ଜିଲ୍ଲା କୋର୍ଟଙ୍କ ରାୟ ଆସିବା ପରେ ବି ତୁଟୁନି Sumit-Tapaswini ବିବାଦ ! ପୁଣି ବାରଣ୍ଡାରେ କଟିଲା Tapaswini ଙ୍କ ରାତି, ଦେଖନ୍ତୁ Video 

ବନ୍ଧୁଗଣ ଡିମ୍ପଲ ଓ ସୁମିତଙ୍କ ପାରିବାରିକ ବିଚ୍ଛେଦ ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି । ପ୍ରଥମ ଦିନରୁ ହିଁ ଡିମ୍ପଲ ନିଜର ନ୍ୟାୟ ପାଇବା ପାଇଁ ନିଜ ଶାଶୁ ଘର ସାମ୍ନାରେ ଧାରଣା ଦେଇ ବସି ରହିଥିଲେ । ଧୀରେ ଧୀରେ ତାଙ୍କୁ ଜନସାଧାରଣ ମାନଙ୍କ ସମର୍ଥନ ମିଳିଥିଲା । ଏହା ପରେ ତାଙ୍କୁ ଜନସାଧାରଣ ଘର ଦାଣ୍ଡରୁ ବାରଣ୍ଡାରେ ନେଇ ବସେଇଲେ । ତେବେ ଏହି ଦୁଇଜଣଙ୍କ ମାମଲା ପ୍ରଥମେ ତଳ କୋର୍ଟରେ ଚାଲିଥିଲା କିନ୍ତୁ ତଳ କୋର୍ଟ କିଛି ସଠିକ ରାୟ ଦେଇ ପାରି ନଥିଲା ।

ଏହା ପରେ ଏହି ଦୁଇଜଣ ଜିଲ୍ଲା କୋର୍ଟରେ ପିରିସନ ଦାଖଲ କରିଥିଲେ ଓ ଗତ କାଲି ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲା । ଜିଲ୍ଲା କୋର୍ଟର ରାୟ ଅନୁଯାଇ ତପସ୍ଵିନୀ ଏବେ ନିଜ ଶଶୁର ଘରେ ରହିବେ । ହେଲେ ବନ୍ଧୁଗଣ କୋର୍ଟଙ୍କ ରାୟ ପରେ ବି ତୁଟୁନି ସୁମିତ୍ ତପସ୍ୱିନୀ ବିବାଦ ।

ସେପଟେ ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଉଛି ସେଠାରେ ରହିବାକୁ ରାଜି ନାହାନ୍ତି ବୋହୂ ଡିମ୍ପଲ । କୋର୍ଟର ରାୟକୁ ଦୁଇ ପକ୍ଷ ମାନିବାକୁ ଅରାଜି ଅଛନ୍ତି । ଡିମ୍ପଲଙ୍କର ଗୋଟିଏ ଜିଦି ଯେ ସେ ତାଙ୍କ ସ୍ଵାମୀ ସୁମିତଙ୍କ ସହ ବେଡରୁମରେ ରହିବେ ହେଲେ ଡିମ୍ପଲଙ୍କ ଶଶୁର କହୁଛନ୍ତି ଉପର ରୁମରେ ରହିବା ପାଇଁ । ବନ୍ଧୁଗଣ ଉପର ଘରଟି ହଷ୍ଟେଲ ବୋଲି ଡିମ୍ପଲ କହୁଛନ୍ତି ଓ ବର୍ତ୍ତମାନ ସେହି ଘରଟି ଅସଜଡା ହୋଇ ରହିଛି । 

ବନ୍ଧୁଗଣ ସେହି ଉପର ଘରେ ଗୋଟେ ମଣିଷ ରହିବା ପାଇଁ ଉପଯୋଗୀ ନାହିଁ । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ତେଣୁ ବନ୍ଧୁଗଣ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମାଧାନର ବାଟ ଫିଟି ପାରିଲା ନାହିଁ ତେଣୁ ତପସ୍ଵିନୀ ପୁଣି କୋର୍ଟର ଦ୍ଵାରସ୍ତ ହେବେ ଓ କୋର୍ଟରେ ଏହାର ସମସ୍ତ ସୂଚନା ଦେବେ ।

ଗତ କାଲି କୋର୍ଟ ରାୟ ଦେଇଥିଲା ଯେ ତପସ୍ଵିନୀ ଶଶୁର ଘରେ ରହିବେ ହେଲେ ବନ୍ଧୁଗଣ ଗତ କାଲି ରାତି ବାହାରେ ବିତାଇ ଛନ୍ତି ତପସ୍ଵିନୀ । ଏ ସବୁରେ ଡିମ୍ପଲଙ୍କ ଶଶୁର ମଧ୍ୟ ତାଙ୍କୁ ତଳ ଘରେ ରଖିବା ପାଇଁ ରାଜି ହେଉ ନାହାନ୍ତି । ଯଦି ସେ ଡିମ୍ପଲଙ୍କୁ ତଳ ଘରେ ରଖିବା ପାଇଁ ରାଜି ହୋଇଯିବେ ତା ହେଲେ ଏହି ମାମଲାଟି ସମାଧାନ ହୋଇଯିବ । ଏନେଇ ଡିମ୍ପଲ ମଧ୍ୟ ଏକ ବଡ ପ୍ରତିକ୍ରିୟା ଦେଇଛନ୍ତି  ।


ଡିମ୍ପଲ କହିଛନ୍ତି-‘ଦେଖନ୍ତୁ ଆଜ୍ଞା ମୁ ବାହା ହେଇ ଆସିବା ପରେ ସେହି ରୁମରେ ରହିଥିଲି ଆପଣ ଭାବନ୍ତୁ ଗୋଟେ ବୋହୁକୁ କେଉଁ ଘରେ ରହିବା ଉଚିତ । ଘର ବୋହୁଟି ମୁ କଣ ଷ୍ଟୋର ରୁମରେ ଯାଇ ରହିବି’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *