ସବୁଦିନ ପିଅନ୍ତୁ ହଳଦୀ ମିଶ୍ରିତ ଦୁଧ, ମିଳିଥାଏ ଏହି ୬ଟି ବଡ ଫାଇଦା

ଆପଣ ସମସ୍ତେ ଜାଣିଛନ୍ତି କି କ୍ଷୀର ଆମ ସମସ୍ତଙ୍କ ପାଇଁ ବହୁତ ଭଲ ଅଟେ । ସବୁଦିନ କ୍ଷୀର ସେବନ କରିବା ଦ୍ଵାରା ଆମ ଶରୀର ସୁସ୍ଥ ଓ ଶକ୍ତିଶାଳୀ ହୋଇଥାଏ । କିନ୍ତୁ କ୍ଷୀର ସହିତ ଯଦି ଆପଣ ହଳଦୀ ମିଶାଇ ସେବନ କରିବେ ତେବେ ଏଥିରୁ ମିଳୁଥିବା ପୌଷ୍ଟିକର ମାତ୍ରା ଆହୁରି ବି ବଢିଯାଏ । କହିବାକୁ ଗଲେ ହଳଦୀରେ ଭିଟାମିନ, କ୍ୟାଲସିୟମ, ଆୟରନ, ଆନ୍ଟି – ଅକ୍ସୀଡେଂଟ, ଆନ୍ଟି – ବ୍ୟାକ୍ଟେରିୟଲ, ଆନ୍ଟି- ଭାୟରଲ ଗୁଣ ଶରୀରର ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସାହାର୍ଯ୍ୟ କରିଥାଏ ।

ଏହିଭଳି କ୍ଷୀରରେ ବି ବହୁତ ପୌଷ୍ଟିକ ଯୁକ୍ତ ଭିଟାମିନ ଅଛି । ଏମିତିରେ କ୍ଷୀର ଓ ହଳଦିର ସେବନ କରିବା ଦ୍ଵାରା ଆଣ୍ଠୁ ଗଣ୍ଠି ଯନ୍ତ୍ରଣା, ଥଣ୍ଡା, ଜର ଇତ୍ୟାଦି ରୋଗରୁ ବି ମୁକ୍ତି ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ହଳଦୀ ମିଶ୍ରିତ କ୍ଷୀର ସେବନ କରିବା ଦ୍ଵାରା କଣ ସବୁ ଲାଭ ମିଳିଥାଏ ।

ରୋଗପ୍ରତିରୋଧକ କ୍ଷମତା

ଏଥିରେ ଆନ୍ଟି-ଇଂଫ୍ଲେମେଟରୀ, ଆନ୍ଟି-ଅକ୍ସୀଡେଂଟ, ଆନ୍ଟି- ବ୍ୟାକ୍ଟେରିୟଲ ଗୁଣ ଭରପୁର ମାତ୍ରାରେ ମିଳିଥାଏ । ଯାହା ଦ୍ଵାରା ଏହାର ସେବନ କରିବା ଦ୍ଵାରା ରୋଗପ୍ରତିରୋଧକ ଶକ୍ତି ବି ବଢିଥାଏ । ଏହା ସହିତ ଶରୀରରେ ଇନଫେକସନ ଓ ରୋଗ ଗୁଡିକ ବି କମ ହୋଇଥାଏ ।

 

ଥଣ୍ଡା – ଜର

ହଳଦୀରେ ଆନ୍ଟି- ବ୍ୟାକ୍ଟେରିୟଲ, ଆନ୍ଟି-ଅକ୍ସୀଡେଂଟ, ଆନ୍ଟି- ଭାୟରଲ ଥାଏ । ଏମିତିରେ ଯଦି ଆପଣ ହଳଦୀ ମିଶ୍ରିତ କ୍ଷୀରର ସେବନ କରୁଛନ୍ତି ତେବେ ଆପଣ ଥଣ୍ଡା, ଜର, କାସ ଇତ୍ୟାଦିରୁ ଦୂରେଇ ରହିବେ ।

ରକ୍ତ କରେ ସଫା

ନିୟମିତ ରୂପରେ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ଵାରା ରକ୍ତ ବି ସଫା ହୋଇଥାଏ । ଏହା ସହିତ ଶରୀରରେ ରକ୍ତ ପ୍ରବାହ ବି ସଠିକ ରୂପରେ କାମ କରିଥାଏ ।

ଗଣ୍ଠି ବ୍ୟଥା

ଔଷଧୀୟ ଗୁଣ ଦ୍ଵାରା ଭରପୁର ହଳଦି ମିଶ୍ରିତ କ୍ଷୀରର ସେବନ କରିବା ଦ୍ଵାରା ହାଡ ମଜବୁତ ହୋଇଥାଏ । ଏମିତିରେ ଗଣ୍ଠି ଓ ଶରୀରରେ ହେଉଥିବା ବ୍ୟଥାରୁ ବି ମୁକ୍ତି ମିଳିଥାଏ ।

କ୍ୟାନ୍ସର

ହଳଦୀ ମିଶ୍ରିତ କ୍ଷୀର ସ୍ୱାସ୍ଥ୍ୟ ପାଇଁ ବରଦାନ ସ୍ୱରୂପ ଅଟେ । ଏଥିରେ କ୍ୟାଲସିୟମ, ଆୟରନ, ଆନ୍ଟି-ଅକ୍ସୀଡେଂଟ, ଆନ୍ଟି- ବ୍ୟାକ୍ଟେରିୟଲ ଗୁଣ ମିଳିଥାଏ । ଏମିତିରେ ଏହା ଶରୀରରେ କ୍ୟାନ୍ସର କୋଶିକାକୁ ତିଆରି ହେବାରୁ ରୋକିଥାଏ ।

ଚିନ୍ତା

ସବୁଦିନ ହଳଦୀ ମିଶ୍ରିତ କ୍ଷୀର ପିଇବା ଦ୍ଵାରା କ୍ଳାନ୍ତ ଲାଗି ନ ଥାଏ ଓ ସମସ୍ତ ପ୍ରକାରର ଚିନ୍ତାରୁ ବି ମୁକ୍ତି ମିଳିଥାଏ ଓ ବ୍ୟକ୍ତି ସତେଜ ବି ଅନୁଭବ କରିଥାଏ । ଏହା ସହିତ ଆରମ ବି ମିଳିଥାଏ ।

ହଳଦୀ ମିଶ୍ରିତ କ୍ଷୀରର ପ୍ରସ୍ତୁତି

ଗୋଟିଏ ଚାମଚ ହଳଦୀ, ୧ କପ କ୍ଷୀର, ଆବଶ୍ୟକ ଅନୁଯାୟୀ ମାହି ନିଅନ୍ତୁ । ଏହା ପରେ ସର୍ବ ପ୍ରଥମେ ଗୋଟିଏ ପାତ୍ରରେ କ୍ଷୀର ଗରମ କରନ୍ତୁ । ବର୍ତ୍ତମାନ ସେଥିରେ ହଳଦୀ ୧ ଚାମଚ ମିଶାଇ ଦିଅନ୍ତୁ। ଏହା ପରେ ସେହି କ୍ଷୀରରେ ମହୁ ମିଶାଇ କ୍ଷୀରକୁ ଥଣ୍ଡା କରି ସେବନ କରନ୍ତୁ । ତେବେ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ସୂଚନା ଗୁଡିକ ନିଶ୍ଚୟ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଏହିପରି ଅଧିକ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *