ଏହି ୧୫ ଟି ଫିଲ୍ମରୁ ସୁଶାନ୍ତଙ୍କୁ ରିଜେକ୍ଟ କରି ନିଆଯାଇଥିଲା ଏହି ଷ୍ଟାର ମାନଙ୍କୁ, ଜାଣନ୍ତୁ ସେମାନେ କିଏ ??

ସୁଶାନ୍ତ ସିଂହ ରାଜପୁତ ଏକ ଭଲ କଳାକାର ହେବା ସହିତ ଜଣେ ଭଲ ମଣିଷ ମଧ୍ୟ ଥିଲେ । ସୁଶାନ୍ତ ନିଜ କଷ୍ଟରେ ବଲିଉଡରେ ବହୁତ ନାମ ଅର୍ଜନ କରିଥିଲେ । ୧୪ ଜୁନ ସକାଳ ସମୟରେ ସୁଶାନ୍ତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମସ୍ତ ଭାରତ ଦେଶକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସୁଶାନ୍ତ ତାଙ୍କ ଜୀବନରେ ବହୁତ ସଂଘର୍ଷ କରିଥିଲେ । ଆଜି ଆମେ ଆପଣଙ୍କୁ ଏମିତି କିଛି ଫିଲ୍ମ ବିଷୟରେ କହିବୁ ଯେଉଁଥିରେ ସୁଶାନ୍ତଙ୍କୁ ରିଜେକ୍ଟ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ଏହି ଫିଲ୍ମ ଗୁଡିକ ବିଷୟରେ ।

୧. ୨୦୧୯ରେ ରିଲିଜ ହୋଇଥିବା ‘ରୋମୀଓ ଆକବର ୱାଲ୍ଟର’ ଫିଲ୍ମଟି ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କୁ ଦିଆ ଯାଇଥିଲା । ହେଲେ ଦୁର୍ଭାଗ୍ୟ ବଶତଃ ଡାଇରେକ୍ଟର ଅଜୟ କପୁର ସେହି ଫିଲ୍ମ ପାଇଁ ସୁଶାନ୍ତଙ୍କୁ ରିଜେକ୍ଟ କରି ଜନ ଆବ୍ରାହମଙ୍କୁ ନେଇଥିଲେ ।

୨. ୨୦୧୭ରେ ରିଲିଜ ହୋଇଥିବା ‘ହାଫ ଗର୍ଲଫ୍ରେଣ୍ଡ’ ଫିଲ୍ମରେ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କୁ ଡାଇରେକ୍ଟର ମୋହିତ ସୂରୀ ହିରୋ ରୂପରେ ନେଇଥିଲେ, ହେଲେ ସେହି ସମୟରେ ସୁଶାନ୍ତଙ୍କ ଫିଲ୍ମ ‘ରାବତା’ର ଶୁଟିଙ୍ଗ ମଧ୍ୟ ଚାଲିଥିଲା । କୌଣସି ଅସୁବିଧା କାରଣରୁ ତାଙ୍କୁ ଏହି ଫିଲ୍ମକୁ ଛାଡିବାକୁ ପଡିଥିଲା । ଯାହାଫଳରେ ସେହି ଫିଲ୍ମର ହିରୋ ଅର୍ଜୁନ କପୁର ହୋଇଥିଲେ ।


୨. ୨୦୧୬ରେ ରିଲିଜ ହୋଇଥିବା ଫିଲ୍ମ ‘ଫିତୁର’ ପାଇଁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କୁ ଅଫର ଆସିଥିଲା । ହେଲେ କୌଣସି କାରଣ ହେତୁ ସୁଶାନ୍ତଙ୍କ ବଦଳରେ ଏହି ଫିଲ୍ମରେ ଆଦିତ୍ୟ ରୟ କପୁର ମେନ ଲିଡରେ ରହିଥିଲେ ।

୩. ୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ରାମ ଲୀଲା’ ପାଇଁ ମଧ୍ୟ ସଞ୍ଜୟ ଲିଲା ଭଂସାଲି ପ୍ରଥମେ ସୁଶାନ୍ତଙ୍କୁ ସିଲେକ୍ଟ କରିଥିଲେ । ହେଲେ ସେତେବେଳେ ସୁଶାନ୍ତ ୟସ ରାଜ ଫିଲ୍ମରେ ଥିଲେ, ଯାହାଫଳରେ ସେ ରାମ ଲୀଲା ଫିଲ୍ମ କରି ପାରି ନଥିଲେ ।


୪. ୨୦୧୫ ରେ ରିଲିଜ ହୋଇଥିବା ଫିଲ୍ମ ‘ବାଜିରାଓ ମାସ୍ତାନି’ ପାଇଁ ମଧ୍ୟ ସୁଶାନ୍ତ ସିଂହ ରାଜପୁତ ସିଲେକ୍ଟ ହୋଇଥିଲେ । ସେହି ସମୟରେ ସଞ୍ଜୟ ଲିଲା ଭଂଶାଲିଙ୍କ ଉପରେ ଜୟପୁରରେ ଯେତେବେଳେ ଏକ ଭୟାନକ ଆଟାକ ହୋଇଥିଲା, ସେତେବେଳେ ତାଙ୍କୁ ସୁଶାନ୍ତ ସିଂହ ରାଜପୁତ ବହୁତ ସପୋର୍ଟ କରିଥିଲେ, ଯାହାଫଳରେ ସଞ୍ଜୟ ସୁଶାନ୍ତଙ୍କୁ ‘ବାଜିରାଓ ମାସ୍ତାନି’ ଫିଲ୍ମ ପାଇଁ ଅଫର ଦେଇଥିଲେ, ହେଲେ କୌଣସି କାରଣ ହେତୁ ସୁଶାନ୍ତ ଏହି ଫିଲ୍ମଟି କରି ପାରିଲେ ନାହିଁ ।


୫. ସୁଶାନ୍ତ ସିଂହ ରାଜପୁତ ‘ପାନି’ ନାମକ ଏକ ଫିଲ୍ମ ପାଇଁ ମଧ୍ୟ କାମ କରିଥିଲେ, ହେଲେ ଦୁର୍ଭାଗ୍ୟ ହେତୁ ସେହି ଫିଲ୍ମଟି ବନ୍ଦ ହୋଇଯାଇଥିଲା ।

୬. ୨୦୧୩ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ଆଶିକି ୨’ ପାଇଁ ପ୍ରଥମେ ସୁଶାନ୍ତ ସିଂହ ରାଜପୁତଙ୍କୁ ସିଲେକ୍ଟ କରାଯାଇଥିଲା, ହେଲେ ଏହି ଫିଲ୍ମର ଡାଇରେକ୍ଟର ସୁଶାନ୍ତଙ୍କୁ ଏହି ଫିଲ୍ମ ପାଇଁ ରିଜେକ୍ଟ କରି ଆଦିତ୍ୟ ରୟ କପୁରଙ୍କୁ ନେଇଥିଲେ ।


୭. ୨୦୧୬ରେ ରିଲିଜି ହୋଇଥିବା ଫିଲ୍ମ ‘ବେଫିକରେ’ ପାଇଁ ପ୍ରଥମେ ଆଦିତ୍ୟ ଚୋପଡା ସୁଶାନ୍ତଙ୍କୁ ଫାଇନାଲାଇଜ କରିଥିଲେ, ହେଲେ ଶେଷରେ ଆଦିତ୍ୟ ତାଙ୍କୁ ରିଜେକ୍ଟ କରିଥିଲେ ।


ଏହି ପରି କୌଣସି କାରଣ ହେତୁ ସୁଶାନ୍ତ ସିଂହ ରାଜପୁତ ସଦାକ ୨, ସାରେ ଯହାଁ ସେ ଅଛା, ଚନ୍ଦା ମାମା ଦୁରକେ, ଅନ୍ଧାଧୁନ, ରିଫିଲ ମ୍ୟାନ, କବୀର ସିଂହ ଓ ଏମର୍ଜେନ୍ସି ଭଳି ଫିଲ୍ମରେ ସିଲେକ୍ଟ ହେବା ପରେ ରିଜେକ୍ଟ ହୋଇଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *