ଗୋଟିଏ ଗାଁରେ ରହୁଥିବା ଝିଅ Nita ଙ୍କ ବିବାହ Mukesh Ambani ଙ୍କ ସହ କିପରି ହେଲା ? ଦେଖନ୍ତୁ Nita Ambani ଙ୍କ ଗାଁ ଆଉ ଜନ୍ମ ସ୍ଥାନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନୀତା ଅମ୍ବାନୀଙ୍କୁ କିଏ ଅବା ଜାଣିନାହିଁ । ତେବେ ଭାରତର ସୁନାମଧନ୍ୟ ଧନୀ ବିଜିନେସ ମ୍ୟାନ ମୁକେଶ ଅମ୍ବାନୀଙ୍କର ଧର୍ମପତ୍ନୀ ହେଉଛନ୍ତି ନୀତା ଅମ୍ବାନି । ତେବେ ନୀତା ଅମ୍ବାନିଙ୍କର ସଂପୂର୍ଣ୍ଣ ଜୀବନୀ ଉପରେ କିଛି ଆଲୋଚନା କରିବା । ତେବେ ନୀତା ଅମ୍ବାନି ମୁମ୍ବାଇର ଗୋଟିଏ ମିଡିଲ କ୍ଳାସ ପରିବାରର ଜନ୍ମ ଗ୍ରହଣ ଥିଲେ । ତେବେ ତାଙ୍କ ବାପା ବିର୍ଲା କମ୍ପାନୀରେ କାମ କରିବା ସହ ନୀତାଙ୍କର ମା’ ଜଣେ ଗୃହିଣୀ ଥିଲେ ।

ତେବେ ନୀତା ସ୍କୁଲରେ ହାଇସ୍କୁଲ ପାଠ୍ୟକ୍ରମ କରିଥିଲେ । ତାପରେ ନିଜର କଲେଜ ତଥା ଗ୍ରାଜୁଏସନ ପାଇଁ ନର୍ଶୀ ମୋଞ୍ଜି କଲେଜ ଅଫ କମର୍ସ ଆଣ୍ଡ ଇକୋନୋମିକ୍ସରେ ନାମ ଲେଖାଇଥିଲେ । ଏହା ସହିତ ନୀତା ଅମ୍ବାନିଙ୍କର ଇଣ୍ଟେରିଅର ଡିଜାଇନିଙ୍ଗ ଓ ଶାସ୍ତ୍ରୀୟ ନୃତ୍ୟ କଳା ପ୍ରତି ମଧ୍ୟ ରୁଚି ରହିଥିଲା । ତେବେ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଥିବା ରୁଚି ହିଁ ନୀତା ଅମ୍ବାନିଙ୍କୁ ମୁକେଶ ଅମ୍ବାନି ପରିବାର ସହିତ ଯୋଡି ହେବାର ଏକ ସୂତ୍ର ହୋଇଯାଇଥିଲା ।

ତେବେ ଥରେ ବିର୍ଲା ଗୃପ ସଂସ୍ଥା ତରଫରୁ ନୀତା ଅମ୍ବାନି ଶାସ୍ତ୍ରୀୟ ନୃତ୍ୟ କରୁଥିଲେ । ତେବେ ସେଠାରେ ହିଁ ତାଙ୍କୁ ଧିରୁ ଭାଇ ଅମ୍ବାନି ନୀତାଙ୍କୁ ଦେଖିଥିଲେ । ତେବେ ସେଠାରେ ନୀତାଙ୍କୁ ଦେଖିଲା ପରେ ନୀତାଙ୍କୁ ତାଙ୍କ ଘରର ବୋହୁ ବନାଇବେ ବୋଲି ସ୍ତିର କରିଥିଲେ । ତାପରେ ଧିରୁଭାଇ ଅମ୍ବାନି କୌଣସି ଏକ ପ୍ରକାର ନୀତାଙ୍କର ନମ୍ବର ଜାଣିବାକୁ ଚେଷ୍ଟା କରିଥିଲେ । ତାପରେ ତାଙ୍କ ଘର ନମ୍ବର ପାଇଯିବା ପରେ ତାଙ୍କ ଘରକୁ ଫୋନ କରିଥିଲେ ।

ହେଲେ ପ୍ରଥମ ଥର ନୀତା ଅମ୍ବାନି ଯେତେବେଳେ ଫୋନ ଉଠାଇଥିଲେ । ସେ କଥା ହେବା ସମୟରେ ନୀତାଙ୍କୁ ଧିରୁ ଅମ୍ବାନି ନିଜର ପରିଚୟ ଦେଇଥିଲେ । ତେବେ ନୀତା ସେତେବେଳେ ଅମ୍ବାନି ଘର ଲୋକଙ୍କୁ ଜାଣି ନପାରି ଥଟ୍ଟା ଭାବି ରଙ୍ଗ ନମ୍ବର ଭାବରେ କାଟି ଦେଇଥିଲେ । ତାପରେ ଯେତେବେଳେ ପୁଣି ଥରେ ଧିରୁ ଅମ୍ବାନି ଫୋନ କରିଥିଲେ । ସେତେବେଳେ ନୀତାଙ୍କର ବାପା ଫୋନ ଉଠାଇଥିଲେ ।

ତାପରେ ସେଠାରେ ନୀତାଙ୍କ ବାପାଙ୍କୁ ଧିରୁ ଅମ୍ବାନି ନୀତାଙ୍କୁ ତାଙ୍କ ପରିବାରର ବୋହୁ କରିବେ ବୋଲି ପ୍ରସ୍ତାବ ଦେଇଥିଲେ । ତେବେ ଏତେ ବଡ ଧନୀ ପରିବାରରେ ନିଜ ଝିଅକୁ ବୋହୁ କରିବାକୁ କେଉଁ ବାପା ଆଉ ଅରାଜି ହୋଇବେ । ତେବେ ଏପରି ଭାବରେ ଦେଖା ସାକ୍ଷାତ ହେବା ପରେ ନୀତା ଅମ୍ବାନୀଙ୍କର ମୁକେଶ ଅମ୍ବାନିଙ୍କ ସହିତ ବିବାହ ହୋଇଥିଲା । ବିବାହ ପରେ ମଧ୍ୟ ନୀତା ଅମ୍ବାନି ନିଜର ଟିଚର ଜବକୁ ଛାଡିବାକୁ ରାଜି ନଥିଲେ ।

ତେବେ ନୀତା ସେହି ଜବ ପାଇଁ ସେହି ସମୟରେ ୮୦୦ ଟଙ୍କା ପାଉଥିଲେ । ତେବେ ମୁକେଶ ଅମ୍ବାନି ମଧ୍ୟ ନୀତା ଅମ୍ବାନିଙ୍କୁ ଜବ କରିବା ପାଇଁ ଅନୁମତି ଦେଇଦେଇଥିଲେ । ତାପରେ ନୀତା ଅମ୍ବାନି ବର୍ତ୍ତମାନ ସମୟରେ ସଫଳ ବିଜିନେସ ଓମେନ ମଧ୍ୟ ପାଲଟିଯାଇଛନ୍ତି ।

ଏପରି ଦେଖୁ ଦେଖୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ମୁକେଶ ଅମ୍ବାନି ଓ ନୀତା ଅମ୍ବାନିଙ୍କର ବୈବାହିକ ଜୀବନ ବହୁତ ଭଲ ଭାବରେ ଅତିବାହିତ ହେଉଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *