ଭାରତୀୟ ସେନା ଧ୍ଵଂସ କଲେ ପାକିସ୍ଥାନର ୧୨ ଆତଙ୍କବାଦୀ ଲୁଚି ରହିଥିବା ଜାଗାକୁ, ସେନା ପ୍ରବକ୍ତା କହିଲେ କିଛି ଏମିତି

ଭାରତୀୟ ସେନା ବିଭାଗର ପ୍ରବକ୍ତା କହିଛନ୍ତି କୁପବାଡା ଜିଲ୍ଲାର କେରନ ସେକ୍ଟର ରେ ପାକିସ୍ଥାନ ତରଫରୁ କରାଯାଇ ଥିବା ଅଯୋଥା ସଂଘର୍ଷର ପତିଶୋଧ ନେବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ଙ୍କର ଆଡ୍ଡା ସ୍ଥଳକୁ ଲକ୍ଷ ସାଧାନ କରି ଧ୍ଵଂସ କରିଦେଲେ । ଏହା ଦ୍ଵାରା ପାକିସ୍ଥାନ ସୀମାରେ ଥିବା ଶତୃ ମାନଙ୍କୁ କ୍ଷତି ହୋଇଛି । ସାରା ଦୁନିଆ ମହାମାରୀକୁ ନେଇ ଚିନ୍ତିତ ଥିବା ବେଳେ ପାକିସ୍ଥାନ ଜାମ୍ମୁ କାଶ୍ମୀର ରାସ୍ତା ଦେଇ ଭାରତରେ ଆତଙ୍କବାଦୀ ମାନଙ୍କୁ ପୁରାଇବାର ଷଡଯନ୍ତ୍ର କରୁଛି ।

ଲକ୍ସର ଏ ତୟବା, ଜୈସ ଏ ମହମ୍ମଦ ଏବଂ ହିଜବୁଲ ମୁଜାହିଦିନ ର ୨୩୦ ଆତଙ୍କବାଦୀ ଲଞ୍ଚ ପ୍ୟାଡରେ ଏହି ଆଶାରେ ବସିଛନ୍ତି କି କେତେବେଳେ ଏଲଓସୀ ଏବଂ ଇଣ୍ଟରନେସନଲ ବଡରକୁ ଟପି ଭାରତରେ ପ୍ରବେଶ କରିବାର ଯୋଜନା କରି ପାରିବେ ବୋଲି ଭାରତୀୟ ଗୁପ୍ତଚର ଙ୍କ ଦ୍ଵାରା ପ୍ରକାଶ ପାଇଛି ।

 

ଜାମ୍ମୁ କାଶ୍ମୀର ରେ ୧୫୮ଜଣ ମହାମାରୀ ରୋଗୀ ମିଳିବା ସହିତ ପାକିସ୍ଥାନ ରେ ୪୪୧୪ ଜଣ ରୋଗି ମିଳିଛନ୍ତି ଏବଂ ୬୩ ଜଣଙ୍କର ମୃତ୍ୟୁ ହୋଇ ସାରିଛି । ଏହି ମହାମାରୀର ନିୟନ୍ତ୍ରଣ କରିବା ପାଇଁ କର୍ଫ୍ଯୁର ତଦାରଖ ଓ କ୍ଵାରେନଟାଇନ ଭଳି ଚିକିତ୍ସା ଭଳି କାମରେ ଭାରତୀୟ ସେନା ଓ ପୋଲିସ ପ୍ରଶାସନ ସେବାରେ ଲାଗିଛନ୍ତି । ଏହି ସମୟରେ ପରିସ୍ଥିତିର ଫାଇଦା ଉଠାଇ ରବିବାର ଦିନ ଆତଙ୍କବାଦି ଏବଂ ଭାରତୀୟ ସେନାଙ୍କର ଆମ୍ନା ସାମ୍ନା ଲଢେଇରେ ୫ଜଣ ଆତଙ୍କବାଦୀ ମରିବା ସହିତ ୫ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି ।

ଜାମ୍ମୁ କାଶ୍ମୀର ର ପୋଲିସ ଚିଫ ଦିଲବାଗ ସିଂହ ଏଚଟି ଙ୍କୁ କହିଛନ୍ତି କି ଆତଙ୍କବାଦୀ ମାନେ ଆମ ଦେଶରେ ପଶିବା ପାଇଁ ଯୋଜନା କରୁଛନ୍ତି । ଏଲଓସୀ କ୍ରଶ କରିବା ପାଇଁ ଏଲଇଟି, ଜେଇଏମ ଏବଂ ଏଚଏମ ରେ ୧୬୦ ଜଣ ଆତଙ୍କବାଦୀ ପ୍ରସ୍ତୁତ ହେଉଥିବାର କଥା ବିଶେଷ ସୂତ୍ରରୁ ଜଣା ପଡିଛି । ପାଖାପାଖି ୭୦ ଆତଙ୍କବାଦୀ ନଦୀ ଏବଂ ନାଳ ମାଧ୍ୟମରେ ବର୍ଡର ଭିତରକୁ ପଶିବା ପାଇଁ ଚେଷ୍ଟା କରୁଛନ୍ତି ।

Leave a Reply

Your email address will not be published. Required fields are marked *