ପୁଅ ବା ଝିଅ ଜନ୍ମ ହେବାର ଏହି ୬ ଟି ଲକ୍ଷଣ, ଆଜି ହିଁ ପରୀକ୍ଷା କରି ଦେଖନ୍ତୁ…

ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ସେତେବେଳେ ମହିଳା ମାନଙ୍କର ବହୁତ ଇଛା ହୁଏ ଜାଣିବା ପାଇଁ ଯେ, ତାଙ୍କ ଗର୍ଭରୁ ଆସୁଥିବା ଶିଶୁଟି ପୁଅ ନା ଝିଅ । ବର୍ତ୍ତମାନ ଭୃଣ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । କିନ୍ତୁ ପ୍ରତ୍ୟକ ମାଙ୍କ ଇଛା ଥାଏ ତାଙ୍କ ଗର୍ଭରେ ଥିବା ଶିଶୁ ବିଷୟରେ ଜାଣିବା ପାଇଁ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବୁ ଯାହା ଫଳରେ ଆପଣ ନିଜ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣି ପାରିବେ ।

କିନ୍ତୁ ଆପଣ ମାନଙ୍କୁ ଅନୁରୋଧ ଯେ, କେବେ ବି ଏହି ଲକ୍ଷଣ ଗୁଡିକୁ ଆଧାର କରି ନିଜ ଗର୍ଭରେ ଥିବା ଶିଶୁକୁ ନଷ୍ଟ କରିବାର ଭୁଲ କରିବେ ନାହିଁ । ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ ।


ପେଟର ଆକାର-

ଏହାର ପ୍ରଥମ ଲକ୍ଷଣ ହେଉଛି ପେଟର ଆକାର । ଆପଣଙ୍କ ପେଟରେ ପୁଅ ଅଛି ନା ଝିଅ ଏଥିପାଇଁ ଆପଣ ନିଜ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କ ପେଟର ଆକାର ଗୋଲ ହେଇ ଫୁଲିଛି ତେବେ ଏହା ପୁଅର ଲକ୍ଷଣ ହୋଇଥାଏ । ସେହିପରି ଯଦି ଆପଣଙ୍କ ପେଟର ଆକାର ଚଉଡା ଅଛି ଓ ଗୋଲେଇ ଅଛି ତାହାଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।


ମିଜାଜରେ ପରିବର୍ତ୍ତନ-

ଜେନେରାଲ ସାଇକୋଲୋଜିରୁ ଏହା ଜଣା ପଡିଛି ଯେ, ଯେଉଁ ଗର୍ଭବତୀ ମହିଳା ମାନଙ୍କୁ ୩ ମାସରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ତେବେ ଜାଣନ୍ତୁ ଆପଣଙ୍କ ଗର୍ଭରେ ପୁଅ ଅଛି । ସେହିପରି ଯଦି ମା ମାନେ ହସି ମିଶି ଖୁସିରେ ଅଛନ୍ତି ତେବେ ସେମାନଙ୍କ ଗର୍ଭରେ ଝିଅ ରହିଥାଏ ।


ଖାଦ୍ୟରୁ ଘୃଣା ଆସିବା-

ସାଧାରଣତଃ ଗର୍ଭବତୀ ମହିଳା ମାନେ ଅଧିକ ଖାଦ୍ୟ ଗ୍ରହଣ କରିବା ଓ ନକରିବା ଉପରେ ଛୁଆର ଲିଙ୍ଗର ପ୍ରଭାବ ରହିଥାଏ । ଯେଉଁ ମହିଳା ମାନେ ଗର୍ଭବତୀ ସମୟରେ ଖାଦ୍ୟକୁ ଘୃଣା ବା ଖାଦ୍ୟ ଖାଇବା ପରେ ବାନ୍ତି କରନ୍ତି ସେମାନଙ୍କର ପୁଅ ହୋଇଥାଏ ।


ଖାଇବା ସୋଡା ଟେଷ୍ଟ-

ଖାଇବା ସୋଡାର ପ୍ରୟୋଗରେ ମଧ୍ୟ ଆପଣ ନିଜ ଗର୍ଭରେ ଥିବା ଶିଶୁର ଲୀଙ୍ଗ ବିଷୟରେ ଜାଣିପାରିବେ । ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ ଏହି ପରିସ୍ରାରେ ଆପଣ ଗୋଟେ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯଦି ପରିସ୍ରାରେ ଫେଣ ବା ଫୋଟକା ହେବ ତାହେଲେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇବା ପରେ ପରିସ୍ରାରେ କିଛି ପରିବର୍ତ୍ତନ ଆସିବନି ତେବେ ଗର୍ଭରେ ପୁଅ ଥାଏ ।

ଚଟପଟା ବା ମିଠା ଖାଇବାର ଇଛା ହେବା-

ଗର୍ଭବତୀ ହେବା ସମୟରେ ଯଦି କୌଣସି ମହିଳାକୁ ଅଧିକ ମିଠା ଖାଦ୍ୟ ଖାଇବା ପାଇଁ ଇଛା ହୁଏ, ତେବେ ତାଙ୍କ ଗର୍ଭରେ ଝିଅ ଅଛି । ଯଦି କୌଣସି ମହିଳାକୁ ଖଟା ବା ଚଟପଟା ଖାଇବାକୁ ଇଛା ହୁଏ, ତେବେ ସେମାନଙ୍କ ଗର୍ଭରେ ପୁଅ ଅଛି ।

 

ତ୍ଵଚା ସମ୍ବନ୍ଧିତ ପରିବର୍ତ୍ତନ ହେବା-

ଯଦି କୌଣସି ଗର୍ଭବତୀ ମହିଳାଙ୍କ ପେଟରେ ପୁଅ ଥାଏ, ତେବେ ସେମାନଙ୍କ ମୁହଁରେ ବ୍ରଣ ଆଦିର ସମସ୍ୟା ଦେଖାଦିଏ । ଅନ୍ୟ ପକ୍ଷରେ ଯଦି କୌଣସି ମହିଳାର ମୁହଁରେ ନିଖାର ଆସିଥାଏ ତେବେ ସେମାନଙ୍କର ଝିଅ ହୁଏ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *