ଫେସବୁକ ଫ୍ରେଣ୍ଡକୁ ଦେଖା କରିବା ପାଇଁ ୪୬୦୦ କିମି ଦୂର ରାଜସ୍ଥାନ ଆସିଲେ ରୁସର ଅନାସ୍ତା, ଆଉ ତା ପରେ

ସବୁ ସମ୍ପର୍କ ମଧ୍ୟରେ ବନ୍ଧୁତା ସମ୍ପର୍କ ସବୁଠୁ ଭିନ୍ନ ହୋଇଥାଏ । ଦୁଇ ବନ୍ଧୁ ମଧ୍ୟରେ ଯେତେ ବି ଦୂରତା ଥାଉ ପଛେ ଯଦି କୌଣସି ବନ୍ଧୁ ଅସୁବିଧାରେ ପଡିଯାଏ ତେବେ ଗୋଟିଏ ଅସଲ ବନ୍ଧୁ ନିଶ୍ଚିତ ତାହା ପାଖକୁ ଆସିଥାଏ । କିଛି ଏମିତି ହିଁ କାହାଣୀ ଅଟେ ରାଜସ୍ଥାନ ଚିତ୍ତୌଡ଼ଗଢ ର ଏକ ଗ୍ରାମ ସେଗବା ନିବାସୀ କନ୍ହୈୟା ଲାଲ ଗାଡରୀଙ୍କର ଅଟେ । ବର୍ତ୍ତମାନ ସମୟରେ କନ୍ହୈୟା ଲାଲଙ୍କ ଘର ପୁରା ରାଜସ୍ଥାନର ଚର୍ଚାର ବିଷୟ ହୋଇ ଯାଇଛି ଓ ଏହାର କାରଣ ଏହା ଅଟେ କି କନ୍ହୈୟା ଲାଲଙ୍କର ଜଣେ ଫେସବୁକ ବନ୍ଧୁ ତାଙ୍କୁ ଦେଖା କରିବା ପାଇଁ ରାଜସ୍ଥାନ ଆସିଛନ୍ତି ।

ବନ୍ଧୁ ସହ ଦେଖା କରିବା ପାଇଁ ରୁସରୁ ଆସିଲେ ଭାରତ

କହିବାକୁ ଗଲେ ଏହି ପୁରା କାହାଣୀ ଫେସବୁକରେ ଆରମ୍ଭ ହୋଇଥିଲା । ରାଜସ୍ଥାନର କନ୍ହୈୟା ଲାଲ ଓ ରୁସର ଅନାସ୍ତାଙ୍କ ବନ୍ଧୁତା ପ୍ରଥମେ ଫେସବୁକରେ ହେଲା । ଏହା ପରେ ଏମାନଙ୍କ ବନ୍ଧୁତାର କାହାଣୀ ଏତେ ଆଗକୁ ବଢିଗଲା କି ଶେଷରେ ରୁସର ଅନାସ୍ତା ନିଜ ବନ୍ଧୁ ସହ ଦେଖା କରିବା ପାଇଁ ୪୬୦୦ କିଲୋମିଟର ଯାତ୍ରା କରି କନ୍ହୈୟା ଲାଲଙ୍କ ଘରେ ପହଞ୍ଚିଗଲେ । ଅନାସ୍ତା ସହ ରୁସ ଓ ନେଦରଲ୍ୟାଣ୍ଡର ୮ ଜଣ ଲୋକମାନେ ବି କନ୍ହୈୟା ଲାଲର ଘରକୁ ଆସିଥିଲେ ।

କନ୍ହୈୟା ଲାଲ ସହ ଦେଖା କରିବା ପାଇଁ ଅନାସ୍ତା ନିଜ ସାଥିଙ୍କ ସହିତ ଚିତ୍ତୌଡ଼ଗଢ଼ ଜିଲ୍ଲାର ମୁଖ୍ୟାଳୟରେ ପହଞ୍ଚିଲେ ଓ ପୁଣି ୧୦ କିଲୋମିଟର ଦୂର ସ୍ଥିତ ଗ୍ରାମରେ ପହଞ୍ଚିଲେ । ଏହା ପରେ କନ୍ହୈୟା ଲାଲ ଓ ତାଙ୍କ ପରିବାର ଲୋକମାନେ ଅନାସ୍ତା ଓ ତାହାର ସାଥିଙ୍କର ସ୍ଵାଗତ କରିଲେ । ଏହା ପରେ ଗ୍ରାମୀଣ ଲୋକମାନେ ବି ଏହି ବିଦେଶୀ ଅତିଥିଙ୍କୁ ଦେଖିବା ପାଇଁ କନ୍ହୈୟା ଲାଲଙ୍କ ଘରକୁ ଆସିଲେ ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ବିଦେଶୀ ଅତିଥିମାନଙ୍କ ମଧ୍ୟରୁ ଜଣେ କନ୍ହୈୟା ଲାଲଙ୍କ ଘରର ଚୁଲ୍ହାରେ ମକାର ରୋଟି ବି ତିଆରି କରିଲେ ଓ ସମସ୍ତେ ମିଶି ଖାଇଲେ । ଏହା ପରେ ଅନାସ୍ତା ଓ ତାହାର ସାଥିମାନେ କନ୍ହୈୟା ଲାଲଙ୍କ ପରିବାର ସହିତ କିଛି ସମୟ ବ୍ୟତିତ କରିଲେ । ତାହା ପର ଦିନ କନ୍ହୈୟା ଲାଲ ସବୁ ଅତିଥିଙ୍କୁ ନେଇ ନିଜ ଗ୍ରାମ ବୁଲାଇବାକୁ ଲାଗିଲେ । ଏହି ସମୟରେ ସେହି ବିଦେଶୀ ପର୍ଯ୍ୟଟକମାନେ ଗ୍ରାମୀଣ ପିଲାମାନଙ୍କ ସହ କଥାବାର୍ତ୍ତା ବି ହେଲେ ।

କନ୍ହୈୟା ଲାଲଙ୍କ ବନ୍ଧୁ ଓ ପରିବାର ଲୋକମାନଙ୍କ ସହ ମିଶି ଅନାସ୍ତା ଓ ତାହାର ସାଥିମାନେ ବି ବହୁତ ଖୁସି ହେଲେ ଓ ପୁରା ପରିବାର ବି ପର୍ଯ୍ୟଟକମାନଙ୍କ ସହିତ ମିଶିଗଲେ। କନ୍ହୈୟା ଲାଲ ଏହା ବିଷୟରେ ମିଡିଆକୁ କହିଲେ କି ଅନାସ୍ତା ବିଲକୁଲ ବି ଅଲଗା ନୁହନ୍ତି, ତାଙ୍କୁ ଲାଗିଲା କି ସେ ତାଙ୍କର ପରିବାର ର ହିଁ ଅଂଶ ଅଟନ୍ତି । ଅନାସ୍ତା ଓ ତାଙ୍କର ସାଥିମାନେ ବି ବହୁତ ଖୁସି ହୋଇ ଫେରିଗଲେ । ଆଶା କରୁଛୁ ଆପଣଙ୍କୁ ଏହା ଭଲ ଲାଗିଥିବ, ପସନ୍ଦ ହେଲେ ଗୋଟିଏ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *