ଦେଖନ୍ତୁ ସ୍ବାମୀଙ୍କ ସହ ହନିମୁନରେ ଯାଇ ମାଳଦୀପରେ କେମିତି ମଜା କରୁଛନ୍ତି ହିରୋଇନ Riya Dey

ବନ୍ଧୁଗଣ, ଓଡିଆ ଅଭିନେତ୍ରୀ ରିୟା ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । ସେ ନିଜର ଅଭିନୟ ଦ୍ଵାରା ବର୍ତ୍ତମାନ ଘରେ ଘରେ ପରିଚିତ । ତାଙ୍କ ଅଭିନୟ କୁ ଦର୍ଶକେ ଦେଖିବାକୁ ଭଲପାଇଥାନ୍ତି । ଆପଣ ମାନେ ଜାଣିଥିବେ ଯେ ନିକଟରେ ତାଙ୍କର ବିବାହ ସରିଯାଇଛି । ସୁନିଲ ଙ୍କୁ ବିବାହ କରି ରିୟା ବହୁତ ଖୁସି ଅଛନ୍ତି । ଶାଶୁଘରେ ସମସ୍ତଙ୍କୁ ଆପଣାଇ ଘରସଂସାର କରିବା ଆଶାରେ ସବୁ ଝିଅ ରହିଥାନ୍ତି ।

ସେହିଭଳି ଅଭିନେତ୍ରୀ ରିୟା ମଧ୍ୟ କିଛି ସ୍ଵପ୍ନ ନେଇ ଶାଶୁଘରକୁ ଯାଇଛନ୍ତି ଏବଂ ସେଠାରେ ସମସ୍ତଙ୍କୁ ଆପଣାଇ ଜୀବନ ଜାପନ କରୁଥିବାର ନଜର ଆସୁଛନ୍ତି । ନିକଟରେ ରିୟା ତାଙ୍କ ସ୍ଵାମୀ ଙ୍କ ସହିତ ହନିମୁନ ପାଇଁ Maldives ଯାଇଥିବାର ସୂଚନା ମିଳିଛି । ସେ ସେଠାରେ ସୁନୀଲ ଙ୍କ ସହିତ ବହୁତ ମଜାମସ୍ତି କରୁଥିବାର ଫଟୋ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ସେୟାର କରିଛନ୍ତି ।

ଏହାକୁ ନେଇ ତାଙ୍କ ଫ୍ୟାନ୍ସ ମାନେ ବହୁତ ଖୁସି ନଜର ଆସିଛନ୍ତି ଏବଂ ଅଭିନେତ୍ରୀ ରିୟା ଙ୍କୁ ବହୁତ ବୈବାହିକ ଜୀବନ ପାଇଁ ଶୁଭକାମନା ଜଣାଇଛନ୍ତି । ତେବେ ରିୟା ତାଙ୍କ ବିବାହକୁ ନେଇ ବହୁତ ଖୁସି ଥିଲେ । କାରଣ ନିଜ ମନର ମଣିଷ ଙ୍କୁ ସେ ବିବାହ କରିଛନ୍ତି । ଅନେକ ଦିନ ହେବ ସେ ସୁନୀଲ ଙ୍କୁ ଭଲପାଇ ଆସିଥିଲେ ଏବଂ ପରିବାର ଲୋକ ଙ୍କ ସହମତିରେ ପ୍ରେମ ସମ୍ପର୍କ କୁ ବିବାହ ବନ୍ଧନରେ ବାନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ ଉଭୟ ।

ରିୟାଙ୍କ ସ୍ଵାମୀ ସୁନୀଲ ଜଣେ କଣ୍ଟ୍ରାକ୍ଟର ଅଟନ୍ତି । ଏହା ସହିତ ତାଙ୍କର ନିଜସ୍ଵ କିଛି ବ୍ୟବସାୟ ମଧ୍ୟ ଅଛି । ବର୍ତ୍ତମାନ ରିୟା ହନିମୁନରେ ଯାଇଛନ୍ତି ଏହି ଦିନକୁ ସେ ଅନେକ ଦିନରୁ ଅପେକ୍ଷା କରି ବସିଥିଲେ । ବିବାହ ପରେ ବର୍ତ୍ତମାନ ସେ ସୁନୀଲ ଘରର ବୋଧୂ ପାଲଟିଛନ୍ତି । ତେବେ ଆଗକୁ ସେ ନିଜ ଫିଲ୍ମୀ କ୍ୟାରିୟରକୁ ବଜାୟ ରଖୁଛନ୍ତି କି ନା ?

ତାହା ସମୟ ହିଁ କହିବ । ରିୟା ଓଡିଆ ଫିଲ୍ମ କରିବା ସହିତ ଅନେକ ରିୟାଲିଟି ସୋ ମାନଙ୍କରେ ମଧ୍ୟ ଜର୍ଜ ହିସାବରେ ଦେଖିବାକୁ ମିଳିଛନ୍ତି । ଅଧିକ ସମୟ ଧରି ରିୟା ନିଜର ଅଭିନୟର ଜାଦୁ ଓଡିଶାବାସୀ ଙ୍କୁ ଦେଖାଇ ଆସିଛନ୍ତି । ଆଗକୁ ମଧ୍ୟ ରିୟା ନିଜ ଫ୍ୟାନ୍ସ ମାନଙ୍କ ମନକୁ ସେହିଭଳି ମୋହୀନେବେ ବୋଲି ସମସ୍ତଙ୍କ ବିଶ୍ଵାସ ରହିଅଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *