ଗାଁ ରୁ ବାସନ୍ଦ ହେଲେ ଦୁଇ ଯବାନ୍ ! କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ…

ବାୟୁସେନା ଅଫିସରଙ୍କୁ ଗାଁରୁ ବାସନ୍ଦ ଆଉ ନୌସେନା ଅଫିସରଙ୍କୁ ସମାଜରୁ ବାସନ୍ଦ । ବିବାହ କରି ଭୁଲ କଲେ କି ଯବାନ ? ଏବେ ଗଞ୍ଜାମରେ ଚାଲିଛି ବାସନ୍ଦ ପ୍ରଥା । କଥା କଥା କେ ହେଉଛନ୍ତି ବାସନ୍ଦ । ଓଡିଶା ସରକାର ଇଣ୍ଟରକାଷ୍ଟ ମ୍ୟାରେଜକୁ ପ୍ରୋତ୍ସାହନ କରୁଛନ୍ତି । ଏଥିପାଇଁ ଆର୍ଥିକ ପ୍ରୋତ୍ସାହନର ପ୍ରାବଧାନ ରହିଛି । ହେଲେ ଗଞ୍ଜାମ ଭଳି ଶିକ୍ଷିତ ଜିଲ୍ଲାର ଲୋକେ ହୋଇପାରୁ ନାହାନ୍ତି ସଚେତନ ।

ଏବେ ବି ଚାଲିଛି ବାସନ୍ଦ ପ୍ରଥା । ଗାଁର ମୁଖିଆ ଯାହା କହିଦେଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ଗ୍ରାମବାସୀ ନହଲେ ଗଣିବାକୁ ପଡୁଛି ମୋଟା ଅଙ୍କର ଜୋରିମାନା । ଏ ହେଉଛନ୍ତି ଭାରତୀୟ ବାୟୁ ସେନାରେ କାର୍ଯ୍ୟରତ ନନ୍ କମିଶନର ଅଫିସର ଅରବିନ୍ଦ ପ୍ରଧାନ ଗଞ୍ଜାମ ଜିଲ୍ଲା ପୋଲସରା କମ୍ବଳା ଗାଁର । ତାଙ୍କୁ ଜାତିରୁ ବାସନ୍ଦ କରିଛନ୍ତି ଗାଁ ମୁଖିଆ । କାରଣ ସେ ଜଣେ ଅନ୍ୟ ଜାତିର ଝିଅକୁ ବିବାହ କରିଛନ୍ତି ।

ଠିକ ସେହିଭଳି ତାଙ୍କ ଭାଇ ଯିଏ ନୌସେନାରେ କାର୍ଯ୍ୟରତ ଅଛନ୍ତି ସେ ମଧ୍ୟ ଅନ୍ୟ ଜାତିରେ ଜଣେ ଝିଅ ସହ ବିବାହ କରିଥିବାରୁ ସମାଜରୁ ବାସନ୍ଦ ହୋଇଛନ୍ତି । ନୌସେନାରେ କାର୍ଯ୍ୟରତ ଅଫିସରଙ୍କ ନାମ ହେଉଛି ବିନୟ ପ୍ରଧାନ । ଏ ତ ଥିଲା ଗୋଟିଏ ଘଟଣା ଗତ ମେ 14 ତାରିଖ ରମ୍ଭା ଥାନା ବୋରୀ ଗାଁର ଯୁବକ ବାଦଲ ଛତ୍ରପୁର ଏସପିଙ୍କ କାର୍ଯ୍ୟଳୟ ଆଗରେ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ ।

କାରଣ ଥିଲା ଗ୍ରାମବାସୀ ତାଙ୍କ ପରିବାରକୁ ବାସନ୍ଦ କରିଦେଇଥିଲେ । ସେହିଭଳି ଖଲିକୋଟ ଅଞ୍ଚଳ ବହୁ ପରିବାରଙ୍କୁ ଗୁଣୀ ଗାରେଡି ସନ୍ଦେହକୁ ବାସନ୍ଦ କରାଯାଇଥିବା ବେଳେ ନିକଟରେ ରମ୍ଭା ଥାନା ଶୁବୁଳିଆ ପଞ୍ଚାୟତର ମାମି ଦାସଙ୍କୁ ବାସନ୍ଦ କରାଯାଇଛି । ତେବେ ବନ୍ଧୁଗଣ ବାସନ୍ଦ ଭଳି କୁପ୍ରଥାର ଶିକାର ହେଉଛନ୍ତି ଏବେ ଗଞ୍ଜାମ ଜିଲ୍ଲାର ଅନେକ ଗ୍ରାମର ବହୁ ଗ୍ରାମବାସୀ ।

ଏବେ ପ୍ରଶ୍ନ ଉଠୁଛି ଯେ, ଏହା ସଚେତନତାର ଅଭାବ ନା ଆଇନ ପ୍ରତି ବେଖାତିର । କେଉଁ କାରଣ ପାଇଁ ଏଭଳି ପ୍ରଥା ଏବେ ଗାଁକୁ ଗାଁ ବ୍ୟାପୀବାରେ ଲାଗିଛି । ତେବେ ବନ୍ଧୁଗଣ ଏହି ଖବରଟି ଏବେ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି ଆଉ ଏହି ଖବରକୁ ନେଇ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *