ଭୁବନେଶ୍ଵରରେ Gautam Gambhir…ସ୍ଵାଗତ ପାଇଁ ପହଞ୍ଚିଲେ ଧର୍ମେନ୍ଦ୍ର ପ୍ରଧାନ

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଁଞ୍ଚିଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ବିଜେପିର ଲୋକସଭା ସାଂସଦ ଗୌତମ ଗମ୍ଭୀର । ତାଙ୍କୁ ଭୁବନେଶ୍ଵର ବିମାନ ବନ୍ଦର ଠାରେ ସ୍ଵାଗତ କରାଯାଇଛି । ତାଙ୍କ ସ୍ଵାଗତ ସମୟରେ ଅନେକ ଲୋକ ଉପସ୍ଥିତ ଥିଲେ । କ୍ରିକେଟର ଆସୁଥିବା ଖବର ଶୁଣି ସମସ୍ତେ ଏକତ୍ରିତ ହେବାକୁ ଲାଗିଲେ । ବିଜେପି ର ନେତା ମଧ୍ୟ ତାଙ୍କୁ ଏୟାରପୋର୍ଟ କୁ ପାଛୋଟି ଆଣିବାକୁ ଯାଇଥିଲେ ।

ଓଡିଆ ପରମ୍ପରା ସହିତ ଫୁଲମାଳ ସହିତ ଗାମୁଛା ପକାଇ ଗୌତମ ଗମ୍ଭୀର କୁ ସ୍ଵାଗତ ଜଣାଯାଇଥିଲା । ଗମ୍ଭୀର ଙ୍କ ସ୍ଵାଗତରେ ସମ୍ବଲପୁରୀ ନାଦ ମଧ୍ୟ ବଜାଯାଇଥିଲା । ଏହାପରେ ଗୌତମ ଗମ୍ଭୀର କାର ମାଧ୍ୟମରେ ସେଠାରୁ ଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଦିଲ୍ଲୀର ସାଂସଦ ଓଡିଶା ପାଇଁ କିଛି ଭଲ କାମ ମଧ୍ୟ କରିଛନ୍ତି । ସେ କିଛି ଏଭଳି କାର୍ଯ୍ୟ କରି ଚର୍ଚ୍ଚାର ମୁଖପାତ୍ର ମଧ୍ୟ ହୋଇଥିଲେ ।

ଗୌତମ ଗମ୍ଭୀର ଓଡିଶା ଅନେକ ଥର ଆସିସାରିଛନ୍ତି । ତେବେ ଓଡିଶା କୁ ନେଇ ତାଙ୍କର ଚିନ୍ତାଧାରା କିଛି ଏଭଳି ଥିଲା । ସେ କହିଥିଲେ ଯେ ତାଙ୍କୁ ଓଡିଶା ସବୁବେଳେ ବହୁତ ଭଲ ଲାଗି ଆସିଛି । ଏଠାରେ ତାଙ୍କର ବହୁତ ଭଲ ଭଲ ସ୍ମୃତି ମଧ୍ୟ ରହିଅଛି । ଇଂଲଣ୍ଡ ବିପକ୍ଷରେ ୱାନ ଡେ ଖେଳି ଏଠାରେ ବିଜୟ ହାସଲ କରିଥିଲେ । ଏହା ସହିତ ଏଠାରେ ଅନେକ ମ୍ୟାଚ ମଧ୍ୟ ଖେଳିଛନ୍ତି ।

ପ୍ରାୟ 3 ବର୍ଷ ହେବ ରାଜନୀତି କୁ ଆସିଛନ୍ତି ଗୌତମ ଗମ୍ଭୀର, ତେବେ କ୍ରିକେଟରୁ ରାଜନୀତିକୁ ଆସି ସେ ବହୁତ ସନ୍ତୁଷ୍ଟ ଅଛନ୍ତି ବୋଲି କହିଥିଲେ । କାରଣ ଦିଲ୍ଲୀ ର ଯାହା ସବୁଠାରୁ ବଡ କାମ ଯେଉଁଠାରୁ କେହି ମଧ୍ୟ ଯାଇନଥିଲେ ସେଟାକୁ ଗୌତମ ଗମ୍ଭୀର 8 ଥର ଯାଇ ଦେଖାଇଛନ୍ତି । ଏହା ତାଙ୍କ ପାଇଁ ସବୁଠାରୁ ବଡ ଉପଲବ୍ଧି ବୋଲି ସେ କହିଥିଲେ । ଦିଲ୍ଲୀ ରେ ଯେଉଁ ଲୋକେ ରହୁଛନ୍ତି ତାଙ୍କ ପାଇଁ ଚିନ୍ତା କରିବା ଗମ୍ଭୀର ଙ୍କ କର୍ତ୍ତବ୍ୟ ତଥା ଦାଇତ୍ଵ ବୋଲି କହିଥିଲେ ।

ଏହା ସହିତ ଗୌତମ ଗମ୍ଭୀର କହିଥିଲେ ଯେ ଦେଶରେ ବହୁତ କିଛି ସୁଧାରିବାର ଅଛି । ତଥା ଦେଶ ପାଇଁ ଯଦି ସେ କିଛି କାମ କରୁଛନ୍ତି ତେବେ ତାହା ବହୁତ ବଡ କଥା ତାଙ୍କ ପାଇଁ । ଓଡିଶାକୁ ନେଇ ମଧ୍ୟ ଗୌତମ ଗମ୍ଭୀର ଗର୍ବ ଅନୁଭବ କରନ୍ତି ବୋଲି କହିଥିଲେ । ଏଠାକାର ଭାଷା ତଥା ସଂସ୍କୃତି ତାଙ୍କୁ ବହୁତ ପସନ୍ଦ ବୋଲି ସେ କହିଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *