ଏହି ଗାଁର ଦେଢ ଡର୍ଜନ ବୋହୁ ଶାଶୁଘର ଛାଡି ଚାଲିଗଲେ ବାପଘର, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଦୁନିଆରେ ଏମିତି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । କେତେକ ଗାଁରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ନାହିଁ ସୌଚାଳୟ । ୨୦୧୮ରେ ଉତ୍ତର ପ୍ରଦେଶ ରାଜ୍ୟର କୁଶୀନଗର ଜନପଦ ଓଡିଏଫ ଖୋଲାରେ ଶୌଚ ନକରିବା ପାଇଁ ଘୋଷଣା କରିଥିଲେ ।

Image Courtesy: Google

ହେଲେ କିଛି ସରକାରୀ କାର୍ଯ୍ୟ ହେତୁ ସେହି ଗାଁରେ ଶୌଚାଳୟ ହୋଇପାରିଲା ନାହିଁ । ସୌଚାଳୟ ନହେବାରୁ ସେହି ଗାଁର ପ୍ରାୟ ଦେଢ ଦର୍ଜନ ବୋହୁମାନେ ଶଶୁର ଘର ଛାଡି ବାପା ଘରକୁ ପଳେଇଛନ୍ତି । ବୋହୁ ମାନଙ୍କ ମତରେ ଖୋଲା ସୌଚ କରିବା ପାଇଁ ସେମାନଙ୍କୁ ବହୁତ ଅସୁବିଧା ଭୋଗ କରିବାକୁ ପଡୁଛି । ବିନା ସୌଚାଳୟରେ ସେମାନଙ୍କୁ ବହୁତ ଅସୁବିଧା ହେଉଥିଲା । ବୋହୁ ମାନଙ୍କ ମତରେ ଯେତେବେଳ ପର୍ଯ୍ୟନ୍ତ ସେମାନଙ୍କ ଶଶୁର ଘରେ ସୌଚାଳୟ ହେବ ନାହିଁ, ସେତେବେଳ ପର୍ଯ୍ୟନ୍ତ ସେମାନେ ନିଜ ବାପ ଘରେ ରହିବେ ।

Image Courtesy: Google

ବୋହୁ ମାନଙ୍କର ଏହି କଥା ସ୍ବଚ୍ଛ ଭାରତ ମିସନର ପୋଲ ଖୋଲି ଦେଇଥିଲା । ଖବର ଅନୁସାରେ ଜଣା ପଡିଛି ସବୁ ଜିଲ୍ଲା ପରି ଜଙ୍ଗଲ ଜଗଦୀଶ ପୁର ଗାଁ ମଧ୍ୟ ଓଡିଏଫ ହୋଇଥିଲା । ହେଲେ ଏହି ଗାଁରେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୌଚାଳୟ ନାହିଁ । ଗାଁର ଗ୍ରାମ ପ୍ରଧାନ ଓ ପଞ୍ଚାୟତ ରାଜ ଅଧିକାରୀ ଏମଆଇଏସ ସୂଚୀ ପ୍ରଦାନ କରିଛନ୍ତି । ହେଲେ ଗାଁର ଅଧିକାଂଶ ଲୋକମାନଙ୍କ ନାମ ଏଥିରେ ସାମିଲ ନ ହେବାରୁ ସେମାନଙ୍କ ମନରେ ପ୍ରଶ୍ନ ଉଠିଛି । ସ୍ଵଚ୍ଛ ଭାରତ ମିସନ ଅନୁସାରେ କୁଇନଗର ଜନପଦରେ ୪ ଲକ୍ଷ ସୌଚାଳୟ ହେବାର ଥିଲା । ୩୦ ନଭେମ୍ବର ୨୦୧୮ରେ ଏହାର ଘୋଷଣା କରାଯାଇଥିଲା । ସରକାରୀ କାର୍ଯ୍ୟରେ ଥିବା ଏହି ଠକାମିର ପରଦାଫାସ କରିଛନ୍ତି ଦେଢ ଡର୍ଜନ ବୋହୁମାନେ ।

Image Courtesy: Google

ଏହି ବୋହୁମାନେ ଶଶୁରଘର ଛାଡି ବାପଘରକୁ ଏଥିପାଇଁ ଚାଲିଗଲେ କାରଣ ତାଙ୍କ ଘରେ ସୌଚାଳୟ ନଥିଲା । ବୋହୁ ମାନଙ୍କ ମତରେ ଗାଁର ଗୋଟେ ପଟରେ ନାଳ ଅଛି ତ ଅନ୍ୟ ପଟରେ ନଅର, ଚାରିଆଡୁ ପାଣି ଲାଗିଛି । ଯାହାଫଳରେ ଗାଁର ବୋହୁ ମାନଙ୍କୁ ବହୁତ ଅସୁବିଧା ହେଉଛି । ଏହି ଗାଁରେ ଅଧିକାଂଶ ଗରିବ ଲୋକ ଅଛନ୍ତି, ହେଲେ ଦୁଃଖର କଥା ଏହା ହେଉଛି ଯେ, ଘୋଷଣା କରିବା ପରେ ମଧ୍ୟ ଏହି ଗରିବ ଲୋକଙ୍କ ପାଖରେ ସୌଚାଳୟ ନାହିଁ ।

ଜିଲ୍ଲା ପଞ୍ଚାୟତ ଅଧିକାରୀ ରାଜବେନ୍ଦ୍ର ତ୍ରିବେଦଙ୍କ ମତରେ ଏହି କଥାର ସୂଚନା ମିଳିବା ମାତ୍ରେ ସେ ଗାଁରେ ପହଞ୍ଚିଥିଲେ, ସେଠାରେ ପହଞ୍ଚି ସେ ସବୁ ଘଟଣା ବିଷୟରେ ଜାଣିଥିଲେ । ଗାଁ ଲୋକଙ୍କ ନାମ ଲାଇନ ସର୍ଭେରେ ନଥିବାରୁ ତାଙ୍କ ଘରେ ସୌଚାଳୟ ହୋଇପାରି ନଥିଲା ।

Leave a Reply

Your email address will not be published. Required fields are marked *