ହୀରାକୁଦ ଡ୍ଯାମ ( Hirakud Dam) ରେ ଥିବା ଗୁପ୍ତ ହୀରାର ରହସ୍ୟ, ଜାଣିଲେ ଆପଣଙ୍କ ହୋସ ଉଡିଯିବ…

ବନ୍ଧୁଗଣ ୧୫ ମାର୍ଚ୍ଚ ୧୯୪୬ ମସିହାରେ ଓଡିଶା ଗଭର୍ନରଙ୍କ ଅନୁମୋଦନ କ୍ରମେ ସମ୍ବଲପୁର ଜିଲ୍ଲାରେ ହୀରାକୁଦ ଡ୍ୟାମର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଗଲା । ୧୯୫୩ ମସିହାରେ ହୀରାକୁଦ ଡ୍ୟାମ ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ଏହାକୁ ଉଦଘାଟନ କରିବା ପାଇଁ ଭାରତ ସରକାରୀଙ୍କୁ ୪ ବର୍ଷ ଲାଗିଗଲା । ୧୩ ଜାନୁୟାରୀ ୧୯୫୭ ମସିହାରେ ଭାରତ ସରକାର ଜବାହାର ଲାଲ ନେହେରୁ ଉଦଘାଟନ କରିଥିଲେ ।

ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୧୭୦୦ ମସିହାରେ ହୀରାକୁଦରେ ଝର ସମ୍ପ୍ରଦାୟର ଲୋକମାନେ ହୀରାକୁଦ ପାଣିରେ ଭାସୁ ଥିବା ଦୁର୍ଲଭ ହୀରା ପଥରକୁ ସଂଗ୍ରହ କରୁଥିଲେ । ସେତେବେଳେ ସାରା ବିଶ୍ଵରେ କେବଳ ଓଡିଶାରେ ହିଁ ହୀରା ଅଧିକ ମିଳୁ ଥିଲା । ଏପରି କି ସେଠାକାର ରାଣୀ ରତ୍ନାକୁମାରୀ ୨୨ ଗ୍ରାମ ହୀରାକୁ ମାତ୍ର ୫୨ ହଜାର ଟଙ୍କାରେ ବିକ୍ରି କରିଥିଲେ ।

ତେବେ ଏବେ ବି କଣ ସେଠାରେ ଲୁଚି ରହିଛି ଅନେକ ହୀରା ପଥର । ତେବେ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସମ୍ବଲପୁରର ହୀରାକୁଦ ନଦୀ ବନ୍ଧ ଏସିଆର ଦୀର୍ଘତମ ନଦୀ ବନ୍ଧ ଅଟେ । କିନ୍ତୁ ଏଠାରେ ଡ୍ୟାମ ହେବା ପୂର୍ବରୁ ଏଠାରେ ଅସଂଖ୍ୟ ହୀରା ପଥର ନିଜ ଭିତରେ ସାଇତି ରଖିଥିଲା ।

ଏଠାକାର ଲୋକମାନେ ଖୁବ ସହଜରେ ପାଣିରେ ଭାସି ଆସୁଥିବା ହୀରା ପଥରକୁ ଗୋଟାଇ ଆସୁଥିଲେ । ତେଣୁ ଏହି ସ୍ଥାନ ନାମ ହୀରାକୁଦ ରଖାଗଲା । ଇତିହାସରୁ ଜଣା ଯାଏ ଯେ ୧୭୬୬ ମସିହାରେ ଏଠାକାର ରାଜା ଅଭୟ ସିଂହ ୧୬.୫ କ୍ୟାରେଟର ହୀରା ଏଠାରୁ ପାଇଥିଲେ । ସେହି ହୀରାକୁ ସେ ନିଜର ଏକ ଶାସକ ସରଦାର ଖାନଙ୍କ ଦ୍ଵାରା ବ୍ରିଟିଶ ଶାସକ ଲର୍ଡ କ୍ଲାଇମ୍ବଙ୍କ ପାଖକୁ କଲିକତା ପଠାଇ ଦେଇଥିଲେ ।

ତା ପରେ ବ୍ରିଟିଶ ଶାସକଙ୍କ ଖରାପ ଦୃଷ୍ଟି ହୀରାକୁଦ ଉପରେ ପଡିଗଲା । ୧୮୫୮ ମସିହାରେ ମରାଠା ମାନେ ୨୧୦ କ୍ୟାରେଟର ଏକ ବଡ ହୀରା ପଥର ଝର ସମ୍ପ୍ରଦାୟର ଲୋକ ମାନଙ୍କ ଠାରୁ ବଳ ପ୍ରୟୋଗ କରି ଛଡାଇ ଆଣିଥିଲେ । ୧୮୫୬ ମସିହାରେ ସେଠାକାର ଦୁଇ ବ୍ୟକ୍ତି ସାରସ୍ଵତ ବେହେରା ଓ ପନୁ ବେହେରା ଏଠାରେ ହିରାଖଣି କରିବା ପାଇଁ ଲିଜ୍ ନେଇଥିଲେ ।

ସେମାନେ ଏଠାରେ ହୀରା ଖୋଲିବା ଆରମ୍ଭ କରିଥିଲେ କିନ୍ତୁ ସେମାନେ ଲିଜ୍ ର ଟଙ୍କା ଇଂରେଜ ସରକାରଙ୍କୁ ଫେରାଇ ନପାରିବାରୁ ଇଂରେଜ ସରକାର ସେମାନଙ୍କ ଠାରୁ ଲିଜ୍ ଛଡାଇ ନେଇଥିଲେ । ଏହା ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ୧୮୫୮ ମସିହାରୁ ୧୯୪୫ ମସିହା ମଧ୍ୟରେ ହୀରାକୁଦରେ ଡ୍ୟାମ ନିର୍ମାଣ ପାଇଁ ବାରମ୍ବାର ଉଚ୍ଚ ସ୍ତରୀୟ ବୈଠକ ବସିଲା ଓ ଶେଷରେ ଡ୍ୟାମ ନିର୍ମାଣ ହେଇଗଲା । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published.