ଚର୍ଚ୍ଚାରେ Ex-Havildar Simanchal Barik, ଗଢୁଛନ୍ତି ସେନା ଯବାନ ! ସାରା ଦେଶରୁ ଛୁଟୁଛନ୍ତି ପିଲା ! ପୁରା ଭିଡିଓ ଦେଖିଲେ ଆପଣ ବିକରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ଆମ ଦେଶରେ ସେନାର ଯବାନ ମାନଙ୍କର ବହୁତ ସମ୍ମାନ ଅଛି କାରଣ ସେମାନେ ଆମ ମାନଙ୍କ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଶ ସୀମାରେ ଅସ୍ତ୍ର ଶସ୍ତ୍ର ଧରି ଛିଡା ହେଉଛନ୍ତି । ବନ୍ଧୁଗଣ ଗୋଟେ ଯବାନ ହେବା ସହଜ ନୁହେଁ ଏଥିପାଇଁ ଅନେକ କଷ୍ଟ, ସଂଘର୍ଷ ଓ ସାହାସର ଆବଶ୍ୟକତା ଥାଏ । ଆମ ଦେଶରେ ଏମିତି ବହୁତ ଯୁବପିଢି ଅଛନ୍ତି ଯେଉଁ ମାନେ ସେନାରେ ଭର୍ତ୍ତି ହେବା ପାଇଁ ଆପ୍ରାଣ ଚେଷ୍ଟା କରିଥାନ୍ତି ହେଲେ ସେମାନଙ୍କ ମଧ୍ୟରୁ ବହୁତ କମ ପିଲା ସେନାରେ ଭର୍ତ୍ତି ହୋଇପାରନ୍ତି ।

ସେନାରେ ଭର୍ତ୍ତି ହେବାକୁ ହେଲେ ଆପଣଙ୍କୁ ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ଓ ରିଟିନ ଟେଷ୍ଟରେ ପାସ୍ କରିବାକୁ ପଡିବ । ଏମିତି ପିଲା ଅଛନ୍ତି ଯେଉଁ ମାନଙ୍କର ଫିଜିକାଲ ଭଲ ଥିବା ବେଳେ ରିଟିନ ଭଲ ନାହିଁ ତ ଅନ୍ୟ ପକ୍ଷରେ ଏମିତି ମଧ୍ୟ ପିଲା ଅଛନ୍ତି ଯେଉଁ ମାନଙ୍କର ରିଟିନ ବା ପାଠ ଭଲ ହେଉଥିଲେ ମଧ୍ୟ ସେମାନଙ୍କର ଫିଜିକାଲ ଭଲ ନାହିଁ ।

ତେବେ ପିଲା ମାନଙ୍କୁ ସେନାରେ ଭର୍ତ୍ତି କରିବା ପାଇଁ ସେନାର ଜଣେ ଯବାନ ଆପ୍ରାଣ କଷ୍ଟ କରୁଛନ୍ତି । ଯେଉଁ ସବୁ ପିଲା ମାନଙ୍କ ଫିଜିକାଲ ଭଲ ନାହିଁ ସେମାନଙ୍କୁ ଏହି ଭାରତୀୟ ଯବାନ ଜଣକ ଟ୍ରେନିଙ୍ଗ ଦେଉଛନ୍ତି । କେବଳ ପୁଅ ନୁହେଁ ବନ୍ଧୁଗଣ ଏହି ସ୍ଥାନରେ ଝିଅ ଓ ଅନ୍ୟାନ୍ୟ ଲୋକ ମାନେ ମଧ୍ୟ ଟ୍ରେନିଙ୍ଗ ନେଉଛନ୍ତି । ପୁଅ ଝିଅ ଉଭୟ ସେନାକୁ ଯିବା ପାଇଁ ଟ୍ରେନିଙ୍ଗ ନେବାକୁ ଆସିଥିବା ବେଳେ ଯେଉଁ ମାନେ ସବୁ ଅନଫିଟ ଅଛନ୍ତି ସେମାନେ ମଧ୍ୟ ଏହି ସ୍ଥାନକୁ ଆସି ଫିଟ ହୋଇ ଯାଉଛନ୍ତି ।

ବନ୍ଧୁଗଣ ବ୍ରହ୍ମପୁରର ସିମାଞ୍ଚଳ ବାରିକ ଦିନେ ସେ ଥିଲେ ଆର୍ମିର ଯବାନ କିନ୍ତୁ ଆର୍ମିରୁ ଅବସର ନେବା ପରେ ସେ ଏବେ ପିଲା ମାନଙ୍କୁ ରାସ୍ତା ଦେଖାଉ ଛନ୍ତି । ଦେଶ ପାଇଁ ନୂଆ ଯବାନ ସୃଷ୍ଟି କରିବା ପାଇଁ ସେ ପ୍ରତିଦିନ ଟ୍ରେନିଙ୍ଗ ଦେଉଛନ୍ତି । ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଲୋକମାନେ ଆସି ଏଇଠି ଟ୍ରେନିଙ୍ଗ ନେଉଛନ୍ତି । ଏହି ଟ୍ରେନିଙ୍ଗ ଏକାଡେମିର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।


ସିମାଞ୍ଚଳ ବାରିକି ୨୦୦୦ ମସିହା ଜାନୁୟାରୀ ୧୫ ତାରିଖରେ ଜିଡି ପୋଷ୍ଟରେ ଭର୍ତ୍ତି ହୋଇଥିଲେ । ସେ ଉଭୟ ବେସିକି ଓ ଆଡଭାନ୍ସ ଟ୍ରେନିଙ୍ଗ ଶେଷ କରି ଅନେକ ବର୍ଷ ସର୍ଭିସରେ କାମ କରିଥିଲେ । ଏହା ପରେ ସେ ଇଣ୍ଡିଆନ ଆର୍ମିର ପିଟି କୋର୍ସ କରିଥିଲେ । ଏହା ପରେ ସେ ଅବସର ନେଇ ବାହାରେ ଯେଉଁ ସବୁ ପିଲା ମାନେ ସେନାରେ ଭର୍ତ୍ତି ହେବା ପାଇଁ ଚାହୁଁ ଛନ୍ତି ସେମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ବନ୍ଧୁଗଣ ଏଥର ଇଣ୍ଡିଆନ ଆର୍ମିରେ ଏହି ଏକାଡେମିରୁ ୧୦୯ ଜଣ ପିଲା ଇଣ୍ଡିଆନ ଆର୍ମିର ଫିଜିକାଲ ଓ ମେଡିକାଲ ଟେଷ୍ଟ ପାସ୍ କରିଛନ୍ତି । ଏହି ଏକାଡେମିକୁ ବର୍ତ୍ତମାନ ଏକ ବର୍ଷ ହୋଇଯାଇଛି ଓ ଅନେକ ପିଲା ଆସି ଏଠି ନିଜର ଭବିଷ୍ୟତ ଗଢୁ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *