Ollywood ଜଗତରେ ଶୋକର ଲହରୀ, ପରଲୋକରେ Odisha ର ସୁନାମଧାନ୍ୟ ଅଭିନେତା Mihir Das

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ଯେ  ବରିଷ୍ଠ ସିନେ ଅଭିନେତା ମିହିର ଦାସ ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ପରଲୋକ ।  କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ୭ ତାରିଖରୁ ଘରୋଇ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ମୃତ୍ୟୁ ବେଳକୁ ମାତ୍ର ୬୩ ବର୍ଷ ବୟସ ହୋଇଥିଲା । ତେବେ ସେ କିଡ୍ନୀ ରୋଗ ରେ ପୀଡିତ ଥିଲେ ।  ୧୧ ଫେବ୍ରୁଆରୀ ୧୯୫୯ ମସିହାରେ ବାରିପଦାରେ ଜନ୍ମଗ୍ରହଣ କରିଥିଲେ ।

ଅନେକ ଲୋକପ୍ରିୟ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ମିହିର । ୧୯୮୦ରେ ରାମାୟଣ ଫିଲ୍ମରେ ଶତ୍ରୁଘ୍ନରୁ ମିହିରଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ।  ପୁଅ ମୋର ଭୋଳାଶଙ୍କରରେ ବେଶ୍ ପ୍ରଶଂସା ସାଉଣ୍ଟିଥିଲେ ମିହିର । ଅନେକ ଥର ଶ୍ରେଷ୍ଠ ଅଭିନେତାର ତାଜ୍ ସେ ପିନ୍ଧିଛନ୍ତି ।  ୨୦୨୧ରେ ତରଙ୍ଗ ପକ୍ଷରୁ ତାଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ଦିଆଯାଇଥିଲା ।

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିସାରିଛନ୍ତି । ସେ ଜଣେ ଅଭିଜ୍ଞ କଳାକାର । ଓଡ଼ିଶା ଫିଲ୍ମ ଜଗତରେ ସେ ଏମିତି ଜଣେ କଳାକାର ଯିଏ କି ସବୁ ପ୍ରକାର ଅଭିନୟ କରି ସଫଳ ହୋଇଥିଲେ । ନିଜ ଅଭିନୟ କ୍ୟାରିୟରରେ ସେ ଅନେକ ସଫଳତା ପାଇବା ସହ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି ।

ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ୧୯୯୮ରେ ଲକ୍ଷ୍ମୀ ପ୍ରତିମା ଚଳଚ୍ଚିତ୍ର ପାଇଁ ବିବେଚନା କରାଯାଇଥିଲା । ଫେରି ଆ ମୋ ସୁନା ଭଉଣୀ ଚଳଚ୍ଚିତ୍ରରେ ମଧ୍ୟ ସେ ଚମତ୍କାର ଅଭିନୟ କରି ଶ୍ରେଷ୍ଠ ଅଭିନେତାର ପୁରସ୍କାର ପାଇଥିଲେ । ସେହିଭଳି ଶ୍ରେଷ୍ଠ ସହକଳାକାର ଭାବେ ମଧ୍ୟ ଅନେକ ଫିଲ୍ମ ପାଇଁ ତାଙ୍କୁ ପୁରସ୍କୃତ କରାଯାଇଥିଲା । ୨୦୦୨ରେ ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ ସହକଳାକାର ଭାବେ ବିବେଚନା କରାଯାଇଥିଲା ।

ଏହାସହ ୨୦୧୦ରେ ପ୍ରେମ ଅଢ଼େଇ ଅକ୍ଷର ପାଇଁ ମଧ୍ୟ ତାଙ୍କୁ ପୁରସ୍କାର ଦିଆଯାଇଛି । ମୟୂରଭଞ୍ଜରରେ ସେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ଜଣେ କଣ୍ଠଶିଳ୍ପୀ ହେବା ସହ ଭଲ ଅଭିନେତ୍ରୀ ଥିଲେ । ଓଲିଉଡ୍‌ର କାକା ଭାବେ ପରିଚିତ ଭେଟ୍‌ରାନ୍‌ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍‌ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।

ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ବ୍ୟବସାୟୀକ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ୧୯୭୯ ମସିହାରେ ମିହିର ଦାସଙ୍କ ଅଭିନୀତ ପ୍ରଥମ ଫିଲ୍ମ ‘ମଥୁରା ବିଜୟ’ ରିଲିଜ ହୋଇଥିଲା । ସେ ତିନି ଦଶନ୍ଧୀ ଧରି ଓଲିଉଡ୍‌ରେ ରାଜ କରିଆସୁଛନ୍ତି କରୁଛନ୍ତି । ତେବେ ଏହା ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ଏବଂ ତାଙ୍କର ଆତ୍ମା ର ସଦଗତି ପାଇଁ ଆମେ ଭଗବାନ ଙ୍କ ନିକଟରେ ପାର୍ଥନା କରୁଛୁ ।

Leave a Reply

Your email address will not be published. Required fields are marked *