ଏଥର ଆଉ କ୍ୟାନସରରେ ଯିବ ନାହିଁ ଜୀବନ ! ଦୂରେଇ ଯିବ Cancer ବିପଦ

ନମସ୍କାର ବନ୍ଧୁଗଣ, କ୍ୟାନସର ଏକ ଏଭଳି ରୋଗ ଯାହା ଏହବା ଦ୍ଵାରା ଏବଂ ଏହି ଖବର ପାଇବା ପରେ ମଣିଷ ଆଖିରେ ସଙ୍ଗେ ସଙ୍ଗେ ଲୁହ ଆସିଯାଏ । କାରଣ କ୍ୟାନସର ରୋଗର କୌଣସି ନିରାକରଣ ନଥାଏ । କ୍ୟାନସର ହେବା ପରେ ମଣିଷ କେବଳ ମୃତ୍ୟୁ ସହ ସଂଘର୍ଷ କରିବାକୁ ଲାଗିଥାଏ ଆଉ ଶେଷରେ ହାରିଯାଏ । କିନ୍ତୁ ଏହାର ଚିକତ୍ସା ଦ୍ଵାରା କୌଣସି ନିରାକରଣ ହୋଇପାରେ ନାହିଁ ।

ହେଲେ ବର୍ତ୍ତମାନ ସମୟରେ କ୍ୟାନସର ରୋଗକୁ ନେଇ ଆସିଛି ଏକ ଖବର ଯାହା କ୍ୟାନସର ଭଳି ରୋଗର ନିରାକରଣ ଉତ୍ସ ହେବ ବୋଲି ଆଶା । ତେବେ ଆସନ୍ତୁ ଜାଣିବା । କୁହାଯାଏ କ୍ୟାନସର ଜେନେଟିକ କାରଣ ପାଇଁ ହୋଇଥାଏ । ଯଦି ପରିବାରରେ ଆଗରୁ କାହାକୁ ହୋଇଥାଏ ତେବେ ତାହା ବଂଶଜଙ୍କ ଠାରେ ବାହାରେ କାହା ଠାରେ । କିନ୍ତୁ ଏଭଳି କେସ ବହୁତ କମ ରହିଥାଏ ଶହେ ପ୍ରତିଶତରୁ ଦଶ ପ୍ରତିଶତ କେସ ଏଭଳି ହୋଇଥାଏ ।

କିନ୍ତୁ ବାକି କେସ ଆମ ନିଜ କାରଣ ପାଇଁ ନିଜକୁ ହୋଇଥାଏ । ବର୍ତ୍ତମାନ ସମୟରେ ଦୁନିଆରେ ଅଧିକ ଅଧିକ ଲୋକଙ୍କୁ କ୍ୟାନସର ହେଉଛି । ବହୁତ ଲୋକ କ୍ୟାନସର ପାଇଁ ମୃତ୍ୟୁବରଣ କରୁଛନ୍ତି । ତମ୍ବାଖୁ, ଧୂମ୍ରପାନ, ନିଶା ସେବନ ଇତ୍ୟାଦି କ୍ୟାନସରର ମୁଖ୍ୟ କାରଣ ବୋଲି କୁହାଯାଉଛି । ଫାଷ୍ଟ ଫୁଡ ଖାଦ୍ୟ ଅଧିକ ମାତ୍ରାରେ ଖାଇବା ମଧ୍ୟ ହୋଇଯାଏ କ୍ୟାନସରର କାରଣ । ଆପଣଙ୍କୁ କ୍ୟାନସର ଭଳି ରୋଗକୁ ନିଜ ଠାରୁ ଦୂରେଇ ରଖିବା ପାଇଁ ପ୍ରତିଦିନର ଜୀବନରେ ଡାଏଟ ମେଣ୍ଟେନ କରିବା ଉଚିତ । ଏକ୍ସର ସାଇଜ କରିବା ଆବଶ୍ୟକ ।

ଆମ ଶରୀର ପାଇଁ ଯେତିକି କ୍ୟାଲୋରି ଖାଦ୍ୟ ଖାଇବା ଆବଶ୍ୟକ ହୋଇଥାଏ ସେତିକି ଖାଇବା ଜରୁରୀ ଅଟେ । ଶରୀରରେ ଇନସୁଲିନ ବଢିବା ଦ୍ଵାରା ତାହା ଶରୀରରେ କ୍ୟାନସରକୁ ସୃଷ୍ଟି କରିପାରେ । ତେଣୁ ଆପଣଙ୍କୁ କ୍ୟାନସର ଠାରୁ ଦୂରେଇ ରହିବା ପାଇଁ ଅଧିକ ମିଠା ଜାତୀୟ ଖାଦ୍ୟ ନଖାଇ ଆପଣଙ୍କ ଶରୀର ପାଇଁ ଯେତିକି ସୁଗାର ଆବଶ୍ୟକ ସେତିକି ଖାଇବା ଦ୍ଵାରା ଆପଣଙ୍କର କୌଣସି ସମସ୍ୟା ଉପୁଜିନଥାଏ ।

କ୍ୟାନସର ନ ହେବା ପାଇଁ ଦୁଇଟି ଟୀକା ଆବଶ୍ୟକ ରହିଛି । ଗୋଟିଏ ହେଉଛି ହେପାଟାଇଟିସ-B । ଆଉ ଅନ୍ୟଟି ହେଉଛି କ୍ୟାନସର ସର୍ଭିକ୍ସ । କ୍ୟାନସର ସର୍ଭିକ୍ସର ଭାରତୀୟ ଟୀକା ଏବେ ଉପଲବ୍ଧ ହୋଇଛି ଯାହାକି ଏକ ବଡ ଖୁସିର କଥା ଅଟେ । ତେଣୁ ଆପଣ ଏହି ଟୀକା ନେବା ଦ୍ଵାରା କ୍ୟାନସର ଭଳି ରୋଗକୁ ଆପଣଙ୍କୁ ଠାରୁ ଦୂରେଇ ରଖିପାରିବେ । ଏହା ସମ୍ପର୍କରେ ଆପଣଙ୍କ ମତାମତ ଜଣାଇବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *