Odisha Panchayat Polls: ଏଥର ନିର୍ବାଚନୀ ପ୍ରଚାରରେ ବଜାର ଦୁଲୁକଉଛି ‘ଖାଲି ଗୁଆ ଘିଅ ଗୁଆ ଘିଅ’, ଦେଖନ୍ତୁ ଏହି Video 

ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।ବନ୍ଧୁଗଣ କୃଷ୍ଣ ଚନ୍ଦ୍ର ସ୍ଵାଇଁ ଏବେ ଜିଲ୍ଲା ପରିଷଦ ପାର୍ଥୀ ଭାବରେ ଏଥର ପାଞ୍ଚାୟତ ରଣାଙ୍ଗନକୁ ଓଲହାଇ ଭୋଟ ମାଗୁଛନ୍ତି । ହେଲେ ଗାଁରେ ନୁହେଁ କି ସାହିରେ ନୁହେଁ ସେ ଷ୍ଟୂଡିଓ ଭିତରେ ତା ବି ମାଇକ୍ରୋଫୋନ ଆଗରେ ।

କରୋନା କଟକଣା ପାଇଁ ଡିଜିଟାଲରେ ଭୋଟରଙ୍କ ପାଖକୁ ନିଜର ବାର୍ତ୍ତା ଓ ପ୍ରସଙ୍ଗ ପହଞ୍ଚାଇ ନିଜ ସପକ୍ଷରେ ଭୋଟ ଆଣିବାକୁ ପ୍ରାର୍ଥୀ ମାନେ ଏବେ ଷ୍ଟୂଡିଓରେ ଡେରା ପକାଇଛନ୍ତି । କାରଣ ଯେଉଁ ଗୀତର ଟ୍ରେଣ୍ଡ ଏବେ ଚାଲିଛି ସେହି ଅନୁସାରେ ନିଜ ପାଇଁ ଏକ ଗୀତ ତିଆରି କରି ଗାଁ ଗାଁରେ ବଜାଉଛନ୍ତି । କୃଷ୍ଣ ଚନ୍ଦ୍ର ସ୍ଵାଇଁ ଏନେଇ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘କରୋନା ମାହାମାରୀ ସ୍ଥିତିକୁ ଦେଖି କରୋନା ଗାଇଡଲାଇନ ଅନୁଯାଇ ଆମର ରାଲି ହେଇପାରିବ ନାହିଁ, ସଭା ସମିତି ହୋଇପାରିବ ନାହିଁ ।

ଆଗକୁ ସେ କହିଛନ୍ତି-‘ସେଥିପାଇଁ ମୋତେ ବାଧ୍ୟ ହୋଇ ଏହି ଷ୍ଟୂଡିଓକୁ ଆସିବାକୁ ପଡିଲା । ଷ୍ଟୂଡିଓ ମାଧ୍ୟମରେ ଆମେ ଲୋକ ମାନଙ୍କ ପାଖକୁ ଆମର ବାର୍ତ୍ତା ପହଞ୍ଚାଇବୁ । ସାଉଣ୍ଡ ମାଧ୍ୟମରେ ଆମ ବାର୍ତ୍ତା ବାଜିବ ସମସ୍ତ ଗାଁ ଗହଳିରେ’ । ଯାହାକୁ ଲୋକ ଶୁଣିବେ ଏବଂ ବାର୍ତ୍ତା ପହଞ୍ଚି ପାରିବ ଲୋକ ମାନଙ୍କ ପାଖରେ’ । ପାଞ୍ଚାୟତ ନିର୍ବାଚନ ପାଇଁ ଏବେ ଡବିଙ୍ଗ ଷ୍ଟୂଡିଓ ମାଲିକ, ଡବ ମାଷ୍ଟର, ଗୀତିକାର ଏବେଙ୍ଗ କଣ୍ଠଶିଳ୍ପୀକୁ ଥକା ମାରିବାକୁ ସମୟ ମଧ୍ୟ ନାହିଁ ।

ବଜାରରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ପ୍ରାର୍ଥୀଙ୍କ ନାମରେ ଓ ନିର୍ବାଚନୀ ଚିହ୍ନରେ ଗୀତ ଗାଇ ମନ ମୋହୁଛନ୍ତି ଷ୍ଟୂଡିଓ ମାଲିକ ।କରୋନା ପାଇଁ ଡବିଙ୍ଗ ଷ୍ଟୂଡିଓର ରୋଜଗାର ଥପ ହୋଇଯାଇଥିଲା । ହେଲେ ଏବେ ସେମାନଙ୍କର ଭାଗ୍ୟ ବଦଳିଯାଇଛି । ବନ୍ଧୁଗଣ କଣ ସମୟ ହେଲା ଏବେ ଏସବୁ ଦେଖିବାକୁ ମିଳୁଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *