ଲେମ୍ବୁ ବିକିବେ ଅରୁଣ ! ଭାରି ପଡିଗଲା ପରୀ ମାମଲା, ଏବେ…ଦେଖନ୍ତୁ Video

କଳିରେ ବଳି ପଡିଗଲେ ଡକ୍ଟର ଅରୁଣ ସାହୁ । ମନ୍ତ୍ରୀ ମଣ୍ଡଳ କିମ୍ବା ସଙ୍ଗଠନରେ ତାଙ୍କର ନାହିଁ ଆଉ ଭାଉ । ପରେ ପିଛା ଛଡାଇ ଥିଲେ ଏବେ ସରକାର ତାଙ୍କ ପିଛା ଛାଡି ଦେଲେ । ଏବେ କଣ କରିବେ ଅରୁଣ ସାହୁ । ଲେମ୍ବୁ ବିକିବେନି ତ ଏବେ ଆଉ । ଓଡିଶା ଲେମ୍ବୁ ଉତ୍ପାଦନରେ ଏକ ନମ୍ବର କହି ପୂର୍ବତ୍ତନ କୃଷି ମନ୍ତ୍ରୀ ଅରୁଣ ସାହୁ ଚର୍ଚ୍ଚାର ପରିସରକୁ ଆସିଥିଲେ । ଏବେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ପରେ ତାଙ୍କ ଅବସ୍ଥା ବହୁତ କରୁଣ ହୋଇଯାଇଥିବା ଚାରି ଆଡେ ଚର୍ଚ୍ଚା ହେଉଛି । 

ଅରୁଣଙ୍କ ହାତରୁ ସମସ୍ତ ବିଭାଗ କାଢି ନିଆଯାଇଛି । ଏହା ବଦଳରେ ତାଙ୍କୁ ବିଜେଡି ସଙ୍ଗଠନରେ ଏ ଯାଏଁ କୌଣସି ଦାୟିତ୍ଵ ଦିଆଯାଇ ନାହିଁ । ଏତେ ସବୁ ହେଇ ଗଲା ପରେ ବି ନିଜ ଏରିଆରେ ବିନ୍ଦାସରେ ବୁଲୁ ଛନ୍ତି ଅରୁଣ । ନିଜର ପ୍ରତିଟି କାର୍ଯ୍ୟକ୍ରମର ଫଟୋ ସେ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ସଭା ସମିତି ମଧ୍ୟ ଯାଉଛନ୍ତି  ।

ତାଙ୍କ ସାମାଜିକ ବ୍ୟବହାରକୁ ଦେଖି ଲାଗୁଛି ସତେ ଯେମିତି ମନ୍ତ୍ରୀତ୍ଵ ଗଲା ପରେ ବି ତାଙ୍କୁ କୌଣସି ଅପଶୋସ ନାହିଁ । ବନ୍ଧୁଗଣ ଏ ସବୁ ମଧ୍ୟରେ ଏବେ ଏକ ଭିନ୍ନ କାରଣ ସାମ୍ନାକୁ ଆସିଛି । ବିଜେଡିକୁ ଚଳାଉ ଥିବା କୋଟାରୀ ମଧ୍ୟରେ ଅରୁଣ କୁଆଡେ ନଥିଲେ । ଗତ ଦୁଇ ବର୍ଷରୁ ଅଧିକ ସମୟ ହେଇଗଲାଣି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣପ ପ୍ରକାଶ ଦାସଙ୍କ ସହିତ ତାଙ୍କର ଭଲ ସମ୍ପର୍କ ନଥିଲା ।

 କେବଳ ନିଜ ବିଭାଗରେ ମୁଣ୍ଡ ପୁରାଇ ଉଚ୍ଚ ଶିକ୍ଷା ଏବଂ କୃଷି ବିଭାଗରେ ଦକ୍ଷତା ବୃଦ୍ଧି ନେଇ ସେ କାର୍ଯ୍ୟ କରୁଥିଲେ । ବିଭିନ୍ନ ବିକାଶ ପାଇଁ ସଫଳତାର ଶ୍ରେୟ ତାଙ୍କୁ ଦିଆ ଯାଉଥିଲା । ସେହି କାରଣରୁ କେତେକ ବଡ ବାବୁ ଓ ରାଜନେତାଙ୍କ ଈର୍ଷାର ଶିକାର ହୋଇଛନ୍ତି ଅରୁଣ । ମୁଖ୍ୟମନ୍ତ୍ରୀଙ୍କ ଗୁଡ ବୁକରେ ଥିବା ସତ୍ବେ ସେହି କାରଣ ପାଇଁ ତାଙ୍କୁ ବିଦା ହେବାକୁ ପଡିଛି ବୋଲି ବିଜେଡି ଅନ୍ଦର ମହଲରେ ଲୋକେ କୁହା କୁହି ହେଉଛନ୍ତି ।

ଆଉ କେହି କେହି ଅରୁଣ ଏବେ ଲେମ୍ବୁ ବିକିବେ ବୋଲି ଥଟାରେ କହୁଛନ୍ତି । ତେବେ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *