Bhubaneswar ରେ ଭୟଙ୍କର କାଣ୍ଡ, ପୋଲିସକୁ ପିଟିଲା ମୋଷ୍ଟୱାନ୍ଟେଡ !

ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବର୍ତ୍ତମାନର ଖବର ଅନୁଯାଇ ପୋଲିସକୁ ଜଣେ ମୋଷ୍ଟୱାନ୍ଟେଡ ପିଟିଛି । ମୋଷ୍ଟୱାନ୍ଟେଡକୁ ଗିରଫ କରିବାକୁ ଯାଇ ପୋଲିସ ଲହୁଲୁହାଣ ହୋଇଛି ।ପୋଲିସକୁ ମାଡ ମାରି ଖସିଯିବାକୁ ଉଦ୍ୟମ କରିଥିବା ବେଳେ ଅଭିଯୁକ୍ତକୁ ଧରିଲା ପୋଲିସ ।

ତେବେ ଅଭିଯୁକ୍ତକୁ ଧରିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ମିଡିଆ ରିପୋର୍ଟସ ଅନୁସାରେ ଲିଙ୍ଗରାଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଦୁଇଟି ମାମଲାରେ ମୋଷ୍ଟୱାନ୍ଟେଡ ଥିଲା ଅଭିଯୁକ୍ତ କପିଳେଶ୍ଵର ଚିକୁମାଲିଆ । ବନ୍ଧୁଗଣ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ।କପିଳେଶ୍ଵର ଚିକୁମାଲିଆଙ୍କ ନାମରଏ ଅନେକ ଅଭିଯୁକ୍ତ ଲିଙ୍ଗରାଜ ଥାନାରେ ଥିଲା । ଗତ କାଲି ପୋଲିସକୁ କପିଳେଶ୍ଵରଙ୍କ ଠିକଣା ବିଷୟରେ ସୂଚନା ମିଳିବା ପରେ ସେମାନେ ତାକୁ ଧରିବା ପାଇଁ ଯାଇଥିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ମାତ୍ରେ ଚିକୁମାଲିଆ ପୋଲିସକୁ ଅତର୍କିତ ଭାବରେ ଆକ୍ରମଣ କରିଥିଲେ । ସୂଚନା ମୁତାବକ ଏହି ଘଟଣାରେ ଜଣେ ସବ-ଇନ୍ସପେକ୍ଟର ଓ ତିନିଜଣ କନଷ୍ଟେବଳ ଯାଇଥିଲେ । ଧରିବାକୁ ଯିବା ବେଳେ ଅଭିଯୁକ୍ତ ପୋଲିସ ଉପରେ ଆକ୍ରମଣ କରିଥିଲା ଯାହାଫଳରେ ଦୁଇରୁ ଅଧିକ ପୋଲିସ ଆହାତ ହୋଇଛନ୍ତି । ଆକ୍ରମଣ କରିବା ପରେ ଅଭିଯୁକ୍ତ ସେହି ସ୍ଥାନରୁ ଚମ୍ପଟ ମାରିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ତାକୁ ଧରିଥିଲେ ।

ତେବେ ପୋଲିସକୁ ମାଡ ମାରିବା ଆଧାରରେ ଓ ଅନ୍ୟ ଅଭିଯୋଗକୁ ଆଖି ଆଗରେ ରଖି ତାଙ୍କୁ କୋର୍ଟ ଚାଲାଣ କରାଯିବ । ତେବେ ବନ୍ଧୁଗଣ ପୋଲିସକୁ ଆକ୍ରମଣ କରିବା ନିହାତି ଭାବରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *