା;’ ହୃଦୟ ବିଚଳିତ ହୋଇଯାଇଥିଲା । ସକାଳୁ ଘରୁ ବାହାରିଥିବା ପୁଅ ସନ୍ଧ୍ଯା ବେଳକୁ ନାହିଁ ଯାହା ଶୁଣି ମା ‘ ଭୋ ଭୋ କରି କାନ୍ଦି ଫଟି ପଡୁଛି  ।

ତେବେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପିଲାଟିର ବୟସ 17 -18 ଥିବା ସେ ତା ବାପାଙ୍କ ମେଡିସିନ  ଆଣିବାକୁ ବଜାରକୁ ଯାଇଥିଲା ତେବେ ବୈତରଣୀ ନଦୀ ପାଣି ରେ ତା ଗୋଡ ଖସିଗଲା ଏବଂ ପାଣିରେ ବହୁତ ଦୂର କୁ ଭାସିଗଲା ।

Leave a Reply

Your email address will not be published. Required fields are marked *