ଗାଁ ନାଳରେ ମହିଳାଙ୍କ ଭିଡ, କାଦୁଅରେ ବାହାରୁଛି ସୁନା, ଛାଣି ନେଉଛନ୍ତି ମହିଳା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗାଁ ନାଳରେ ମହିଳାଙ୍କର ଲାଗୁଛି ଭିଡ ! ପାରମ୍ପରିକ ପଦ୍ଧତିକୁ ଆପଣାଇ ଗାଁ ନାଳର ମାଟି କାଦୁଅ ଭିତରୁ ଛାଣି ନେଉଛନ୍ତି ସୁନା ! ତେବେ ହଁ ବନ୍ଧୁଗଣ ମାଟି କାଦୁଅରୁ ସୁନା ବାହାରିବା କଥା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇ ପରେ । ହେଲେ ଏହା ସଂପୂର୍ଣ୍ଣ ସତ୍ୟ ଘଟଣା ଅଟେ । ତେବେ କେନ୍ଦୁଝର ସୁନାପେଣ୍ଠ ବଗିରା ନାଳରୁ ସୁନା ବାହାରିଥାଏ । ତେବେ ଯେଉଁଠାକୁ ଲୋକ ମହିଳା ମାନେ ଯାଇ ସୁନା ସଂଗ୍ରହ କରିବାକୁ ଲାଗିପଡିଥାନ୍ତି ।

ସେହି ଗ୍ରାମର ମହିଳା ମାନେ ନାଳରେ ବହି ଯାଉଥିବା ପାଣି କାଦୁଅ ମଧ୍ୟରୁ ଘଣ୍ଟା ଘଣ୍ଟା କାଳ ଧରି ପରିଶ୍ରମ କରି ସୋରିଷ ଆକୃତିର ସୁନା ପାଇଥାନ୍ତି । ହେଲେ ସେହି ସାମାନ୍ୟତମ ଟିକି ସୁନା  ପାଇବା ପାଇଁ ହେଲେ ପାଣି କାଦୁଅ ମଧ୍ୟରୁ ମହିଳା ମାନଙ୍କୁ ବହୁ ସମୟର ଦରକାର ପଡିଥାଏ । କାରଣ କାଦୁଅକୁ ଏକାଠି କରି ତାହାକୁ ପାଣିରେ ଛାଣି ଛାଣି ସଂପୂର୍ଣ୍ଣ ପରମ୍ପରୀକ ପଦ୍ଧତିରେ କାଦୁଅ ମଧ୍ୟରୁ ସୂନା ସଂଗ୍ରହ କରି ରଖିଥାନ୍ତି ।

ତାପରେ ସପ୍ତାହେ କି ୨ ସପ୍ତାହ ଯିବା ପରେ ସେହି ସୁନା ନିଆଁରେ ଦେଖାଇ ପୁଣି ଥରେ ବଣିଆ ପାଖକୁ ନେଇ ସେଠାରେ ସୁନାକୁ ବିକି ଟଙ୍କା ପାଇଥାନ୍ତି । ଯାହାକି ମହିଳା ମାନଙ୍କର ପାଣି କାଦୁଅ ମଧ୍ୟରେ କରୁଥିବା ପରିଶ୍ରମର ପରିଶ୍ରମିକ ହିଁ ତାଙ୍କୁ ମିଳିଥାଏ । ଯାହା ଦ୍ଵାରା ସେହି କିଛି କିଛି ଟଙ୍କାରେ ତାଙ୍କର ପରିବାରର ପ୍ରତିପୋଷଣ ମଧ୍ୟ ହେବାରେ କିଛି ମାତ୍ରାରେ ସାହାଜ୍ଯ କରିଥାଏ । ତେବେ ସୁନାର ଦର ମାର୍କେଟରେ ଯାହା ରହିଛି ।

ସେହି ହିସାବରେ ଏଠାରେ ସୋରିଷ ଦାନା ଭଳି ଯଦି ସୂନା ପ୍ରତିଦିନ ମଧ୍ୟ ମିଳିଯାଇଥାଏ । ତେବେ ତାହା ବହୁତ ବଡ କଥା ଏଠିକାର ଲୋକଙ୍କୁ ଲାଗିଥାଏ । ତେବେ ଗ୍ରାମରେ ରହୁଥିବା ଝରା ସମ୍ପ୍ରଦାୟର ଲୋକ ବିଶେଷ କରି ଏଠାରେ ସୁନା ସଂଗ୍ରହ କରିବାକୁ ଆସିଥାନ୍ତି । ତେବେ କେନ୍ଦୁଝର ଜିଲ୍ଲାର କିଛି କିଛି ସ୍ଥାନରେ ସୁନାଖଣୀ ରହିଅଛି ବୋଲି ସର୍ଭେରୁ ମଧ୍ୟ ଜଣା ପଡିଥିଲା ।

ତେବେ ଖଣି ମନ୍ତ୍ରୀଙ୍କ ସୂଚନା ଅନୁଯାଇ ଓଡିଶାରେ କେନ୍ଦୁଝର ସମେତ ଆହୁରି କିଛି ଗୁଡିଏ ଜିଲ୍ଲାରେ ସୂନା ଖଣିର ସନ୍ଧାନ ମିଳିପାରିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ। ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *