ଦିଲ ବେଚାରା ର ଟ୍ରେଲର ଦେଖି ଅଙ୍କିତା ଯାହା କହିଲେ, ଶୁଣିଲେ ଆପଣ ବି କାନ୍ଦି ପକାଇବେ…

ସୁଶାନ୍ତ ସିଂହ ରାଜପୁତ ନିଜ କ୍ୟାରିୟର ରେ ସଫଳତା ହାସଲ କରିଥିଲେ ମଧ୍ୟ ନିଜ ଜୀବନରୁ ହାରିଯାଇଛନ୍ତି । ବିହାରର ଏହି ଯୁବକ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତା ହାସଲ କରିଥିଲେ, ହେଲେ ନେପୋଟିଜିମ ଆଦି ଅନ୍ୟାୟ ହେତୁ ସୁଶାନ୍ତ ୧୪ ଜୁନରେ ଆତ୍ମହତ୍ୟା କରିଥିଲେ । ସୁଶାନ୍ତ ଆତ୍ମହତ୍ୟା କରିବା ପୂର୍ବରୁ ‘ଦିଲ ବେଚାରା’ ଫିଲ୍ମ କରିଥିଲେ । ବର୍ତ୍ତମାନ ଦିଲ ବିଚାରାର ଟ୍ରେଲର ଲଞ୍ଚ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି ଟ୍ରେଲେର ବିଷୟରେ ।

ସୁଶାନ୍ତ ସିଂହ ରାଜପୁତ ବଲିଉଡ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରୁଥିଲେ, ହେଲେ ଦୁର୍ଭାଗ୍ୟ ହେତୁ ୧୪ ଜୁନ ୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ । ଯାହା ଫଳରେ ସମଗ୍ର ଭାରତ ଦେଶ ସୁଶାନ୍ତଙ୍କ ପାଇଁ ବହୁତ ଦୁଃଖ ଅନୁଭବ କରିଥିଲା । ସୋସିଆଲ ମିଡିଆରେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ବହୁତ ପ୍ରୟାସ ଲାଗିରହିବା ସହ, ସୁଶାନ୍ତଙ୍କ ମୃତ୍ୟୁ ପଛରେ ଥିବା କେତେକ ବଲିଉଡ କଳାକାର ଓ ଫିଲ୍ମ ମେକର ମାନଙ୍କୁ ବହୁତ ମାତ୍ରାରେ ଟ୍ରୋଲ କରାଯାଉଛି ।


ଖବର ଅନୁସାରେ ଜଣା ପଡିଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପାଇଁ ନେପୋଟିଜିମର ମଧ୍ୟ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ରହିଛି । ବଲିଉଡରେ ନେପୋଟିଜିମକୁ ସପୋର୍ଟ କରୁଥିବା ଫିଲ୍ମ ମେକର କରଣ ଜୋହରଙ୍କୁ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଟ୍ରୋଲ କରାଯାଇଛି । ଯାହାଫଳରେ କରଣ ଜୋହର ସମସ୍ତ ଷ୍ଟାର କିଡ୍ସଙ୍କୁ ଅନଫଲୋ କରିଦେଇଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କୁ ବହୁତ ଫିଲ୍ମରେ ପ୍ରଥମେ ସିଲେକ୍ଟ କରଯାଇଥିଲା ହେଲେ ନେପୋଟିଜିମ ହେତୁ ତାଙ୍କୁ ସେହି ସବୁ ଫିଲ୍ମରୁ ରିଜେକ୍ଟ କରା ଯାଇଥିଲା ।


ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଟ୍ରେଲର ସବୁ ରେକର୍ଡ ଭାଙ୍ଗି ସାରିଛି । ଏହି ଟ୍ରେଲରଟି ଲୋକମାନଙ୍କୁ ବହୁତ ଭାବୁକ କରିଦେଇଛି । ଏହି ଟ୍ରେଲରକୁ ଦେଖି ଲୋକମାନଙ୍କ ଆଖିରୁ ଲୁହ ଝରୁଛି । ଏହି ଟ୍ରେଲରକୁ ଦେଖି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେଙ୍କ କଥା ସାମ୍ନାକୁ ଆସିଛି । ଅଙ୍କିତା ମଧ୍ୟ ଏହି ଟ୍ରେଲରକୁ ଦେଖି ବହୁତ ଭାବୁକ ଓ ଇମୋସନାଲ ହୋଇଛନ୍ତି ।

ଅଙ୍କିତା ଏହି ଟ୍ରେଲର ରେ ରିଆକ୍ସନ ଦେଇ କହିଛନ୍ତି, “ସୁଶାନ୍ତ ଏ ଦୁନିଆରୁ ଯାଉ ଯାଉ ଆମକୁ ଜୀବନ ବଞ୍ଚିବା ଶିଖାଇ ଦେଇ ଗଲେ ।” ଆଜ୍ଞା ହଁ ଏହି ଟ୍ରେଲର ରେ କିଛି ଏମିତି ହିଁ କଥା ଅଛି ଅଛି କି ଆମ ସମସ୍ତଙ୍କୁ ଶିଖିବା ଆବଶ୍ୟକ । ସେ ଏହି ଟ୍ରେଲର ରେ ଏହା କହୁଥିବାର ନଜର ଆସୁଛନ୍ତି କି “ଜୀବନ ଜିଇଁବା ମାରିବା ଆମ ହାତରେ ନାହିଁ କିନ୍ତୁ ଜୀବନକୁ କିପରି ଜୀଇଁବା ତାହା ଆମ ହାତରେ ଅଛି ଓ ଏହି କଥାକୁ ମନେ ପକାଇ ଅଙ୍କିତା ଲୋଖଣ୍ଡେ ବହୁତ ଭାବୁକ ହୋଇଯାଉଥିବାର ନଜର ଆସିଲେ । ତାଙ୍କ ଆଖି ଯେପରି ଛଳ ଛଳ ହୋଇଯାଉଥିବାର ନଜର ଆସିଥିଲା ।

ଏହି କଥା ପାଇଁ ତାଙ୍କ ଫ୍ୟାନ୍ସ ମଧ୍ୟ ବହୁତ ଭାବୁକ ହୋଇଯାଇଛନ୍ତି । ଏହି ଫିଲ୍ମ ଟ୍ରେଲର ଦେଖିବା ପରେ ସୁଶାନ୍ତଙ୍କ ଫ୍ୟାନ୍ସ ମାନଙ୍କୁ ଆହୁରି ଅଧିକ ମୋଟିଭେସନ ମିଳିଛି, ଯାହାଫଳରେ ସୁଶାନ୍ତଙ୍କୁ ନ୍ୟାୟ ପାଇଁ ତାଙ୍କ ଫ୍ୟାନ୍ସ ମାନେ ଆଧିକ ଚେଷ୍ଟା କରୁଛନ୍ତି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *