ACF Soumya Ranjan ଡେଥ ମିଷ୍ଟ୍ରି: ଫିଟିଗଲା କି ଗୁମର ? ବନ୍ଧା ହେବେ କି ବିଦ୍ୟାଭାରତୀ ? ଜାଣନ୍ତୁ କଣ କହୁଛନ୍ତି ତଦନ୍ତ କାରୀ ଅଫିସର ? ଦେଖନ୍ତୁ Video

ବନ୍ଧୁଗଣ, ପାରଳାଖମୁଣ୍ଡି ACF ଙ୍କ ମୃ-ତ୍ୟୁ ମାମଲାରେ ବର୍ତ୍ତମାନ ବଢୁଛି ଶଙ୍କା । ଜଣ ସାଧାରଣ ତାହା ତାଙ୍କ ପରିବାର ଲୋକେ ନ୍ୟାୟ ଅପେକ୍ଷାରେ ଉତ୍କଣ୍ଠା ର ସହିତ ଚାହିଁ ବସିଛନ୍ତି । ସୌମ୍ୟ ରଞ୍ଜନ ଙ୍କ ପାରିବାର କୁ ମିଳିବ କି ନ୍ୟାୟ ?

କିଅବ ବଦଳିଯିବ ପୁଣିଥରେ ଏହି ମାମଲାର ମୋଡ ? ଏହିପରି ଭାବରେ ସୌମ୍ୟଙ୍କ ପରିବାର କାନ୍ଦୁଛି । ତାଙ୍କ ମା ନିଜ ପୁଅ କୁ ଝୁରି ଝୁରି ଅସମ୍ଭାଳ ହେଉଛନ୍ତି । ମାତ୍ର ତାଙ୍କ ହାତରେ କିଛି ନଥିବାରୁ ବର୍ତ୍ତମାନ ସେ ଆଇନ ଉପରେ ଆଶା ରଖିଛନ୍ତି ଯେ, ତାଙ୍କ ପୁଅ କୁ କିଭଳି ନ୍ୟାୟ ମିଳୁ । ଆଜି ପୁଣି ଥରେ ଜେରା ହୋଇଛନ୍ତି ବିଦ୍ୟା ଭାରତୀ । ଅନେକ ତଥ୍ୟ DFO ଏବଂ ବିଦ୍ୟା ଭାରତୀ ଙ୍କ ଆଡକୁ ଅଙ୍ଗୁଳି ନିର୍ଦେଶ କରୁଥିବା ସମୟରେ, ପାରଳାଖମୁଣ୍ଡି ର ପୂର୍ବତନ SP ମାତ୍ର ୩ ଘଣ୍ଟା ଜେରା ରେ DFO ଙ୍କୁ କ୍ଳିନଚିଟ ଦେଇ ଦେଇଥିଲେ ।

ମାତ୍ର କେମିତି ଏବଂ କଣ ଥିଲା SP ଙ୍କ ଜେରା ତାହା ବର୍ତ୍ତମାନ ସମୟ ହିଁ କହିବ । କିନ୍ତୁ ବର୍ତମାନ ତଦନ୍ତ କାରୀ ପୋଲିସ କଣ ପାଇଁ ପୁଣିଥରେ ବିଦ୍ୟାଭାରତି ଙ୍କୁ ୪ ଘଣ୍ଟା ଜେରା କଲେ ? ପୋଲିସ ହାତରେ ଏଭଳି କେଉଁ ତଥ୍ୟ ଲାଗିଲା ? ବିଦ୍ୟା ଭାରତୀୟ ଙ୍କ ବସଭାବନରେ ଜେରା କରିଛି ୪ ଜଣିଆ ପୋଲିସ ଟିମ । ଘଟଣା ର ୩ ସପ୍ତାହରୁ ଅଧିକ ସମୟ ହେଲାଣି ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିପାରିନାହିଁ ।

ମାତ୍ର ବିଦ୍ୟା ଭାରତୀ ଏବଂ ରୋଷେୟା କୁ ଜେରା କରିବା ପରେ ମଧ୍ୟ ସୀମିତ ରହିଯାଇଛି ପୋଲିସ ର ତଦନ୍ତ । ଏହିସବୁ ପରେ ମଧ୍ୟ ପୁଣି ବିଦ୍ୟା ଙ୍କୁ ଜେରା କରିଛି ପୋଲିସ । ଏହି ମାମଲାରେ ବର୍ତ୍ତମାନ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପୋଲିସ ହାତରେ ଲାଗିଛି ବୋଲି କୁହାଯାଉଅଛି ।

ତଥ୍ୟ ଆଧାରରେ ବିଦ୍ୟାଙ୍କୁ ଜେରା କରାଯାଉଅଛି । ସୌମ୍ୟ ଙ୍କ ମୃ-ତ୍ୟୁ ଦିନ ବିଦ୍ୟା ଭାରତୀୟ ତାଙ୍କ ବାପା ମା ଙ୍କୁ ନେଇ ଯାଇଥିବା ଡ୍ରାଇଭର ଦିବାକର ମହାପାତ୍ର ଙ୍କୁ ପୁଣିଥରେ ଜେରା କରିବ ପୋଲିସ । ଏହି ମାମଲାରେ ତଦନ୍ତକାରୀ ଅଧିକାରୀ କହିଛନ୍ତି ଯେ, ଆମ୍ଭେ କିଛି ଏହିଭଳି ତଥ୍ୟ ପାଇଥିଲୁ ଯାହା ଆଧାରରେ ବର୍ତ୍ତମାନ ଜେରା କରିଥିଲୁ ।

ମାତ୍ର ଡ୍ରାଇଭର ଙ୍କୁ ଜେରା କରିବା ସ୍ଥଗିତ ଅଛି କାରଣ ସେ ବର୍ତ୍ତମାନ କୌଣସି କାର୍ଯ୍ୟ ନିମନ୍ତେ ଭୁବନେଶ୍ଵର ଯାଇଥିବା ର ସୂଚନା ଦେଇଛନ୍ତି ।  ସେ ଆସିଲେ ତାକୁ ଜେରା କରିଲେ, ଯାହା ସାମ୍ନା କୁ ଆସିବ ତାହା ଆପଣ ମାନଙ୍କୁ ଜଣାଇବା । ଏ ସବୁରେ ସୌମ୍ୟ ଙ୍କ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

କାରଣ ଜଣେ ବାପା ମା ତାହାର ପୁଅ କୁ ହରାଇ ସର୍ବସ୍ଵ ହରାଇ ବସିଛନ୍ତି ବୋଲି କହିଛନ୍ତି । ସୌମ୍ୟ ଙ୍କ ଭାଇ ମଧ୍ୟ ନ୍ୟାୟ ଅପେକ୍ଷାରେ ନିଜ ବାପା ମା ଙ୍କୁ ସାନ୍ତ୍ଵନା ଦେଉଛନ୍ତି । ଆଶା କରୁଅଛୁ ଯେ ସୌମ୍ୟଙ୍କୁ ଉଚିତ ନ୍ୟାୟ ମିଳୁ । ବନ୍ଧୁଗଣ ଏହି ବିଶେଷ ପ୍ରସଙ୍ଗ ରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *