କାହିଁକି ଜୀଵନ ହାରିଲେ ରିଲ ରାଣୀ Tanuja Biswas, ଶେଷ ଚିଠିରେ ଲେଖିଗଲେ କିଛି ଏମିତି…କି ବଢୁଛି ଦ୍ଵନ୍ଦ

ନମସ୍କାର ବନ୍ଧୁଗଣ ତେବେ ଝିଅଟିଏ ହୋଇ ବୁଲେଟ୍ ଚଢୁଥିଲେ ନିଜ ଅନ୍ଦାଜରେ ବଂଚୁଥିଲେ । ଶହ ଶହ ରିଲ୍-ଭିଡିଓ କରି ଜୀବନକୁ ଏକ ଗୀତ ପରି ବଞ୍ଚୁଥିବା ଲେଡି-ପିଇଟି ତନୁଜା ବିଶ୍ୱାସଙ୍କୁ ନେଇ ଏବେ ସାରା ସହରରେ ଚର୍ଚ୍ଚା । ତାଙ୍କ ଅନ୍ଦାଜ ପାଇଁ ସେହି ଛୋଟିଆ ସହରଟିରେ ସେ ଥିଲେ ଖୁବ୍ ଜଣାଶୁଣା । କିନ୍ତୁ ହଠାତ୍ ସେ ନିଜ ଜୀବନକୁ ଶେଷ କରିଦେଲେ ଗୋଟିଏ ମୁହୂର୍ତ୍ତରେ । ଗଲାବେଳେ ଛାଡ଼ିଗଲେ ଶେଷ ଚିଠି । ତନୁଜା, ଏମିତି କରିବା କଣ ଜରୁରି ଥିଲା? ଜୀବନ ତ କେତେ ସୁନ୍ଦର ଥିଲା ।

ତେବେ ସବୁ ଠିକଠାକ ଥିଲା , କୌଣସି ମାନସିକ ଚାପ ବି ନଥିଲା । କିନ୍ତୁ ହଠାତ ଆସିଲା ଆତ୍ମହତ୍ୟାର ଖବର । ନବରଙ୍ଗପୁର ଉମରକୋଟରେ ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇଯାଇଛନ୍ତି ସ୍ତାନୀୟ ଲୋକେ । ଘରୁ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି । ତନୁଜାଙ୍କ ଇଂରାଜୀ ଲେଖା ଓ ବେଙ୍ଗଲି ଭର୍ସନର ଏକ ସୁଇସାଇଡ଼ ନୋଟ ଓ ମୋବାଇଲ ପୋଲିସ ଜବତ କରିଛି । ପୁଲିସ କହିବା ଅନୁସାରେ, ସୁଇସାଇଡ଼ ନୋଟରେ ମୃତ୍ୟୁ ପାଇଁ କାହାକୁ ଦାୟୀ କରି ନାହାନ୍ତି ତନୁଜା ।

କିନ୍ତୁ ଘଟଣାକୁ ଆଗକୁ ନ ବଢେଇବାକୁ ଓ ତଦନ୍ତ ନ କରିବାକୁ ଲେଖିଛନ୍ତି । ତନୁଜା ବିଶ୍ୱାସ । ତନୁଜାଙ୍କ ଏହି ଟିକଟକ ଭିଡିଓ ସୋସିଆଲ ମିଡିଆରେ ବେଶ ପପୁଲାର ହେଉଥିଲା । ବହୁସଂଖ୍ୟାରେ ଲୋକ ତନୁଜାଙ୍କ ଭିଡିଓ ଦେଖୁଥିଲେ । ଉମରକୋଟର ଜାମୁରୁଣ୍ଡା ମଙ୍ଗଳ ବିଭାଗ ବାଳିକା ଉଚ୍ଚ ବିଦ୍ୟାଳୟରେ ପିଇଟି ଶିକ୍ଷୟିତ୍ରୀ ଭାବେ କାମ କରୁଥିବା ତନୁଜା ସ୍କୁଲର ଗାର୍ଲସ ହଷ୍ଟେଲର ଇନଚାର୍ଜ ଥିଲେ । ବେଶ ଖୁସ ମିଜାଜ ଥିଲେ ଏବଂ ସମସ୍ୟା ଆସିଲେ ଅନ୍ୟକୁ ସବୁବେଳେ ବାଟ ଦେଖାଉଥିଲେ ।

ତେବେ ହଠାତ୍ ରବିବାର ସକାଳେ ସବୁକିଛି ଓଲଟପାଲଟ ହୋଇଗଲା । ତୁନୁଜାଙ୍କୁ ଟିଫିନ ଦେବାକୁ ଯେେତେବେଳେ ପରିବାର ଲୋକେ ତାଙ୍କ ରୁମକୁ ଯାଇଥିଲେ ସେତେବେଳେ ଜଣାପଡିଲା ତନୁଜା ଆଉ ନାହାନ୍ତି । ଫ୍ୟାନରେ ଝୁଲିପଡିଛନ୍ତି ଏହା ଦେଖି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା । ବିଶ୍ୱାସ କରିପାରିଲେ ନାହିଁ ଯେ ତନୁଜା ଆତ୍ମହତ୍ୟା କରି ଦେଇଛନ୍ତି ।

ତେବେ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟ ଛାଡିଯାଇଛନ୍ତି । ପୋଲିସର କହିବାଅନୁସାରେ ଏହି ନୋଟରେ ସେ ଇଂରାଜୀ ଓ ବଙ୍ଗଳା ଭାଷାରେ ଲେଖିଛନ୍ତି ଯେ, ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି । ସେ ନିଜ ଇଚ୍ଛାରେ ଆତ୍ମହତ୍ୟା କରୁଛନ୍ତି । ଏହାର ତଦନ୍ତ କଲେ ତାଙ୍କ ଆତ୍ମାକୁ ଶାନ୍ତି ମିଳିବ ନାହିଁ । ଏଥିରେ ସେ କୁଆଡେ ଆହୁରି ଲେଖିଛନ୍ତି ଏହି ଘଟଣା କୁ ଆଗକୁ ନ ବଢାଯାଉ ।

ତନୁଜାଙ୍କ ଆତ୍ମହତ୍ୟା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କାରଣ ମୃତ୍ୟୁର ପୂର୍ବଦିନ ବି ସେ ବେଶ ସ୍ୱାଭାବିକ ଥିଲେ ଓ କୌଣସି ପ୍ରକାର ଚାପ କିମ୍ବା ଚିନ୍ତା କିମ୍ବା ଉତେଜନା ତାଙ୍କ ଚେହେରା ରେ ନ ଥିଲା ବୋଲି ତାଙ୍କ ବାପା କହିଛନ୍ତି । ଏମିତି ହଠାତ କଣ ଘଟିଥିଲା ଯେଉଁଥି ପାଇଁ ଏଭଳି ଚରମ ନିଷ୍ପତି ନେଇଗଲେ ତନୁଜା ତାହା ଜଣାପଡୁନି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *