ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ୩୦ କୋଟି ଗରିବଙ୍କୁ ମିଳିଲା ୨୮,୨୫୬ କୋଟି ଟଙ୍କା, ଏହା ବ୍ୟତୀତ ଦିନମଜୁରିଆ ଓ ମହିଳା ମାନଙ୍କୁ ମିଳିଲା

ମହାମାରୀ ଭୂତାଣୁ ପାଇଁ ଦେଶକୁ ଲକଡାଉନ କରିବା ପରେ ଗରିବ ଲୋକମାନଙ୍କ ସାହାର୍ଯ୍ୟ ପାଇଁ ୧୧ ଏପ୍ରିଲ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଲୋକମାନଙ୍କୁ ୨୮,୨୫୬ କୋଟି ଟଙ୍କାର ସାହାର୍ଯ୍ୟ ଦିଆ ଯାଇଛି । କହିବାକୁ ଗଲେ ଅର୍ଥମନ୍ତ୍ରୀ ଶନିବାର ଦିନ ଏହାର ସୂଚନା ସୋସିଆଲ ମିଡିଆ ମାଧ୍ୟମରେ ଦେଇଛନ୍ତି । ଅର୍ଥମନ୍ତ୍ରୀ ଟ୍ୱିଟରରେ କହିଲେ କି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁସାରେ ୩୦ କୋଟିରୁ ବି ଅଧିକ ଗରିବ ଓ ଦରିଦ୍ର ସୀମାରେଖା ତଳେ ରହୁଥିବା ଲୋକମାନଙ୍କୁ ୨୮,୨୫୬ କୋଟି ଟଙ୍କା ଦେଇଛନ୍ତି ।

କହିବାକୁ ଗଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ମାସରେ ଏହି ଯୋଜନାର ଘୋଷଣା କରିଥିଲେ । ଏହି ଟଙ୍କା ସରକାରଙ୍କ ଦ୍ଵାରା ଘୋଷିତ କରାଯାଇଥିବା ୧.୭୦ ଲକ୍ଷ ଟଙ୍କାର ରିଲିଫ ପ୍ୟାକେଜ ଅନ୍ତର୍ଗତ ଅଟେ । ପାଖାପାଖି ୨.୮୨ କୋଟି ବୟସ୍କ ବ୍ୟକ୍ତି, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ବି ଟଙ୍କା ଦିଆ ଯାଇଛି । ଏହି ରାଷ୍ଟ୍ରୀୟ ସାମାଜିକ ସାହାର୍ଯ୍ୟ କାର୍ଯ୍ୟକ୍ରମ ଅନୁସାରେ ପାଖାପାଖି ଏହି ବୃଦ୍ଧ ଲୋକମାନଙ୍କୁ ୧୪୦୦ କୋଟି ଟଙ୍କା ଦିଆ ଯାଇଛି ।

ମନ୍ତ୍ରାଳୟ କହିଲେ କି ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀମାନଙ୍କୁ ୧୩,୮୫୫ କୋଟି ଟଙ୍କା ଦେଇ ସାରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ୮ କୋଟି ଲୋକମାନଙ୍କ ମଧ୍ୟରେ ପାଖାପାଖି ୬.୯୩ କୋଟି ଲୋକମାନଙ୍କ ବ୍ୟାଙ୍କ ଖାତାରେ ସିଧା ୨୦୦୦ – ୨୦୦୦ ଟଙ୍କା ଦିଆ ଯାଇଛି । ଏହା ଛଡା ପିଏମ ମୋଦୀ ୧୯.୮୬ କୋଟି ମହିଳାଙ୍କୁ ଜନ ଧନ ଯୋଜନା ଅନ୍ତର୍ଗତ ଆସୁଥିବା ବ୍ୟାଙ୍କ ଖାତାରେ ୫୦୦ – ୫୦୦ ଟଙ୍କା ଦେଇଛନ୍ତି ।

ଏହି ଯୋଜନାରେ ଥିବା ମହିଳାମାନଙ୍କୁ ୯,୯୩୦ କୋଟି ଟଙ୍କା ଦିଆ ଯାଇଛି । ଏହା ଛଡା ଶ୍ରମିକ ଓ ଦିନ ମଜୁରିଆ କରୁଥିବା ୨.୧୬ କୋଟି ଲୋକମାନଙ୍କୁ ବି ୩,୦୬୬ କୋଟି ଟଙ୍କା ସାହାର୍ଯ୍ୟ ରୂପରେ ଦିଆ ଯାଇଛି । ଏହା ଛଡା ମନ୍ତ୍ରାଳୟ ଏକ ଅନ୍ୟ ଟ୍ୱୀଟରେ କହିଲେ କି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ୮୦ କୋଟି ଲୋକଙ୍କୁ ପ୍ରତି ମାସରେ ସବୁବେଳେ ୫ କିଲୋ ପନିପରିବା ମାଗଣା ଦିଆ ଯାଉଛି ।

କହିବାକୁ ଗଲେ ଦୁଇ କୋଟି ଲୋକମାନଙ୍କୁ ଏହି ଲାଭ ପୂର୍ବରୁ ହିଁ ମିଳିସାରିଛି । ଏହିଭଳି ସଙ୍କଟପୂର୍ଣ୍ଣ ସମୟରେ ମୋଦୀ ସରକାର ଗରିବମାନଙ୍କୁ ବିଭିନ୍ନ ଉପାୟରେ ଟଙ୍କା, ଖାଦ୍ୟ ଇତ୍ୟାଦି ଦେଇ ସେମାନଙ୍କ ସାହାର୍ଯ୍ୟ କରୁଛନ୍ତି ଓ ଏହା ସହିତ ଚେଷ୍ଟା କରୁଛନ୍ତି କି ଭାରତର କୌଣସି ବି ବ୍ୟକ୍ତି ଭୋକିଲା ନରହୁ । ଆପଣଙ୍କୁ ଏହିସବୁ ସୁବିଧାର ଲାଭ ମିଳି ପାରିଛି କି ନାହିଁ କମେଣ୍ଟରେ ଜଣାନ୍ତୁ । ଏହିଭଳି ଦେଶ ଦୁନିଆରା ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *