ଗରମ ପାଣି ପିଉଛନ୍ତି କି ? ସାବଧାନ ! ଏମିତି ଭୁଲ କରନ୍ତୁ ନାହିଁ, ନିଶ୍ଚୟ ଜାଣି ରଖନ୍ତୁ ଏହି ସବୁ କଥା !

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଜଳର ବହୁ ମହତ୍ଵ ରହିଛି । ଜଳ ବିନା କୌଣସି ପ୍ରାଣୀ ବଞ୍ଚି ପାରିବ ନାହିଁ ସାଧାରଣତଃ ମଣିଷ ଦିନକୁ ୪ ରୁ ୫ ଲିଟର ପାଣି ପିଇଥାଏ । ବିନା ପାଣିରେ ମଣିଷ ବଞ୍ଚି ପାରିବ ନାହିଁ ସେଥିପାଇଁ କୁହାଯାଏ ଜଳ ହିଁ ଜୀବନ । ବନ୍ଧୁଗଣ ଆମେ ମାନେ ଯେତେବେଳେ ଅଧିକ ଗରମ ହୁଏ ସେତେବେଳେ ଥଣ୍ଡା ପାଣି ପିଇଥାଉ । ଶିତ ଦିନରେ ଆମେ ମାନେ ଗରମ ପାଣି ପିଇଥାଉ ।

ଏହି କରୋନା ସମୟରେ ସାଧାରଣତଃ ଆମ ମାନଙ୍କୁ ଉଷୁମ ପାଣି ଓ କାଢା ଆଦି ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ କିଛି ଲୋକଙ୍କ ଅଭ୍ଯାସ ରହିଛି ସେମାନେ ସକାଳେ ଉଠିବା ପରେ ଏକ ଗ୍ଳାସ ଉଷୁମ ପାଣିର ସେବନ କରିଥାନ୍ତି । ବନ୍ଧୁଗଣ ଗରମ ପାଣି ପିଇବା ଦ୍ଵାରା ଆମ ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଉଷୁମ ପାଣି ସେବନ କରିବା ଦ୍ଵାରା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ ଓ ଆମେ ମାନେ ସୁସ୍ଥ ରହିଥାଉ ।

ହେଲେ ବନ୍ଧୁଗଣ କଥାରେ ଅଛି ଅତ୍ୟଧିକ ମାତ୍ରାରେ ଆପଣ ଯେକୌଣସି ଜିନିଷ ବ୍ୟବହାର କରିବେ ତାହା ଆପଣ ମାନଙ୍କ ପାଇଁ କ୍ଷତି କାରଣ ହୋଇଯିବ । ସେହି ଅନୁସାରେ ଯଦି ଆପଣ ପ୍ରତିଦିନ ଅତ୍ୟଧିକ ମାତ୍ରାରେ ଗରମ ପାଣିର ସେବନ କରୁଛନ୍ତି ତା ହେଲେ ଗୁରୁତ୍ଵର ସ୍ୱାସ୍ଥ୍ୟ ଅବସ୍ଥା ଦେଇ ଆପଣ ଗତି କରିପାରନ୍ତି । ଅଧିକ ଗରମ ପାଣି ପିଇବା ଦ୍ଵାରା କଣ ସବୁ ସ୍ୱାସ୍ଥ୍ୟ ସମସ୍ୟା ଆସୁଛି ତାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।

ରିପୋର୍ଟସରେ କୁହାଯାଇଛି ଆମ ବ୍ରେନରେ ଯେଉଁ ସବୁ ସେଲ ବା କୋଷ ଅଛି ଅତ୍ୟଧିକ ଗରମ ପାଣି ପିଇବା ଦ୍ଵାରା ସେହି ସେଲ ଗୁଡିକ ପ୍ରଭାବିତ ହୋଇଥାଏ ଯାହାଫଳରେ ଶରୀରର ସନ୍ତୁଳନ ରଖିବାରେ ଏମାନେ ସହାୟକ ହୋଇନଥାନ୍ତି । ଆମ ଶରୀରରେ ୬୦ ପ୍ରତିଶତ ଜଳ ଅଛି ତେବେ ଅଧିକ ଗରମ ପାଣି ପିଇବା ଦ୍ଵାରା ଆମ ଶରୀରରେ ଥିବା ଜଳ ଅସନ୍ତୁଳିତ ହୋଇଥାଏ ।

ଏହା ସହିତ ମାଉଥ ଆଲସର ମଧ୍ୟ ଅଧିକ ଗରମ ପାଣି ପିଇବା ଦ୍ଵାରା ହେଉଛି ବୋଲି ଡାକ୍ତର କହିଛନ୍ତି ।  ବନ୍ଧୁଗଣ ଯେତେବେଳେ ଆମକୁ ଭୋକ ଲାଗିଥାଏ ସେତେବେଳେ ଆମେ ଖାଦ୍ୟ ଖାଇଥାଉ ଓ ଯେତେବେଳେ ଶୋଷ ଲାଗିଥାଏ ସେତେବେଳେ ଆମେ ପାଣି ପିଇଥାଉ । ହେଲେ ଅଧିକ ଗରମ ପାଣି ପିଇବା ଦ୍ଵାରା ଆମର ଶୋଷ ଲାଗିବାର ଇଛା କମି ଯାଇଥାଏ ଓ ଆମକୁ ଶୋଷ ଲାଗି ନଥାଏ ।

ଯଦି ଆପଣ ଠିକ ଭାବରେ ପାଣି ପିଇବେ ନାହିଁ ତା ହେଲେ ଆଗାମୀ ସମୟରେ ଆପଣ ମାନଙ୍କୁ ଅନେକ ଘାତକ ରୋଗର ସମ୍ମୁଖୀନ ହେବାକୁ ପଡିପାରେ । ତେଣୁ ବନ୍ଧୁଗଣ ଆବଶ୍ୟକତା ଅନୁଯାଇ ପାଣି ପିଅନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ସୂଚନା ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *