ଗଣଶିକ୍ଷା ବିଭାଗର ଇଏ କି ନିୟମ, Tରେ ଟୁର୍, Aରେ ଆକ୍ସନ ଘାଣ୍ଟି ହେଉଥାନ୍ତୁ..ସାମ୍ବାଦିକ

ନମସ୍କାର ବନ୍ଧୁଗଣ ତେବେ ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ କଟକଣା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କହିଛନ୍ତି ବିଭିନ୍ନ ସ୍ଥାନରେ ଅନାବଶ୍ୟକ ଭାବେ ଗଣମାଧ୍ୟମ ସ୍କୁଲକୁ ପ୍ରବେଶ କରୁଛନ୍ତି । ଯାହାକୁ ନେଇ ବିଇଓମାନେ ଚିଠି ଜାରି କରୁଥିବା ତାଙ୍କ ନଜରକୁ ଆସୁଛି । ଏହା ସହ ମନ୍ତ୍ରୀ କହିଛନ୍ତି, ସ୍ୱୀକୃତିପ୍ରାପ୍ତ ଗଣମାଧ୍ୟମ ବାଦ୍ ଅନେକ ୱେବ ଚ୍ୟାନେଲ ଅଛନ୍ତି ।

ତେବେ ଏମାନେ ଅନାବଶ୍ୟକ ଭାବେ ସ୍କୁଲରେ ପଶି ପାଠ ପଢାରେ ହସ୍ତକ୍ଷେପ କରୁଛନ୍ତି । ଗଣମାଧ୍ୟମ ନାଁରେ ପିଲା ଓ ଶିକ୍ଷକଙ୍କୁ ହଇରାଣ କରିବା ଅନୁଚିତ । ବିଭାଗର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଏପରି ଅଙ୍କୁଶ ଲଗା ଯାଇଛି କି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ବ୍ୟବସ୍ଥା ଭିତରେ କାମ ହେଉଛି । ଯାହା ସମ୍ଭବ ତାହା କରାଯାଉଛି । ଗଣଶିକ୍ଷା ବିଭାଗ ସ୍କୁଲରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଛି ।

ଯଦି କେହି ବାରଣ ସତ୍ୱେ କ୍ୟାମେରା, ବୁମ୍ ଧରି ସ୍କୁଲକୁ ଯିବେ ତାଙ୍କ ବିରୋଧରେ ସ୍ଥାନୀୟ ଥାନାରେ ଏଫ୍ଆଇଆର ଦେବାକୁ କୁହା ଯାଇଛି । ଏନେଇ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶ ନାମାକୁ ଆଗାମୀ ଦିନରେ ସମସ୍ତ ବିଦ୍ୟାଳୟରେ ପାଳନ କରିବାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି ବିଭାଗ । କିଛି ଦିନ ପୂର୍ବରୁ ଗଣମାଧ୍ୟମ ପ୍ରତିନିଧି ମାନେ ଢେଙ୍କାନାଳ ଜିଲ୍ଲା ଜୟପୁରା କାଟେଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ ।


ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ପାଠପଢା ନେଇ ପ୍ରଶ୍ନ ପଚାରି ଥିଲେ । ଛାତ୍ରଛାତ୍ରୀ ମାନେ ଅଧିକାଂଶ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଶିକ୍ଷକ ମାନେ ସାଧାରଣ ପ୍ରଶ୍ନର ଉତ୍ତର ଦେବାକୁ ସକ୍ଷମ ହୋଇ ପାରି ନଥିଲେ । ତେବେ ସାମ୍ବାଦିକ ମାନଂକୁ କଣ ପାଇଁ ମନା ଶିକ୍ଷା ମନ୍ତ୍ରୀ ନିଜେ ଶିକ୍ଷୟତ୍ରୀ ମାନଂକୁ ଅଟଯାଇ କଣ ପାଇଁ ବିଳମ୍ବ ରେ ଯାଉଛନ୍ତି ବୋଲି ପଚାରି ପାରିବେ କିନ୍ତୁ ସାମ୍ବାଦିକ ମାନେ ଏହା କରି ପାରିବେ ନାହିଁ ।

ତେବେ ମନ୍ତ୍ରୀ ଶିକ୍ଷକ ପଣକିଆ ନ କହି ପାରିଲେ ବାହାର କରି ପାରିବେ ଦରମା ବନ୍ଦ କରି ପାରିବେ କିନ୍ତୁ ସାମ୍ବାଦିକ ମାନେ ଶିକ୍ଷକ ମାନଂକୁ କୌଣସି ପ୍ରଶ୍ନ ପଚାରିବା ମନା ତେବେ ୫ଟିରେ ଟି ରେ ଟୁର କରି ପାରିବେ ମନ୍ତ୍ରୀ କିନ୍ତୁ ଆଉ କେହି କରି ପାରିବେ ନାହିଁ ଏବଂ ସାମ୍ବାଦିକ ମାନଂକୁ ଏ ରେ ଆକ୍ସନ ନିଆଯିବ ଏହା କେଉଁ ଭଳି ଶିକ୍ଷା ବ୍ୟବସ୍ଥା । ତେବେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସରକାର ତୁରନ୍ତ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବା ଆବଶ୍ୟକ । ସାମ୍ବାଦିକଙ୍କୁ ସ୍କୁଲ ହତାକୁ ପଶିବାକୁ ନଦେବା ଏକ ହାସ୍ୟାସ୍ପଦ ଘଟଣା । ଶିକ୍ଷାନୁଷ୍ଠାନରେ କଣ ହେଉଛି, କଣ ନାହିଁ, ଯଦି ଭୁଲ ହେଉଛି, ସେତେବେଳେ ସାମ୍ବାଦିକ ବନ୍ଧୁମାନଙ୍କର କର୍ତ୍ତବ୍ୟ ହେଉଛି ଏହାକୁ ଲୋକଲୋଚନକୁ ଆଣିବା । ସରକାର ଏହି ଅର୍ଡର କରି ଗଣତାନ୍ତ୍ରିକ ପଦ୍ଧତିରେ ସାମ୍ବାଦିକଙ୍କ ଅଧିକାରରେ ବାଧା ସୃଷ୍ଟି କରୁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *