କରୋନା ରୋଗୀଙ୍କ ପାଇଁ ଖୁସି ଖବର, ଆଶ୍ଵସ୍ତି ଆଣିଦେଲା RMRC ଅଧ୍ୟୟନ

ବନ୍ଧୁଗଣ ଥରେ କୌଣସି ମଣିଷ କରୋନା ମହାମାରୀରେ ଆକ୍ରାନ୍ତ ହେଲେ ରୋଗୀଙ୍କ ରୋଗପ୍ରତିଷେଧକ ଶକ୍ତି କରୋନା ବିରୋଧରେ ବୃଦ୍ଧି ହେଉଛି । ଦେଶର ସର୍ବ ଶ୍ରେଷ୍ଠ ଗବେଷଣା ସଂସ୍ଥା RMRCର ଅଧ୍ୟୟନରୁ ଏହା ଜଣା ପଡିଛି । କିଛି ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡିର କରୋନ ଯୋଦ୍ଧାଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିବା ଦାବି କରାଯାଇଛି । ବନ୍ଧୁଗଣ କରୋନା ରୋଗୀଙ୍କ ଶରୀରରେ ଦୁଇ ପ୍ରକାରର ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୁଏ । ପ୍ରଥମତଃ ଭୂତାଣୁର କପାସିଟି ବିରୋଧରେ ଆଣ୍ଟିବଡି ସୃଷ୍ଟି ହୋଇଥାଏ ଏବଂ ଦ୍ଵିତୀୟରେ ଭୂତାଣୁର ପ୍ରକଚରାଲ ସ୍ପାଇକ ପ୍ରୋଟିନ ବିରୋଧରେ ଏଣ୍ଟିବଡି ପ୍ରସ୍ତୁତ ହୋଇଥାଏ ।

ବନ୍ଧୁଗଣ ଏହି ଅଧୟନରୁ ଜଣା ପଡିଛି ଯେ, ସ୍ପାଇକ ପ୍ରୋଟିନ ବିରୋଧରେ ଏଣ୍ଟିବଡି ହ୍ରାସ ପାଉ ନାହିଁ । ଏହା ପୁନଃ ସଂକ୍ରମଣ ହେବାରେ ମଣିଷ ଶରୀରରେ ଥିବା କୋଷିକାକୁ ସୁରକ୍ଷିତ ଯୋଗାଉଛି ।

ବନ୍ଧୁଗଣ କରୋନାରୁ ସୁସ୍ଥ ହୋଇଥିବା ୭୬ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ଵାରା ହୋଇଥିଲା ଏହି ଅଧ୍ୟୟନ । କରୋନାରୁ ସୁସ୍ଥ ହେବାର ୨୮ ଦିନ ପରେ ୧୮ ରୁ ୬୩ ବର୍ଷର ବ୍ୟକ୍ତିଙ୍କୁ ନେଇ ଏହି ଅଧୟନ କରା ଯାଇଥିଲା । ପ୍ରାୟତଃ ୧୬ ସପ୍ତାହ ଧରି ଏମାନଙ୍କ ଠାରୁ ଶିରମ ସାମ୍ପୁଲ ସଂଗ୍ରହ କରି ବିଭିନ୍ନ ପରୀକ୍ଷା କରାଯାଇଥିଲା । ତେବେ ସେପ୍ଟେମ୍ବର ୨୦୨୦ ରୁ ଫେବୃୟାରି ୨୦୨୧ ମଧ୍ୟରେ ଏହି ବ୍ୟକ୍ତି ମାନଙ୍କର ଏଣ୍ଟିବଡି ପ୍ରାୟ ୧୦ ଗୁଣ ବୃଦ୍ଧି ପାଇଥିବାର ଦେଖାଯାଇଥିଲା ।

ତା ହେଲେ ବନ୍ଧୁଗଣ ଥରେ କରୋନାରେ ସଂକ୍ରମଣ ହେବା ପରେ ରୋଗୀଙ୍କ ଶରୀରରେ ଥିବା ରୋଗ ପ୍ରତିଷେଧକ ଶକ୍ତି କରୋନା ବିରୋଧରେ ବୃଦ୍ଧି ପାଉଛି ଓ ଏହା ଏକ ବଡ ଖୁସିର ଖବର । ଏହା ଭୁବନେଶ୍ବରର ଗବେଷଣା ସଂସ୍ଥା RMRCର ଅଧୟନରୁ ଜଣା ପଡିଛି । ବନ୍ଧୁଗଣ RMRCରେ ଭୂତାଣୁର ଆକାର ଓ ଏହାର ଲକ୍ଷଣ ବିଷୟରେ ବିଶେଷ ଗବେଷଣା କରାଯାଉଛି । ସାଧାରଣତଃ ବର୍ତ୍ତମାନ ଦେଶର ଅବସ୍ଥା ବହୁତ ଜଟିଳ ରହିଛି ।

କାରଣ ଦିନକୁ ଦିନ କରୋନା ମହାମାରୀରେ ସଂକ୍ରମଣ ହୋଇ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ଅତି ଭୟଙ୍କର ରୂପ ନେଇ ଆସିଛି । ସଂକ୍ରମଣ ହାର ଏତେ ବଢି ଯାଇଛି ଯେ, ହସ୍ପିଟାଲରେ ବେଡର ଅଭାବ ଓ ଆକ୍ସିଜେନର ଅଭାବ ହେତୁ ସରକାରଙ୍କ ପାଇଁ ଏକ ବଡ ଚିନ୍ତାର ବିଷୟ ପାଲଟିଛି ।

କିନ୍ତୁ ବନ୍ଧୁଗଣ RMRCର ଏହି ଗବେଷଣାଟି ଏକ ଖୁସିର ଖବର ନେଇ ଆସିଛି ଯାହାଫଳରେ ଜଣା ପଡି ଯାଉଛି ଯେ, ଯଦି କୌଣସି ଲୋକ କରୋନା ମହାମାରୀରେ ସଂକ୍ରମିତ ହୋଇ ସୁସ୍ଥ ହୋଇଯିବ ତା ହେଲେ ସେହି ଲୋକ ପୁନଃ ଥର କରୋନା ମହାମାରୀରେ ଆକ୍ରାନ୍ତ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *