ଶାସ୍ତ୍ର ଅନୁସାରେ ଗାଧୋଇବା ସମୟରେ କେବେ ବି କରନ୍ତୁ ନାହିଁ ଏହି ଭୁଲ, ଦେବତା ହୁଅନ୍ତି କ୍ରୋଧିତ, ମାଡି ଆସେ ସଙ୍କଟ

ମଣିଷ ନିଜ ଶରୀରକୁ ସତେଜ ରଖିବା ପାଇଁ ଓ ଦିନ ସାରା ଦୌଡା ଦୌଡ଼ି କ୍ଲାନ୍ତରୁ ରକ୍ଷା ପାଇବା ପାଇଁ ଗାଧେଇ ଥାଏ । ଗାଧେଇବା ଦ୍ଵାରା ଶରୀରରେ ଲାଗିଥିବା ମଇଳା ସଫା ହୋଇଥାଏ ଓ ଆମର ତ୍ଵଚାରେ ଚମକ ମଧ୍ୟ ଆସିଥାଏ । କିଛି ଲୋକ ଏମିତି ଅଛନ୍ତି ଗାଧେଇବା ପାଇଁ ଗରମ ପାଣି ବ୍ୟବହାର କରନ୍ତି ତ କିଛି ଲୋକ ଥଣ୍ଡା ପାଣିରେ ଗାଧେଇଥାନ୍ତି । ହିନ୍ଦୁ ଧର୍ମ ଶାସ୍ତ୍ରରେ ଗାଧେଇବାକୁ ନେଇ କିଛି ବିଶେଷ ନିୟମ ଲେଖା ହୋଇଛି, ଯାହାକୁ ପାଳନ କରିବା ସମସ୍ତଙ୍କ ପାଇଁ ନିଶ୍ଚିତ ଅଟେ । ଏହି ନିୟମର ପାଳନ ସବୁ ମଣିଷଙ୍କୁ କରିବା ଦରକାର । କିନ୍ତୁ ଯେମିତି ଯେମିତି ସମୟ ବଦଳୁଛି ସେମିତି ଲୋକ ମାନଙ୍କ ଜୀବନ ଶୈଳୀ ରହିବା ସହିବା ବଦଳିବାରେ ଲାଗିଛି ।

ଯଦି ଆମେ ପୁରୁଣା ଦିନ କଥା କହିବା ତେବେ ଲୋକମାନେ ଆଗ କାଳରେ ପୋଖରୀ, ନଦୀ, ନାଳରେ ଗାଧୋଉ ଥିଲେ, କିନ୍ତୁ ଏବେ ଗାଧେଇବା ପାଇଁ ଗାଧେଇବା ଘର ବନେଇଛନ୍ତି, ଯେଉଁଠି ସେ ପୁରା ଲୁଚି ରହିଥାନ୍ତି , ଆଜି ଆମେ ଆପଣ ମାନଙ୍କୁ ହିନ୍ଦୁ ଧର୍ମ ଶାସ୍ତ୍ରରେ କହିଥିବା କିଛି ନିୟମ ବିଷୟରେ ଜଣାଇବାକୁ ଯାଉଛୁ । ଯଦି କୌଣସି ବ୍ୟକ୍ତି ଏହି ନିୟମର ପାଳନ ନ କରନ୍ତି ତା ହେଲେ ସେହି କାରଣରୁ ତାଙ୍କୁ ତାଙ୍କ ଜୀବନରେ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ, ଗାଧେଇବା ସମୟରେ ଯଦି ଆପଣଙ୍କ ଦ୍ଵାରା ଏହି ଭୁଲ ହୋଇଥାଏ ତାହେଲେ ଭଗବାନ ଆପଣଙ୍କ ଉପରେ ଅଶାନ୍ତି ହୋଇଥାନ୍ତି ।

ଗରୁଡ଼ ପୁରାଣ ଅନୁସାରେ ଜାଣନ୍ତୁ ଗାଧେଇବାର ନିୟମ

ଯଦି ଆମେ ଗରୁଡ଼ ପୁରାଣରେ ଏହି କଥାର ବର୍ଣ୍ଣନା ଅଛି କି ଯେତେବେଳେ ବ୍ୟକ୍ତି ସ୍ନାନ କରିଥାଏ ସେତେବେଳେ ତାଙ୍କ ପିତୃ ପୁରୁଷ ପାଖ ପାଖି ଥାଆନ୍ତି । ଗାଧେଇବା ସମୟରେ ତାଙ୍କ କପଡାରୁ ଯେଉଁ ପାଣି ପଡ଼ିଥାଏ ସେତେବେଳେ ତାଙ୍କ ପିତୃ ପୁରୁଷ ସେ ପାଣିକୁ ଗ୍ରହଣ କରିଥାଆନ୍ତି, ଯାହା ଦ୍ୱାରା ସେ ମୁକ୍ତି ପାଇଯାନ୍ତି, ଏଥି ପାଇଁ ଲୋକଙ୍କୁ ବିନା କପଡ଼ାରେ ଗାଧେଇବା କଥା ନୁହଁ, ଏହା ଦ୍ଵାରା ପିତୃ ପୁରୁଷ ଅଶାନ୍ତି ହୋଇଥାଆନ୍ତି । ଯଦି ଆପଣ ନଗ୍ନ ହୋଇ ଗାଧୋଇଥାନ୍ତି ତାହେଲେ ଆପଣଙ୍କୁ ପିତୃଦୋଷ ଲାଗିଥାଏ ।

ପଦ୍ମ ପୁରାଣ ଅନୁସାରେ ଜାଣନ୍ତୁ ସ୍ନାନ କରିବାର ନିୟମ

ମଣିଷ ସ୍ନାନ କରିବା ସମୟରେ ଏହି କଥାର ବିଶେଷ ଧ୍ୟାନ ଦେବା ଉଚିତ କି ସେ ପୁରା ନଗ୍ନ ଅବସ୍ଥାରେ ରହି ଗାଧେଇବେ ନାହିଁ, କାହିଁକି ନା ପଦ୍ମ ପୁରାଣରେ ଏହି କଥାର ବର୍ଣ୍ଣନା ଅଛି କି ଯେଉଁ ବ୍ୟକ୍ତି ପୁରା ନଗ୍ନ ଅବସ୍ଥାରେ ରହି ଗାଧୋଇଥାନ୍ତି ସେ ପାପର ଭାଗୀଦାର ହୁଅନ୍ତି, ଏହା ବିଷୟରେ ଏହି କଥା କୁହାଯାଉଛି କି ଗୋଟେ ଥର ଗୋପୀ ମାନେ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ ସେତେବେଳେ ଭଗବାନ ଶ୍ରୀ କୃଷ୍ଣ ତାଙ୍କ କପଡା ଲୁଚାଇ ଦେଇଥିଲେ ।

ଗୋପୀମାନେ କୃଷ୍ଣଙ୍କୁ କହିଲେ ଯେ ସେ ତାଙ୍କ କପଡା ଫେରାଇ ଦିଅନ୍ତୁ, ସେତେବେଳେ କୃଷ୍ଣ କହିଲେ କି ଯଦି ତୁମକୁ ତୁମ କପଡା ଦରକାର ତା ହେଲେ ତମେ ଆସି ଗଛରୁ ନେଇ ଯାଅ ।  ଗୋପୀମାନେ କୃଷ୍ଣଙ୍କୁ କହିଲେ କି ଆମେ ଯେତେବେଳେ ସ୍ନାନ କାରିବାକୁ ଆସିଥିଲୁ ସେତେବେଳେ ଏଠି କେହି ବି ନଥିଲେ । ଏବେ ଆମେ ବିନା କପଡ଼ାରେ ପାଣିରୁ କେମିତି ବାହାରକୁ ଯିବୁ, ଗୋପୀଙ୍କର ଏହି କଥାରେ ଭଗବାନ ଶ୍ରୀ କୃଷ୍ଣ କହିଥିଲେ କି ତୁମେ କେମିତି ଭାବିଲ ଯେ ତୁମକୁ କେହି ଦେଖି ନାହାନ୍ତି ।

ମୁଁ ସବୁ ସମୟରେ ସବୁ ଜାଗାରେ ଉପସ୍ଥିତ ରହି ଥାଏ ଯେତେବଳେ ତମେ ମାନେ ବିନା କପଡ଼ାରେ ପାଣିରେ ପସିଲ ବରୁଣ ଦେବତା ତମକୁ ଦେଖିଥିଲେ ।  ଏହା ତାଙ୍କର ଅପମାନ ଅଟେ, ଏହି କାରଣରୁ ବ୍ୟକ୍ତିଙ୍କୁ ନଗ୍ନ ଅବସ୍ଥାରେ ଗାଧେଇବାଠୁ ବଞ୍ଚିବା ଦରକାର ।

ଉପରୋକ୍ତ ଧର୍ମ ଶାସ୍ତ୍ର ଅନୁସାରେ ସ୍ନାନ କରିବାର ନିୟମ ବିଷୟରେ ସୂଚନା ଦିଆଯାଇଛି, ଯଦି ଆପଣ ଏହି ନିୟମକୁ ପାଳନ କରୁଛନ୍ତି, ଆପଣଙ୍କୁ ଆପଣଙ୍କ ଜୀବନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ଆଉ ଆପଣଙ୍କ ଉପରେ ଦେବତା ମାନେ ଖୁସି ରହିବେ, ଏହା ପରେ ଆପଣ ଗାଧେଇ ସାରିବା ପରେ ନିଜ ଗାଧୁଆ ଘରକୁ ଅସନା ରଖନ୍ତୁ ନାହିଁ କାହିଁକି ନା ଏହା ଦ୍ଵାରା ଦୁର୍ଭାଗ୍ୟ ଆସିଥାଏ, ଯଦି ଆପଣ ଆପଣଙ୍କ ଗାଧୁଆ ଘରକୁ ଅସନା ରଖି ଦିଅନ୍ତି ତାହେଲେ ସେହି କାରଣରୁ ଚନ୍ଦ୍ର ଦେବ ସହିତ ରାହୁ କେତୁଙ୍କ ଦୋଷ ଆପଣଙ୍କୁ ଲାଗିବ । ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଶାସ୍ତ୍ର ସମ୍ବନ୍ଧୀୟ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *