ଚୋର ତ ଚୋର…ଖତରନାକ୍ ଚୋର ! ଚୋର ର ଏଭଳି କରନାମା ଆଗରୁ କେବେ ବି ଦେଖିନଥିବେ ଆପଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଚୋର ତ ଚୋର ଖତରନାକ ଚୋର ! ଘର ଆଗରୁ ବୋଲେରୋ ଗାୟବ ! ୨ ଜଣ ଦୁର୍ବୁତ୍ତ ବାଇକରେ ବସି ଭୋର ସମୟ ୪ ଟା ବେଳକୁ ଆସିଲେ । ସେହି ୨ ଦୁର୍ବୁତ୍ତ ମଧ୍ୟରୁ ଜଣେ ବାଇକରୁ ଓହ୍ଲାଇ ସିଧା ଆସି ବୋଲେରୋ ଉପର ନଜର ପକାଇଲା । ତେବେ ପୋଲିସକୁ କଡା ଟକ୍କର ଦେଇ ଖୁଲମଖୁଲା ଘର ସାମ୍ନାରୁ ଗାଡି ନେଇ ଫେରାର ମାରିଲା । ତେବେ ଏପରି କିଛି ଦ୍ରୁଶ୍ଯ କଟକ ଜିଲା ନିଶ୍ଚିତକୋଇଲି ଥାନା, ପିପି କଲେଜ ନିକଟରେ ଦେଖିବାକୁ ମିଳିଛି ।

ତେବେ ଜଣେ ଚୋର ଆସି ସିଧାସଳଖ ବୋଲେରୋ ଭିତରେ ବସିଥିଲା । ତାପରେ ଗାଡିଟିକୁ ଷ୍ଟାର୍ଟ କରିଥିଲା । ଆଉ ଗାଡି ନେଇ ସେହି ସ୍ଥାନରୁ ଛୁ ମନ୍ଥର ହୋଇଯାଇଥିଲା । ତେବେ ଯାହାକୁ ଘର ପାଖରେ ଲାଗିଥିବା CC TVକ୍ୟାମେରାର ଫୁଟେଜରୁ ସବୁ କିଛି ସ୍ପଷ୍ଠ ହୋଇଯାଉଛି । ତେବେ ଗାଡି ମାଲିକ ଘର ସାମ୍ନାରୁ ଗାଡି ନଥିବା ଦେଖି ସକାଳୁ ସକାଳୁ ବ୍ୟସ୍ତ ହୋଇପଡିଥିଲେ । ତାପରେ କ୍ୟାମେରାରେ କଏଦ ହୋଇଥିବା ଗାଡି ଚୋରଙ୍କର ଏଭଳି କାରନାମା ଦେଖି ସବୁ କିଛି ବୁଝିଯାଇଥିଲେ ।

ଯେ ସୁଚିନ୍ତିତ ଯୋଜନା କରି ଗାଡି ଚୋର ଆସି ସମସ୍ତେ ଶୋଇ ପଡିଥିବା ସମୟରେ ଗାଡିଟି ନେଇ ପଳାଇଛି । ତେବେ ଏହା ଜାଣିଲା ପରେ ଗାଡି ମାଲିକ ନିଶ୍ଚିତକୋଇଲି ଥାନାରେ ଗାଡି ଚୋରୀ ହୋଇଯାଇଛି ଅଭିଯୋଗ କରିଛନ୍ତି । ତେବେ କ୍ୟାମେରାରେ କଏଦ ହୋଇଥିବା ଫୁଟେଜକୁ ଦେଖି ପୋଲିସ ମଧ୍ୟ ଗାଡି ଚୋରଙ୍କୁ ଖୋଜିବାକୁ ପ୍ରୟାସ ଚଳାଇଛି ।

ତେବେ ଏହି ଅଞ୍ଚଳରୁ ଗାଡି ଚୋରୀ ହେବା କୌଣସି ନୂଆ ଘଟଣା ନୁହେଁ । ଆଗରୁ ମଧ୍ୟ ଏହି ଆଖପାଖ ଏରିଆରୁ ଗାଡି ଚୋରୀ ହେବାର ଖବର ସାମ୍ନାକୁ ଆସିଛି । ତେବେ ଗାଡି ମାଲିକଙ୍କ କହିବା ଅନୁଯାଇ ଆଗରୁ ମଧ୍ୟ ଦୁର୍ବୁତ୍ତ ମାନେ ଗାଡି ଚୋରୀ କରିବାକୁ ଚେଷ୍ଟା କରିଥିଲେ । ହେଲେ ତାଙ୍କ କାମରେ ସେମାନେ ସଫଳ ହୋଇପାରିନଥିଲେ ।

ଯାହାକି କାଲି ରାତିରେ ଗାଡି ନେଇ ଚୋର ଫେରାର ହୋଇଯାଇଛି । ଯାହାକୁ ନେଇ ପୋଲିସ ପେଟ୍ରୋଲିଂ ଉପରେ ମଧ୍ୟ ଲୋକମାନେ ପ୍ରଶ୍ନବାଚୀ ଆଣିଛନ୍ତି ? ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *