Pintu ଙ୍କ ପାଇଁ ଆଖି ବୁଜି ଦେଲେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶାର ଜଣେ କଳାକାର ପିନ୍ଟୁଙ୍କ ପ୍ରତି ସରକାରଙ୍କ ହୀନସ୍ଥା ! ତେବେ ପିନ୍ଟୁଙ୍କ ପ୍ରତି ଆଖି ବୁଜିଦେଲେ ଓଡିଶା ସରକାର ! ତେବେ ଏପରି କିଛି ଅଭିନେତା ପିନ୍ଟୁଙ୍କ ବଡ ଭାଇ ଅଭିରାମ ପଣ୍ଡାଙ୍କର ପ୍ରତିକ୍ରିୟାରୁ ଦେଖିବାକୁ ମିଳିଛି । ତେବେ ପିନ୍ଟୁ ନନ୍ଦଙ୍କ ବଡ ଭାଇଙ୍କ କହିବା ଅନୁଯାଇ ପିନ୍ଟୁ ଭଳି ଜଣେ ଓଡିଆ କଳାକାରର ସ୍ଵାସ୍ଥବସ୍ତା ଗୁରୁତର ଥିବା ସମୟରେ ତା’ ପ୍ରତି ସରକାର ଟଙ୍କାଟିର ମଧ୍ୟ ସାହାଜ୍ଯର ହାତ ବଢାଇଲେ ନାହିଁ ।

ତେବେ ହକି ଖେଳ ପାଇଁ ଓଡିଶା ବାହାରରୁ ବଲିଉଡ କଳାକାର ଡାକି ତାଙ୍କ ପଛରେ କୋଟି କୋଟି ଟଙ୍କା ରାଜ୍ୟ ସରକାର ଉଡାଉଛନ୍ତି । ତେବେ ଏଭଳି ରାଜ୍ୟ ସରକାର ପଦବୀରେ ରହିବା କଣ ଆଉ ଦରକାର । ତାଙ୍କୁ ଇସ୍ତଫା ଦେଇଦେବା ଉଚିତ ବୋଲି ରାଗିକି ନିଜର ମନ୍ତବ୍ୟ ପ୍ରକାଶ କରିଛନ୍ତି ପିନ୍ଟୁ ନନ୍ଦଙ୍କ ବଡ ଭାଇ । ତେବେ  ପିନ୍ଟୁ ନନ୍ଦଙ୍କ ବଡ ଭାଇଙ୍କ ସମେତ ଆହୁରି ମଧ୍ୟ ଅନେକ ସମର୍ଥକ ପିନ୍ଟୁଙ୍କ ସପକ୍ଷରେ ବାହାରି ରାଜ୍ୟ ସରକାରଙ୍କର ଓଡିଆ କଳାକାର ପ୍ରତି ହେଳାମନୋଭାବକୁ ବିରୋଦ୍ଧ କରି କହିଛନ୍ତି ।

ତେବେ ଏବେ ଆସି ଓଡିଶା ସରକାର ଦୁଃଖ ପ୍ରକାଶ କରିଲେ ଆଉ କିଛି ଲାଭ ନାହିଁ । ତେବେ ଓଡିଶାର ସଂସ୍କୃତି ମନ୍ତ୍ରୀ ମଧ୍ୟ ପିନ୍ଟୁ ନନ୍ଦଙ୍କ ବିୟୋଗରେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି  । ତେବେ ପିନ୍ଟୁ ନନ୍ଦଙ୍କ ବିୟୋଗରେ ସଂସ୍କୃତି ମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ନିଜର କିଛି ଏପରି ମନ୍ତବ୍ୟ ମିଡିଆ ସାମ୍ନାରେ ରଖିଛନ୍ତି । ତାଙ୍କର କହିବା ଅନୁସାରେ ଯେ ପିନ୍ଟୁଙ୍କ ଭଳି ଜଣେ କଳାକାର ଓଡିଶା ସିନେ ଜଗତ ପାଇଁ ଏକ ନିହାତି ଭାବରେ ଅପୂରଣୀୟ କ୍ଷତି ।

ତେବେ ଆଗାମୀ ସମୟରେ ଓଡିଆ କଳାକାର ମାନଙ୍କ ଏପରି ଘଟଣାରେ ସରକାରଙ୍କ ତରଫରୁ କଣ ବ୍ୟବସ୍ଥା କରାଯାଇ ପାରିବ ତାହା ବିଚାର ଅନ୍ତର୍ଭୁକ୍ତ କରାଯିବ । ତେବେ ଗତ କାଲି ପୁରୀର ସ୍ଵର୍ଗଦ୍ଵାର ଠାରେ ଓଡିଶାର ଜଣେ ଭର୍ସାଟାଇଲ କଳାକାର ପିନ୍ଟୁ ନନ୍ଦଙ୍କ ମରଶରୀର ପଞ୍ଚ ତତ୍ଵରେ ଲୀନ ହୋଇଯାଇଛି ।

ତେବେ ଓଡିଶାବାସୀଙ୍କ ତରଫରୁ ପିନ୍ଟୁ ନନ୍ଦଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ରହୁଛି । ପିନ୍ଟୁ ନନ୍ଦଙ୍କ ବିୟୋଗ ପରେ ମଧ୍ୟ ତାଙ୍କ ଅଭିନୟ ପାଇଁ ସେ ସମସ୍ତ ଓଡିଶା ଦର୍ଶକ ପାଇଁ ସବୁବେଳେ ଅମର ହୋଇ ରହିପାରିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *