ସୋମବାରର ରାଶିଫଳ 29 ଜୁନ 2020, ଭୋଳାନାଥଙ୍କ କୃପା ରହିବ ଆଜି ଏହି 5ଟି ରାଶି ଉପରେ

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 29 ଜୁନ 2020 ସୋମବାରର ରାଶିଫଳ ।

ମେଷ

ଯଦି ଆପଣଙ୍କ ଧନ କେଉଁଠି ଅଟକି ରହିଛି ତାହେଲେ ତାହା ଆଜି ଆପଣଙ୍କ ହାତକୁ ଆସି ପାରେ । ନିଜ ଜୀବନସାଥୀଙ୍କୁ ତାଙ୍କ ପସନ୍ଦର ଉପହାର ଦିଅନ୍ତୁ ତାହେଲେ ଆପଣଙ୍କ ଦିନ ଭଲ ରହିବ । ସରକାରୀ କର୍ମଚାରୀ ମାନଙ୍କୁ ଅଧିକାରୀ ମାନଙ୍କ ଠାରୁ ସଫଳତା ମିଳିପାରେ । ସାମାଜିକ କ୍ଷେତ୍ରରେ ସଫଳତା ମିଳିପାରେ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟରେ ଆଗ୍ରହ ବଢିବ । ଦୂଷିତ ଖାଦ୍ୟ ଏବଂ ପାଣି କାରଣରୁ ଆପଣଙ୍କର କିଛି ଅସୁବିଧା ହୋଇପାରେ ।

ବୃଷ

ଏହି ରାଶିର ଲୋକ ମାନେ ହତାସ ଏବଂ ନିରାଶକୁ କାବୁରେ ରଖନ୍ତୁ ନହେଲେ ସମ୍ପର୍କ ଖରାପ ହୋଇ ପାରେ । ଧର୍ଯ୍ୟଶୀଳତାରେ କମି ରହିବ । ଭୌତିକ ସୁଖ ବୃଦ୍ଧି ହେବ । ଶୈକ୍ଷିକ କାର୍ଯ୍ୟରେ ସଫଳତା ମିଳିବ । କୌଣସି କାମରେ ଆପଣଙ୍କୁ ଶୀଘ୍ର ଲାଭ ମିଳିବ ନାହିଁ ଧୀରେ ଧୀରେ ଆପଣ ଏହାର ଲାଭ ଉଠାଇ ପାରନ୍ତି । ଅଫିସରେ ଜୁନିୟର ରାଗି ପାରନ୍ତି । ଗାଡି ସାବଧାନର ସହିତ ଚଲାନ୍ତୁ । କିଛି ଲୋକଙ୍କ ସହିତ ସମ୍ପର୍କ ଭଲ ହୋଇ ପାରେ ।

ମିଥୁନ

ଏହି ରାଶିର ଲୋକ ଆଜି ପାରିବାରିକ ସମସ୍ୟାକୁ ଗମ୍ଭୀର ଭାବେ ନେବେ, କିନ୍ତୁ ବେକାର ଚିନ୍ତା କେବଳ ମାନସିକ ଚାପ ହିଁ ଦେବ । ନିଜ ବ୍ୟବହାରରେ ସଂଯମ ରଖନ୍ତୁ ଏହାଦ୍ୱାରା ଆପଣଙ୍କ ବ୍ୟକ୍ତିଗତ ଏବଂ କ୍ଷମତାକୁ ବିକଶିତ କରାଯାଇ ପାରେ । ଆପଣ ନିଜର ପରିଚୟ ସୃଷ୍ଟି କରି ପାରିବେ । ଏମିତି କାମରେ ସହଭାଗୀ ହେବା ପାଇଁ ଭଲ ସମୟ ଅଟେ ଯେଉଁଥିରେ ଯୁବକ ମାନେ ଜଡିତ ଥିବେ । କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କର ଉର୍ଣ୍ଣତି ହେବ ।

କର୍କଟ

ଏହି ରାଶିର ଲୋକ ଆଜି ଅଧିକ କାମ କରନ୍ତୁ ନାହିଁ କାରଣ ଏହା ଆପଣଙ୍କୁ କେବଳ କଷ୍ଟ ଦେବ । ଆପଣ ପାରିବାରିକ ପରମ୍ପରାକୁ ଧ୍ୟାନରେ ରଖି ଆପଣ ଜୀବନର ନିଷ୍ପତ୍ତି ନେବେ ଏବଂ ଜୀବନ ଜାପାନ କରିବା ପାଇଁ ରୋଜଗାରର ବାଟ ବାହାର କରିବା ପାଇଁ ନିଜକୁ ବ୍ୟସ୍ତ ରଖିବେ । କଳା ଏବଂ ସଙ୍ଗୀତ ପ୍ରତି ରୁଚି ବଢିବ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ । ପରିବାର ଭିତରେ ମତାନ୍ତର ହୋଇ ପାରେ । ଆପଣଙ୍କ ମୂଲ୍ୟ ବଢିପାରେ । ଏହାଦ୍ୱାରା ମାନସିକ ଚାପ ଏବଂ ସମସ୍ୟା ବଢିପାରେ ।

ସିଂହ

ଏହି ରାଶିର ଲୋକ ଆଜି ରାଗରେ କୌଣସି ଭୁଲ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । କୌଣସି ବି ମାମଲାକୁ ପରିବାରର ଅନ୍ୟ ସଦସ୍ୟଙ୍କ ସାହାଯ୍ୟ ଦ୍ଵାରା ବହୁତ ଶୀଘ୍ର ଶେଷ କରିବା ପାଇଁ ଚେଷ୍ଟା କରିବେ ଏବଂ ନିଜକୁ ଅସୁବିଧାର ସାମନା କରିବା ପାଇଁ ପ୍ରସ୍ତୁତ ରଖିବେ । ଆତ୍ମବିଶ୍ଵାସରେ ଦୃଢ ରହିବେ କିନ୍ତୁ ଧର୍ଯ୍ୟଶୀଳତାରେ କେଇ ଦେଖାଯିବ । ଆଜି କାର୍ଯ୍ୟକ୍ଷେତ୍ରରେ ଗୁରୁତ୍ଵପୂର୍ଣ ସଫଳତା ପ୍ରାପ୍ତ କରି ପାରନ୍ତି । କିଛି କାମ ଏମିତି ହେବ ଯାହା ଆଗାମୀ ଦିନରେ ଆପଣଙ୍କୁ ଲାଭ ଦେବ । କୌଣସି ଗୋଟିଏ ସମସ୍ୟାକୁ ନେଇ ଆପଣଙ୍କୁ ଭାଗ୍ୟର ସହାୟତା ମିଳିପାରେ ।

କନ୍ୟା

ଆଜି ଆପଣଙ୍କୁ ରାଜକୀୟ ମାମଲାରେ ସଫଳତା ମିଳିବ । କାର୍ଯ୍ୟକ୍ଷେତ୍ରାରେ ଯାହା ବି କଷ୍ଟ ଆସୁଛି ତାହାକୁ ନେଇ କିଛି ଦୃଢ ପଦକ୍ଷେପ ଉଠାଇ ପାରନ୍ତି । ଘରେ କିମ୍ବା ଅଫିସରେ କଠିନ କଥା ଶୁଣିବା ପାଇଁ ପ୍ରସ୍ତୁତ ରୁହନ୍ତୁ । କୌଣସି ଲୁଚି ଥିବା କଥା ମଧ୍ୟ ଆପଣଙ୍କ ସାମନାକୁ ଆସିପାରେ । ଶିକ୍ଷା କ୍ଷେତ୍ରରେ ପ୍ରଗତି ମିଳିବ । ବାହାର ଜିନିଷ ଖାଆନ୍ତୁ ନାହିଁ ନହେଲେ ହଜମ ପ୍ରକ୍ରିୟାରେ ଅସୁବିଧା ହେବ । ଆପଣ ନିଜ ଭାବନାକୁ ନିୟତ୍ରଣରେ ରଖନ୍ତୁ । ପରିବାରରେ ସମସ୍ୟା ହୋଇ ପାରେ ।

ତୁଳା

ଆଜି ଆପଣ ଯାତ୍ରା କରିବାର ସୁଯୋଗକୁ ନିଜ ହାତରୁ ଚାଲିଯିବା ପାଇଁ ଦିଅନ୍ତୁ ନାହିଁ । ସାଙ୍ଗଙ୍କ ସହିତ କିଛି ଭଲ ସମୟ ଅତିବାହିତ କରିବା ପାଇଁ ଆଜିର ଦିନଟି ଭଲ ଅଟେ । ଆପଣଙ୍କ ଆଶା ଏବଂ ପ୍ରୟାସ ବହୁତ ଭଲ ହୋଇ ପାରେ । କାର୍ଯ୍ୟକ୍ଷେତ୍ରରେ ଦିଆଯାଇ ଥିବା ପରାମର୍ଶ ଆପଣଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ ହୋଇ ପାରେ । ପ୍ରିୟ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ପାରେ । ସାମାଜିକ ରୂପରେ ମାନ ସଂମ୍ମାନ ମିଳିବ । ଖର୍ଚରେ ବୃଦ୍ଧି ହେବ । ସନ୍ତାନ ମାନଙ୍କୁ କଷ୍ଟ ହେବ ।

ବିଛା

ଆଜି ଆପଣଙ୍କୁ ସମ୍ପତ୍ତି ବିକ୍ରୟ ଦ୍ଵାରା ଲାଭ ହେବ ଏବଂ ବ୍ୟବସାୟରେ ପୁଞ୍ଜି ନିବେଶ କରିବା ଦ୍ଵାରା ଆର୍ଥିକ ଉର୍ଣ୍ଣତି ହେବ । ଆପଣଙ୍କର ପ୍ରେମ ପାର୍ଟନର ଆପଣଙ୍କୁ ଉପହାର ଦେବେ ଯାହା ଆପଣଙ୍କୁ ଖୁସି ଦେବ । ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ପରିଶ୍ରମ କରିଛନ୍ତି ତାହାର ଫଳ ବର୍ତ୍ତମାନ ଆପଣଙ୍କ ସାମନାକୁ ଆସିବ । ଅନ୍ୟ ମାନଙ୍କୁ ଦେଖାଇବା ପାଇଁ ଆପଣ ନିଜ ପକେଟ କାଟି ପାରନ୍ତି । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ, ନହେଲେ ସ୍ୱାସ୍ଥ୍ୟ ପ୍ରତି କୌଣସି ସମସ୍ୟା ହୋଇ ପାରେ ।

ଧନୁ

ଆଜି ଆପଣ ନିଜର ହରାଇ ଥିବା ପ୍ରତିଷ୍ଠା ହାସଲ କରିବେ । ବନ୍ଧୁଙ୍କ ସମ୍ପୂର୍ଣ ସହଯୋଗ ମିଳିବ । ଅଧିକାରୀଙ୍କ ସହିତ ସମ୍ପର୍କ ଦୃଢ ହେବ । ପରିବାରରେ ସୁଖ ଏବଂ ଶାନ୍ତି ରହିବ । ଆପଣଙ୍କର ଭଲ କାମ କାରଣରୁ ଆପଣଙ୍କୁ ଲାଭ ଏବଂ ପରିଚୟ ମିଳିବ । ସମାଜରେ କିଛି ଶୁଭ ବ୍ୟୟ କରିବା ଦ୍ଵାରା ଆପଣଙ୍କ କୀର୍ତି ବଢିବ । ପରିବାରର ସବୁ ସଦସ୍ୟଙ୍କ ସହଯୋଗ ଆପଣଙ୍କୁ ମିଳିବ । ଆର୍ଥିକ ଲାଭ ମିଳିବ । ଅବିବାହିତ ଲୋକଙ୍କ ପାଇଁ ଭଲ ପ୍ରସ୍ତାବ ମିଳିପାରେ ।

ମକର

ଏହି ରାଶିର ଲୋକଙ୍କୁ କୌଣସି ନୂଆ କାର୍ଯ୍ୟର ଆରମ୍ଭରେ ଟିକେ ସାବଧାନ ରହିବାର ଆବଶ୍ୟକତା ଅଛି । ସାଙ୍ଗଙ୍କ ସହିତ ଏକ ସନ୍ଧ୍ୟା ସମୟ ବିତାଇବା ପାଇଁ ଯୋଜନା କରି ପାରନ୍ତି । ନିଜର ବୈବାହିକ ସମ୍ପର୍କରେ ମିଛ କହିବା ସବୁଠାରୁ ଖରାପ କଥା ହୋଇ ପାରେ । ଆପଣଙ୍କୁ ଭାଗ୍ୟର ସାଥ ମିଳିବ । ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । କାର୍ଯ୍ୟରେ ସଫଳତା ନମିଳିବା କାରଣରୁ ନିରାଶ ହୋଇ ପାରନ୍ତି ।

କୁମ୍ଭ

ଆଜି ଆପଣଙ୍କ ମନ ଖୁସିରେ ରହିବ । ଆପଣଙ୍କ କାମ ଜୀବନରେ ଚାଲିଥିବା ଏକ ବଡ ସମସ୍ୟା ଶେଷରେ ସମାଧାନ ହୋଇ ଯିବ । ଚାକିରି ଏବଂ ଜୀବନସାଥୀଙ୍କୁ ନେଇ ଟିକେ ଚିନ୍ତିତ ହୋଇ ପାରନ୍ତି । ପ୍ରିୟ ବ୍ୟକ୍ତି ଏବଂ ବନ୍ଧୁଙ୍କ ସହିତ ଭେଟ ଆପଣଙ୍କ ମନକୁ ଖୁସି କରିବ । ଶୈକ୍ଷିକ କ୍ଷେତ୍ରରେ ମଧ୍ୟ ଭାବିଥିବା ସବୁ କାମ ପୁରା ହେବ । ପରିବାରରେ ମସ୍ତିର ବାତାବରଣ ରହିବ । ଆର୍ଥିକ କ୍ଷେତ୍ରରେ ମଧ୍ୟ ଆପଣ ଦୃଢ ହେବ ।

ମିନ

ଆଜି ଆପଣଙ୍କୁ ନିଜ ପିଲାଙ୍କ ସହିତ ଅଧିକ ସମୟ ବିତାଇବାର ଆବଶ୍ୟକତା ପଡିବ ନହେଲେ ସେମାନେ ଅବହେଳିତ ଅନୁଭବ କରିବେ । ଆପଣଙ୍କ ବୈବାହିକ ଜୀବନ ଭଲ ରହିବ । ପଇସା ସବନ୍ଧିତ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ ଏବଂ କୌଣସି ଅଜ୍ଞାନ୍ତ ସ୍ରୋତରୁ ହଠାତ ଧନ ଲାଭ ହେବ । କାର୍ଯ୍ୟ କ୍ଷମତା ଏବଂ କାର୍ଯ୍ୟକୁଶଳତାରେ ବୃଦ୍ଧି ହେବ । ଆର୍ଥିକ କ୍ଷେତ୍ରରେ କିଛି ସମସ୍ୟାର ସାମନା କରିବାକୁ ପଡିପାରେ । ଆୟ ବୃଦ୍ଧି ପାଇଁ ଆପଣ ଅନ୍ୟ କିଛି ଉପାୟ ଅବଲମ୍ବନ କରିବା ଉଚିତ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *