ବଲୀଉଡର ଏହି ସୁନ୍ଦରୀ ହିରୋଇନମାନଙ୍କ ସହ କାମ କରିବା ପାଇଁ ସ୍ଵପ୍ନ ଦେଖନ୍ତି ସଲମାନ ଖାନ

ବଲୀଉଡର ଦବଙ୍ଗ ଖାନ ମାନେ ସଲମାନ ଖାନଙ୍କ ଫ୍ୟାନ ଫଲୋଇଙ୍ଗ କୋଟି କୋଟି ଅଟେ । ସଲମାନ ଖାନ ବଲୀଉଡର ଷ୍ଟାର ହେବା ସହିତ ସାଧାରଣ ଲୋକମାନଙ୍କ ପାଇଁ ବି କିଛି ନା କିଛି କରୁଥାନ୍ତି । ଏହି କାରଣରୁ ସେ ପ୍ରାୟତଃ ଚର୍ଚାରେ ରହିଥାନ୍ତି । ସଲମାନ ଖାନ ନିଜର କଠିନ ପରିଶ୍ରମ ବଳରେ ଆଜି ବଲୀଉଡରେ ସୁପରଷ୍ଟାର ହୋଇଛନ୍ତି । କହିବାକୁ ଗଲେ ସଲମାନଙ୍କୁ ନିଜର ପ୍ରଥମ ଫିଲ୍ମ ‘ମେନେ ପ୍ୟାର କିୟା’ରୁ ହିଁ ସଫଳତା ମିଳିଥିଲା ।

ଏହା ପରେ ସେ ବହୁତ ହିଟ ହିଟ ଫିଲ୍ମ କରିଛନ୍ତି ଓ ପ୍ରାୟତଃ ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ସହ କାମ ମଧ୍ୟ କରିଛନ୍ତି । ଏହା ପରେ ସେ ଧୀରେ ଧୀରେ ଏକ ସଫଳ ଓ ବଡ ଅଭିନେତା ହୋଇଗଲେ । ଏତିକି ନୁହେଁ ଏହା ମଧ୍ୟରେ ସଲମାନ ଖାନ କେତେକ ଅଭିନେତ୍ରୀଙ୍କୁ ଇଣ୍ଡଷ୍ଟ୍ରିରେ ଲଞ୍ଚ ବି କରିଛନ୍ତି, ଯେଉଁମାନେ ବି ବହୁତ ସଫଳତା ହାସଲ କରିଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ବଲୀଉଡରେ କିଛି ଅଭିନେତ୍ରୀ ଏମିତି ବି ଅଛନ୍ତି ଯେଉଁମାନେ ସଲମାନଙ୍କ ସହିତ କାମ କରିବା ପାଇଁ ମନା କରି ଦେଇଛନ୍ତି । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଜୁହୀ ଚାୱଲା

ଏହି ଲିସ୍ଟରେ ପ୍ରଥମ ନାମ ଜୁହୀ ଚାୱଲାଙ୍କର ଆସିଥାଏ । କହିବାକୁ ଗଲେ ଜୁହୀ ଚାୱଲା ୯୦ ଦଶକରେ ଟପ ଅଭିନେତ୍ରୀ ରହିସାରିଛନ୍ତି । ସେହି ସମୟରେ ଜୁହୀ ଚାୱଲା ବଲୀଉଡ ସହ ଜଡିତ ସମସ୍ତ ବଡ ବଡ ଅଭିନେତାଙ୍କ ସହ କାମ କରିସାରିଛନ୍ତି । କିନ୍ତୁ ସେ କେବେ ବି ସଲମାନଙ୍କ ସହିତ ଫିଲ୍ମରେ କାମ କରି ନାହାନ୍ତି ।

ଆପଣଙ୍କୁ କହିଦେଉଛୁ କି ବହୁତ ବର୍ଷ ବଲୀଉଡରେ କାମ କରିବା ପରେ ଜୁହୀ ଚାୱଲା ବିବାହ କରିନେଲେ ଓ ବଲୀଉଡ ଦୁନିଆରୁ ଦୂରେଇ ଗଲେ ଓ ଏମିତିରେ ସେ ବହୁତ କମ ହିଁ କୌଣସି ଶୋ କିମ୍ବା ଫଙ୍କସନରେ ନଜର ଆସୁଛନ୍ତି । ଏମିତିରେ ଜୁହୀ ଚାୱଲାଙ୍କ ସହ କାମ କରିବାର ସ୍ଵପ୍ନ ସଲମାନଙ୍କର ପୁରା ହୋଇ ପାରିଲା ନାହିଁ ।

ସୋନାଲି ବିନ୍ଦ୍ରେ

ଏହି ଲିସ୍ଟରେ ସୋନାଲି ବିନ୍ଦ୍ରେଙ୍କ ନାମ ମଧ୍ୟ ଆସିଥାଏ । କହିବାକୁ ଗଲେ ସୋନାଲି ବିନ୍ଦ୍ରେ ସଲମାନଙ୍କ ସହିତ ଫିଲ୍ମ ‘ହମ ସାଥ ସାଥ ହେ’ କରିଥିଲେ ଓ ଏହି ଫିଲ୍ମରେ ଦର୍ଶକମାନେ ସେମାନଙ୍କ ଯୋଡିକୁ ବି ବହୁତ ପସନ୍ଦ କରିଥିଲେ । କିନ୍ତୁ ଏହି ଫିଲ୍ମ ପରେ ଏହି ଯୋଡି ଅନ୍ୟ କୌଣସି ଫିଲ୍ମରେ ନଜର ଆସିଲେ ନାହିଁ । ଏହା ପଛର କାରଣ ଏହା ଅଟେ କି ସୋନାଲି ବିନ୍ଦ୍ରେଙ୍କୁ ସଲମାନଙ୍କ ସହିତ କାମ କରିବା ପାଇଁ ବହୁତ ଅଫର ମିଳିଛି କିନ୍ତୁ ସେ ସମସ୍ତ ଅଫରକୁ ମନା କରି ଦେଇଛନ୍ତି ।

ଦୀପିକା ପାଦୁକୋନ

ଏହି ଲିସ୍ଟରେ ଦୀପିକା ପାଦୁକୋନଙ୍କ ନାମ ବି ଅଛି । କହିବାକୁ ଗଲେ ଦୀପିକା ପାଦୁକୋନ ବର୍ତ୍ତମାନ ସମୟରେ ବଲୀଉଡର ଟପ ଅଭିନେତ୍ରୀ ଅଟନ୍ତି । ଏହା ସହିତ ସେ ସବୁଠୁ ଅଧିକ ଫିସ ନେଉଥିବା ଅଭିନେତ୍ରୀ ବି ଅଟନ୍ତି । କିନ୍ତୁ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସଲମାନଙ୍କ ସହିତ କୌଣସି ବି ଫିଲ୍ମ କରି ନାହାନ୍ତି । ସେମିତି ତ ତାଙ୍କୁ ସଲମାନଙ୍କ ସହିତ ଫିଲ୍ମ କରିବା ପାଇଁ ଅଫର ମିଳିଛି କିନ୍ତୁ ସେ ଏଥିପାଇଁ ସଫା ସଫା ମନା କରି ଦିଅନ୍ତି ।

ଆପଣଙ୍କୁ କହିଦେଉଛୁ କି ଦୀପିକାଙ୍କୁ ସଲମାନଙ୍କ ବ୍ଲକବଷ୍ଟର ଫିଲ୍ମ ସୁଲ୍ତାନର ଅଫର ମିଳିଥିଲା । କିନ୍ତୁ ସେ ଏହି ଫିଲ୍ମକୁ କରିବା ପାଇଁ ମନା କରିଦେଇଥିଲେ । ଏମିତିରେ ସଲମାନଙ୍କ ସ୍ଵପ୍ନ ଅଧୁରା ରହିଗଲା । କିନ୍ତୁ ଭବିଷ୍ୟତରେ ସଲମାନଙ୍କ ସହିତ ଦୀପିକା ପାଦୁକୋନ ନଜର ଆସି ପାରନ୍ତି । ଆଗକୁ ସମସ୍ତ ଅପଡେଟ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *