ଲକ୍‌ଡାଉନ ରେ ରାଜ୍ୟ ସରକାରଙ୍କ ବଡ ଘୋଷଣା, ଗରିବ ପରିବାରଙ୍କୁ ମିଳିବ ୫ ହଜାର ଟଙ୍କା

ବନ୍ଧୁଗଣ ଦେଶରେ ବର୍ତ୍ତମାନ କରୋନା ମହାମାରୀର ସ୍ଥିତି ବହୁତ ଭୟଙ୍କର ରୂପ ନେଇ ସାରିଛି ।

ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ବନ୍ଧୁଗଣ ସାଧାରଣତଃ ସମସ୍ତ ଲୋକଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଯାଇଛି କାରଣ ଗତ ବର୍ଷ ଅପେକ୍ଷା ଏହି ବର୍ଷ ବହୁତ ତୀବ୍ର ଗତିରେ ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇ ଯାଉଛନ୍ତି ।

ବନ୍ଧୁଗଣ କରୋନା ମହାମାରୀର ଏହି ଦ୍ଵିତୀୟ ଲହର ବହୁତ ଶକ୍ତିଶାଳୀ ହେବା ସହିତ ବହୁତ ଶୀଘ୍ର ସଂକ୍ରମିତ ହେଉଛି । ଗତବର୍ଷ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାର ସଂପୂର୍ଣ୍ଣ ଦେଶରେ ଲକଡାଉନ ଘୋଷଣା କରିଦେଇଥିଲେ ।

ଏତେ ମାସ ଲକଡାଉନ ହେବା କାରଣରୁ ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ଦୁର୍ବଳ ହୋଇଯାଇଥିଲା ଓ ଅନ୍ୟ ପକ୍ଷରେ ଗରିବ ଲୋକ ମାନଙ୍କୁ ଟଙ୍କାର ଅଭାବ ହେତୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ବର୍ଷ ମଧ୍ୟ କିଛି ରାଜ୍ୟରେ ଏହି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ କରାଯାଇଛି । ତେଣୁ ବନ୍ଧୁଗଣ ରାଜ୍ୟ ସରକାର ଗରିବ ଲୋକ ମାନଙ୍କୁ ୫୦୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ରାଜ୍ୟରେ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ପରିବାରଙ୍କୁ ସାହାଯ୍ୟ ପାଇଁ ହରିୟାଣା ସରକାର ବଡ ଘୋଷଣା କରିଛନ୍ତି । ହରିୟଣାର ରାଜ୍ୟ ସରକାର ମନୋହର ଲାଲ ଖଟ୍ଟର ଗରିବ ପରିବାରକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ସରକାରଙ୍କ ମତରେ, ଲକଡାଉନକାରଣରୁ ଗରିବ ପରିବାରର ରୋଜଗାର ପନ୍ଥା ବନ୍ଦ ହୋଇ ଯାଇଛି। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି  ନିଆଯାଇଛି ।


ଗତ ସପ୍ତାହରେ ହରିୟାଣା ସରକାର ରାଜ୍ୟରେ ମେ ୩ ରୁ ମେ ୧୦ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲାଗୁ କରିଥିଲା। ହେଲେ ସ୍ଥିତିରେ ସୁଧାର ନଆସିବାରୁ ଲକ୍‌ଡାଉନ୍‌ ଅବଧିକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି । ବିବାହ ଓ ଅନ୍ତୋଷ୍ଟି କ୍ରିୟାରେ ୧୧ରୁ ଅଧିକ ଲୋକଙ୍କ ଉପରେ କଟକଣା ଲାଗୁ  ହୋଇଛି । ବିବାହ କେବଳ ଘର ଭିତରେ ଏବଂ ଅଦାଲତରେ ହୋଇପାରିବ ବୋଲି ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି ।

ରାଜ୍ୟର ଗୃହ ମନ୍ତ୍ରୀ ଅନିଲ ବିଜ୍ ଗତ ସୋମବାର କହିଛନ୍ତି, ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରକୁ ୫ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ହୋଇଛି । ହରିୟଣା ସରକାର ଲକଡାଉନ ଅବଧି ମେ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ଏହି କଡା ପଦକ୍ଷେପ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି ।

ହେଲେ ଏଥିରେ ଗୁରୁତର ଭାବେ ପ୍ରଭାବିତ  ହେଉଛନ୍ତି ଗରିବ ଏବଂ ଦିନ ମଜୁରିଆ ଶ୍ରେଣୀର ଲୋକ । ତେଣୁ ବନ୍ଧୁଗଣ ରାଜ୍ୟ ସରକାରଙ୍କ ଆଦେଶରେ ଏହି ବଡ ଘୋଷଣା କରାଯାଇଛି । ତେଣୁ ବନ୍ଧୁଗଣ ବର୍ତ୍ତମାନର ସ୍ଥିତି ଜଟିଳ ଥିବାରୁ ଆପଣ ମାନେ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *