ଭୋକରୁ ଅତିଷ୍ଠ ହେଇ ଅନାଥ ପିଲାମାନେ PMOକୁ କରିଲେ ଫୋନ, ଆଉ ତାପରେ ୧ ଘଣ୍ଟାରେ ହେଇଗଲା କିଛି ଏମିତି

ଏହି ଲକଡାଉନ ମଧ୍ୟରେ ଲୋକମାନଙ୍କ ଅବସ୍ଥା ଖରାପ ହୋଇ ଯାଇଛି ଓ ଦିନ ମଜୁରିଆଙ୍କ ଉପରେ ଯେମିତି ଦୁଃଖର ପାହାଡ ଭାଙ୍ଗି ପଡିଛି । କୌଣସି କାମ ନ ମିଳିବାରୁ ସେମାନଙ୍କୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡୁଛି । ଏହା ଛଡା କେତେକ ଲୋକ ମାନଙ୍କୁ ତ ଭୋକିଲା ପେଟରେ ଶୋଇବାକୁ ବି ପଡୁଛି । କିନ୍ତୁ ଏସବୁ ମଧ୍ୟରେ ସରକାର ଲୋକମାନଙ୍କ ଧ୍ୟାନ ବି ରଖୁଛି ।

କହିବାକୁ ଗଲେ ବର୍ତ୍ତମାନ ସମୟରେ ଏମିତି ହିଁ ଏକ ତାଜା ମାମଲା ସାମ୍ନାକୁ ଆସୁଛି ଯେଉଁଠି ପିଏମ ମୋଦୀ ନିଜ ତରଫରୁ କିଛି ଗରିବ ପିଲାମାନଙ୍କର ସମସ୍ୟାର ସମଧାନ କରିଛନ୍ତି । କହିବାକୁ ଗଲେ ୩ ଜଣ ପିଲାମାନେ ଭୋକରେ ଥିଲେ ଓ ଏମାନଙ୍କୁ କେଉଁ ସ୍ଥାନରୁ ବି କୌଣସି ପ୍ରକାରର ସାହାର୍ଯ୍ୟ କିମ୍ବା ଖାଦ୍ୟ ସାମଗ୍ରୀ ମିଳୁ ନ ଥିଲା କିନ୍ତୁ ଶେଷରେ ପିଏମ ମୋଦୀଙ୍କ ତରଫରୁ ଏହି ଭୋକିଲା ପିଲାମାନଙ୍କୁ ଖାଦ୍ୟ ମିଳିଛି ।

ଆମେ ଆପଣଙ୍କୁ ଯେଉଁ ମାମଲା ବିଷୟରେ କହିବାକୁ ଯାଉଛୁ ଏହି ଘଟଣା ଭାଗଲପୁର ବଡ଼ୀ ଖଂଜରପୁରର ଅଟେ । ଯେଉଁଠି ତିନୋଟି ଅନାଥ ପିଲା ଭୋକରେ ଓ ବହୁତ ଅସୁବିଧାରେ ଥିଲେ । ଏହି ପିଲାମାନେ ଲୋକମାନଙ୍କ ଘରେ ବାସନ ସଫା କରି ଓ ରୋଷେଇ କରି ନିଜର ପେଟ ପୋଷୁଥିଲେ । କିନ୍ତୁ ଲକଡାଉନ ପରେ ସେହି ସମସ୍ତ ଘରର ମାଲିକମାନେ ଓ ପାଖରେ ଥିବା ପଡୋଶୀମାନେ ବି ଏମାନଙ୍କୁ ଧୀରେ ଧୀରେ କରି ଖାଦ୍ୟ ସାମଗ୍ରୀ ଦେବା ପାଇଁ ମନା କରିଦେଲେ ।

୩ ଦିନ ହେବ ଏହି ଗରିବ ପିଲାମାନେ କିଛି ବି ଖାଇ ନ ଥିଲେ । ଶେଷରେ ଏମାନେ ଯେତେବେଳେ ଭୋକ ସମ୍ଭାଳି ପାରିଲେ ନାହିଁ ତେବେ କୋବିଡ – ୧୯ ପାଇଁ ଜାରି କରାଯାଇଥିବା କେନ୍ଦ୍ର ହେଲ୍ପ ଲାଇନ ନମ୍ବରକୁ ଫୋନ କରି ନିଜର ଅବସ୍ଥା ବିଷୟରେ କହିଲେ । ଯେତେବେଳେ ଏହି ସୂଚନା କେନ୍ଦ୍ର ସରକାରଙ୍କ ପାଖରେ ପହଞ୍ଚିଲା ତେବେ ଏହି ମାମଲାକୁ ବହୁତ ଗମ୍ଭୀରତାର ସହ ନିଆଗଲା ଓ ଏହି ଗରିବ ପିଲାମାନଙ୍କ ପାଇଁ ୧ ଘଣ୍ଟା ମଧ୍ୟରେ ଖାଦ୍ୟ ପହଞ୍ଚିଗଲା ।

ଯେତେବେଳେ ଏହି ପିଲାମାନଙ୍କ ପାଖରେ ଅଧିକାରୀମାନେ ଖାଦ୍ୟ ନେଇ ପହଞ୍ଚିଲେ ତେବେ ଏହି ପିଲାମାନଙ୍କ ଖୁସିର ଠିକଣା ନ ଥିଲା । ଏହା ପରେ ଏମାନେ ଭରପୁର ପେଟ ଭୋଜନ କରିବା ପରେ ମୋଦୀଙ୍କୁ ଧନ୍ୟବାଦ ବି ଦେଲେ । ସୂଚନା ଅନୁସାରେ ୧୮ ବର୍ଷର ଗୌରି ନିଜର ଦୁଇ ଭଉଣୀ ଆଶା ଓ କୁମକୁମ ସହିତ ରହୁଥିଲା ଓ ଏମାନେ ୩ ଦିନ ହେବ ଭୋକରେ ଥିଲେ । କିନ୍ତୁ ତିନି ଭଉଣୀ ଗୁରୁବାର ଦିନ 1800118797 ରେ ଫୋନ କରିଲେ ଓ ସମସ୍ତ ସୂଚନା ଦେଲେ । ଏହା ପରେ ଅଧିକାରୀମାନେ ତୁରନ୍ତ ସେହି ସ୍ଥାନରେ ପହଞ୍ଚି ଏହି ଝିଅମାନଙ୍କୁ ଭୋଜନ କରାଇଲେ । ଏହି ଘଟଣାକୁ ନେଇ ଆପଣଙ୍କ ମତାମ ଆମକୁ କମେଣ୍ଟରେ ଜଣାନ୍ତୁ ଓ ଏହିପରି ଦେଶ ଦୁନିଆରା ଅଙ୍କ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *